ଲୋକଙ୍କର ଦିନଚର୍ଯ୍ୟା(Daily Routine) ଓ ଜୀବନଶୈଳୀ ବିଷୟରେ କିଛି ଜଣାଶୁଣା କଥା |

ଦିନଚର୍ଯ୍ୟା ମାନବ ଜୀବନର ଏକ ମୌଳିକ ଅଂଶ | ଏହି ମୌଳିକ ପଦ୍ଧତିରେ ଆମେ ରୋଜଗାର, ଶିକ୍ଷା, ସ୍ୱାସ୍ଥ୍ୟ ଓ ମୋନରଞ୍ଜନ କରିପାରିଥାନ୍ତି |ଏ ଦୁନିଆଁରେ ଜୀବନଧାରଣ କରୁଥିବା ସମସ୍ତ ମାନବଜାତିର କିଛି ନା କିଛି ଦିନଚର୍ଯ୍ୟା ରହିଅଛି |

ଦିନଚର୍ଯ୍ୟା 

ଗୋଟିଏ ଦିନରେ ଅର୍ଥାତ ଚବିଶ ଘଣ୍ଟା ସମୟରେ ଆମେ ଯାହା ସବୁ କାର୍ଯ୍ୟ କରିଥାନ୍ତି ତାକୁ ଆମେ ଆମର ଦିନଚର୍ଯ୍ୟା ବୋଲି କହିଥାନ୍ତି | ଅଧିକାଂଶ ଲୋକ ରାତିରେ ଶୋଇଥାନ୍ତି ଏବଂ ଦିନରେ କ୍ରିୟାଶୀଳ ହୋଇଥାନ୍ତି, ଏବଂ ତାରି ଭିତରେ ଅଧିକାଂଶ ଦୁଇରୁ ତିନିଥର ଭୋଜନ କରିଥାନ୍ତି | ସର୍ବାଧିକ ଲୋକଙ୍କର ଦୈନଦିନ କାର୍ଯ୍ୟ ସକାଳୁ ଆରମ୍ଭ ହୋଇଥାଏ |

ସକାଳୁ ଏହିଭଳି ଦୃଶ୍ୟ ଲୋକଙ୍କ ସହିତ ପ୍ରକୃତି ଓ ପରିବେଶ ମଧ୍ୟ୍ୟ ଗତିଶୀଳ ହେଲା ଭଳି ଦିଶିଥାଏ | କିଛି ଲୋକ ପ୍ରତିଦିନ ଗାଧୋଇବା ଏକ ପ୍ରଥା ରୂପରେ ସ୍ୱୀକାର କରିଥାନ୍ତି | ସଂନ୍ଧ୍ୟା ସମୟ ସମସ୍ତଙ୍କ ପାଇଁ ଅବକାଶ ସମୟ ହୋଇଥାଏ | ସେଥିପାଇଁ ଦେଖାଯାଇଥାଏ ଯେ ଲୋକମାନେ ସଂନ୍ଧ୍ୟା ସମୟରେ ମନୋରଞ୍ଜନ ଭିତ୍ତିକ କାର୍ଯ୍ୟ ସବୁ କରିଥାନ୍ତି |

ଅନେକ ସମାନତା ମଧ୍ୟ୍ୟରେ ଭିନ୍ନ ଭିନ୍ନ ଲୋକଙ୍କର ଦିନଚର୍ଯ୍ୟା ଭିନ୍ନ ହୋଇଥାଏ | ଯେମିତିକି ଯାଯାବର ଜୀବନଜାପନ କରୁଥିବା ଲୋକଠାରୁ ଗୋଟିଏ ସ୍ଥାନରେ ସ୍ଥାୟୀ ରୂପରେ ବସବାସ କରି ଜୀବନ ଜାପନ କରୁଥିବା ଲୋକର ଦିନଚର୍ଯ୍ୟା ଅଲଗା, ସହରାଞ୍ଚଳର ଲୋକଙ୍କଠାରୁ ଗ୍ରାମାଞ୍ଚଳ ଲୋକଙ୍କର ଦିନଚର୍ଯ୍ୟା ଅଲଗା ପ୍ରକାରର, ଧନୀ ଓ ଗରିବର ଦିନଚର୍ଯ୍ୟା ଅଲଗା, ଶ୍ରମିକ କାମ କରୁଥିବା ଲୋକଠାରୁ ବୁଦ୍ଧିଜୀବୀ ର ଦିନଚର୍ଯ୍ୟା ଅଲଗା ଏବଂ ପିଲାମାନଙ୍କଠାରୁ ବୟସ୍କ ଲୋକଙ୍କର ଜୀବନଶୈଳୀ ବା ଦିନଚର୍ଯ୍ୟା ଅଲଗା ପ୍ରକାରର ହୋଇଥାଏ | 

ଆମେ ଜାଣିଛେ ଗୋଟିଏ ସ୍ଥାନରେ ସ୍ଥିର ନ ରହି ବିଭିନ୍ନ ସ୍ଥାନରେ ବସବାସ କରୁଥିବା ଲୋକଙ୍କୁ ଯାଯାବର ବୋଲି କୁହାଯାଇଥାଏ | ପୁରାତନ କାଳରେ ଲୋକମାନେ ଅଧିକାଂଶ ଯାଯାବର ଜୀବନଯାପନ କରୁଥିଲେ | ବର୍ତ୍ତମାନ ସମୟରେ ମଧ୍ୟ୍ୟ କିଛି ଲୋକ ଯାଯାବରର ଜୀବନଯାପନ କରୁଛନ୍ତି | ତାଙ୍କର ଚଳନୀୟ ଜିନିଷପତ୍ର ସବୁ ସେମାନେ ସାଥିରେ ଧରି ଚାଲିଥାନ୍ତି | ମଣିଷକୁ ବଞ୍ଚିରହିବାକୁ ହେଲେ ଯେଉଁ ସବୁ ଜିନିଷର ଆବଶ୍ୟକ ହୋଇଥାଏ, ସେସବୁକୁ ପୁରଣ କରିବା ନିମନ୍ତେ ପରିଶ୍ରମ କରି ରୋଜଗାର ମଧ୍ୟ୍ୟ କରିଥାନ୍ତି | ଆଜିକାଲିକା ସମୟରେ ଅନେକ ଲୋକ ରୋଜଗାର କରିବା ନିମନ୍ତେ ଗୋଟିଏ ସ୍ଥାନରୁ ଆଉଗୋଟିଏ ସ୍ଥାନକୁ ବିତରଣ କରିଥାନ୍ତି, ଏବଂ ତାଙ୍କର ଦିନଚର୍ଯ୍ୟା ଯାଯାବରଙ୍କ ଭଳି ହୋଇଥାଏ | 

ବର୍ତ୍ତମାନର ଯୁଗରେ ଅଧିକାଂଶ ଲୋକ ସ୍ଥାୟୀ ବାସିନ୍ଦା ହୋଇ ଜୀବନଯାପନ କରୁଛନ୍ତି | ଗୋଟିଏ ସ୍ଥାନରେ ସ୍ଥାୟୀ ବସବାସ କରୁଥିବା ଲୋକଙ୍କ ଭିତରରେ ଅନେକ ବର୍ଗର ଲୋକ ହୋଇଥାନ୍ତି | ଏସବୁ ସ୍ଥାନ, କାଳ, ପାତ୍ରକୁ ନେଇ ଅଲଗା ଅଲଗା କରିଯାଇଥାଏ | ଯେମିତିକି ସହାରାଞ୍ଚଳ ଓ ଗ୍ରାମାଞ୍ଚଳ, ଧନୀ ଓ ଗରିବ, ବୁଦ୍ଧିଜୀବୀ ଓ ଶ୍ରମିକ ଏବଂ ବୟସ୍କ ଓ ଛୋଟପିଲା |  

ସହାରାଞ୍ଚଳ ଓ ଗ୍ରାମାଞ୍ଚଳ

ସହରରେ ଅଧିକାଂଶ ଲୋକମାନେ ଧନସମ୍ପତ୍ତି ଉପାର୍ଜନ ନିମନ୍ତେ ଚାକିରୀ କିମ୍ବା ବ୍ୟାପାର କରିଥାନ୍ତି | ଲୋକଙ୍କର କାର୍ଯ୍ୟ ଅନୁସାରେ ତାଙ୍କର ଦିନଚର୍ଯ୍ୟା ନିର୍ଦ୍ଧାରିତ ହୋଇଥାଏ | ପ୍ରତିଦିନ ଠିକ ସମୟରେ ନିଜକୁ ପ୍ରସ୍ତୁତ କରି ନିଜ ନିଜର କାର୍ଯ୍ୟସ୍ଥଳୀକୁ ଯିବା, ଘରର ଅନ୍ୟାନ୍ୟ କାମ କରିବା ଓ ଲୋକଙ୍କ ସହିତ ମିଳାମିଶା କରିବା ଇତ୍ୟାଦି ତାଙ୍କର ଦିନଚର୍ଯ୍ୟାରେ ସାମିଲ ହୋଇଥାଏ |

ଗ୍ରାମାଞ୍ଚଳରେ ଲୋକମାନେ କୃଷିକାର୍ଯ୍ୟ ସହିତ ଅନ୍ୟାନ୍ୟ ଧନ୍ଦାମୂଳକ କାର୍ଯ୍ୟ ଛୋଟବଡ଼ ଆକାରରେ କରିଥାନ୍ତି | ଏହିସବୁ କାର୍ଯ୍ୟ ସହିତ ଗାଁ ଗହଳିର ଚାଲିଚଳଣ ହିସାବରେ ତାଙ୍କର ଦିନଚର୍ଯ୍ୟା ସ୍ଥିର ହୋଇଥାଏ | ସକାଳୁ ଉଠି ନିତ୍ୟକର୍ମ ସାରି ନିଜନିଜର କାମଧନ୍ଦା ବା ହାଟବଜାରକୁ ଯିବା ସହିତ ଘରକୁ ଫେରି ଆଗାମୀ ଦିନଗୁଡ଼ିକ ପାଇଁ ଯୋଜନା କରିବା ଇତ୍ୟାଦି ତାଙ୍କର ଦିନଚର୍ଯ୍ୟାରେ ସାମିଲ ହୋଇଥାଏ |

ଧନୀ ଓ ଗରିବ

ଯେଉଁ ଲୋକ ପାଖରେ ଧନସମ୍ପତ୍ତି ପରିପୂର୍ଣ ହୋଇଥାଏ ତାକୁ ଆମେ ଧନୀ ଲୋକ ବୋଲି କହିଥାନ୍ତି | ବର୍ତ୍ତମାନ ସମୟରେ ବ୍ୟାପାର କରୁଥିବା ଲୋକମାନଙ୍କ ପାଖରେ ଅଧିକ ଧନସମ୍ପତ୍ତି ହୋଇଥାଏ | ସେମାନେ ତାଙ୍କର ଦିନଚର୍ଯ୍ୟାରେ ଅନୁଶାସନକୁ ସାମିଲ କରି କାର୍ଯ୍ୟ କରିଥାନ୍ତି ଏବଂ ସବୁକ୍ଷେତ୍ରରେ ସଫଳ ମଧ୍ୟ୍ୟ ହୋଇଥାନ୍ତି | 

ସାଧରଣତଃ ଭାବରେ ଯେଉଁ ଲୋକ ପାଖରେ ଧନସମ୍ପତ୍ତିର ଅଭାବ ରହିଥାଏ ତାକୁ ଆମେ ଗରିବ ଲୋକ ବୋଲି କହିଥାନ୍ତି  | ଗରିବ ଲୋକଟି ପ୍ରତିଦିନ ତାର ଆବଶ୍ୟକତାକୁ ପୁରଣ  କରିବାରେ ଲାଗିଥାଏ, ଏବଂ ତାର ଅଭାବ କେବେ ପୁରା ହୁଏ ତ କେବେ ହୋଇନଥାଏ | ଏହିଭଳି ପରିସ୍ଥିତିରେ ଗରିବ ଲୋକଟି ତାର ଦିନଚର୍ଯ୍ୟା ପୁରଣ ହୋଇଥାଏ | 

ବୁଦ୍ଧିଜୀବୀ ଓ ଶ୍ରମିକ

ନିଜର ବୁଦ୍ଧି ବା ଜ୍ଞାନକୌଶଳକୁ ପ୍ରଗତି ପଥରେ ଲଗାଇ ଜୀବନରେ ସଫଳ ହେଉଥିବା ବ୍ୟକ୍ତିଙ୍କୁ ଆମେ ବୁଦ୍ଧିଜୀବୀ ବୋଲି କହିଥାଉ | ବୁଦ୍ଧିଜୀବୀମାନେ ତାଙ୍କର ସମସ୍ତ କାର୍ଯ୍ୟପ୍ରଣାଳୀକୁ ନିଷ୍ଠା ଓ ଦୃଢ ବିଶ୍ୱାସ ସହିତ ଅନୁଶାସନରେ କରିଥାନ୍ତି | ତାଙ୍କର ଦିନଚର୍ଯ୍ୟାରେ ସେମାନେ ସମୟର ପରିଚାଳନା ସଠିକ ଭାବରେ କରିଥାନ୍ତି | ଅଳ୍ପ ପରିଶ୍ରମରେ କେମିତି ଅଧିକ କାର୍ଯ୍ୟ ସମ୍ପାଦନ କରିହେବ ତାହା ସେମାନଙ୍କୁ ଠିକ ଭାବରେ ଜଣ ଥାଏ |

ଶାରୀରିକ ପରିଶ୍ରମ କରି ରୋଜଗାର କରୁଥିବା ଲୋକକୁ ଶ୍ରମିକ ବୋଲି କୁହାଯାଏ | ପ୍ରତିଦିନର କାର୍ଯ୍ୟ ନିମନ୍ତେ ନିଜକୁ ନିଜେ ପ୍ରସ୍ତୁତ କରିବା ଓ କାର୍ଯ୍ୟ ସମ୍ପାଦନ କରି ନିଜ ପରିବାରର ଅନ୍ୟାନ୍ୟ ଆବଶ୍ୟକତାକୁ ପୁରଣ କରିବା ସହିତ ଖୁସିରେ ଜୀବନ ବ୍ୟତୀତ କରିବା ତାଙ୍କର ଦିନଚର୍ଯ୍ୟାରେ ସାମିଲ ହୋଇଥାଏ |

ବୟସ୍କ ଓ ଛୋଟପିଲା

ଦିନଚର୍ଯ୍ୟାରେ ବୟସ୍କ ଲୋକଙ୍କର ମାନସିକତା ଓ ପିଲାଙ୍କର ମାନସିକତା ଟିକିଏ ଅଲଗା ପ୍ରକାରର ହୋଇଥାଏ | ବୟସ୍କ ଲୋକମାନେ ନିଜ ପରିବାରର ଦାୟିତ୍ୱ ସହିତ କାମକାର୍ଯ୍ୟର ବୋଝକୁ ସାଥିରେ ନେଇ କାର୍ଯ୍ୟ କରିଥାନ୍ତି, ଏବଂ ସେଗୁଡିକ ତାଙ୍କର ଦିନଚର୍ଯ୍ୟାରେ ମଧ୍ୟ୍ୟ ଦେଖିବାକୁ ମିଳିଥାଏ | ପିଲାଙ୍କ ପ୍ରତି ପରିବାରର ଦାୟିତ୍ୱ ନଥିଲେ ମଧ୍ୟ୍ୟ ନିଜ ଭବିଷ୍ୟତ ପ୍ରତି ସଚେତନତା ରହିଥାଏ | ଏସବୁ ତାଙ୍କର ଦିନଚର୍ଯ୍ୟାରେ ଦେଖିବାକୁ ମିଳିଥାଏ | 

ଦିନଚର୍ଯ୍ୟାରେ ସ୍ଥାନ,ସମୟ, ପରିବେଶ, ସମାଜ, ସଂସ୍କୃତିର ପ୍ରଭାବ ଦେଖିବାକୁ ମିଳିଥାଏ | ଯେମିତିକି ଗୋଟିଏ ଦେଶର ଲୋକଙ୍କ ଅପେକ୍ଷା ଅନ୍ୟ ଦେଶର ଲୋକଙ୍କର ଦିନଚର୍ଯ୍ୟା ଭିନ୍ନ ହୋଇଥାଏ | ଆମେ ଆମର ସଫଳତାକୁ ହାସିଲ କରିବାକୁ ହେଲେ ଦିନଚର୍ଯ୍ୟାରେ ଅନୁଶାସନକୁ ସାମିଲ କରିବାକୁ ହେବ, ଯାହା ଛାତ୍ରଛାତ୍ରୀ ଏବଂ ସଫଳ ବ୍ୟକ୍ତିଙ୍କ ପାଖରେ ଦେଖିବାକୁ ମିଳିଥାଏ |  

Leave a Comment