ମା ଲକ୍ଷ୍ମୀ ମାର୍ଗଶୀର ଗୁରୁବାରରେ ସତରେ ସମସ୍ତଙ୍କ ଘରେ ବିରାଜମାନ ହୁଅନ୍ତି ନା ଆମ୍ବାନୀ, ଆଦାନି ଭଳି ବ୍ୟବସାୟୀଙ୍କ ଘରେ ?

କାର୍ତ୍ତିକ ମାସ ଶେଷ ହୋଇ ମାର୍ଗଶୀର ଆଗମନ; ଚାରିଆଡେ ପ୍ରାୟତଃ କାକର ସହିତ ଶୀତର ଲହରୀ | ହେମନ୍ତ ଋତୁର ଏହି ଦୁଇଟି ମାସ ମଧ୍ୟ୍ୟରୁ ମାର୍ଗଶୀର ମାସକୁ ମା ଲକ୍ଷ୍ମୀଙ୍କର ପ୍ରିୟ ମାସ ବୋଲି କୁହାଯାଇଥାଏ | ମାଣବସା ଗୁରୁବାର କଥା କାହାକୁ ବା ଅଜଣା | ଘର ଦୁଆର ଚାରିଆଡେ ଗୋବର ପାଣୀରେ ଲିପା ହୋଇଥାଏ, ତାରି ଉପରେ ଝୁଂଟି ଏବଂ ପଣାପାଣି ଆଉ ଗେଂଡୁ ଫୁଲ ସହିତ ମା ଲକ୍ଷ୍ମୀଙ୍କ ସ୍ୱାଗତ ହୋଇଥାଏ | ଶୀତ ଯୋଗୁଁ ଏହି ସମୟରେ ସମସ୍ତେ ନିଜ ନିଜ କାମଧନ୍ଦା ପାଇଁ ଶୀଘ୍ର ଶୀଘ୍ର ପ୍ରସ୍ତୁତ ହୋଇପଡିଥାନ୍ତି, ସିଏ କୃଷକ ହୋଇଥାଉଁ କିମ୍ବା ବ୍ୟବସାୟ କରୁଥିବା ଲୋକ ବା ଚାକିରୀ କରୁଥିବା ଲୋକ | ଏଠି ଚାଷ ତର ତର ବଣିଜ ମଠ ନୁହଁ, ଏଠି ସମସ୍ତେ ତର ତର |

ଆଛା, ମାର୍ଗଶୀର ମାସରେ ତ ମା ଲକ୍ଷ୍ମୀ ସମସ୍ତଙ୍କ ଘରକୁ ଆସିଥାନ୍ତି ବୋଲି ଆମେ ସମସ୍ତେ ଜାଣିଛେ; କିନ୍ତୁ କେଉଁଭଳି ? ଲକ୍ଷ୍ମୀଙ୍କ ଆଶୀର୍ବାଦ କହିଲେ ଖାଲି ଧନରତ୍ନ ଆଉ ଟଙ୍କା ପଇଶା ନୁହଁ, ଘରର ଉନ୍ନତି ପାଇଁ ସବୁ କ୍ଷେତ୍ରରେ ମଧ୍ୟ୍ୟ ତାଙ୍କ ଆଶୀର୍ବାଦ ସହାୟକ ହୋଇଥାଏ |

ବର୍ତ୍ତମାନ ଯୁଗରେ ମା ଲକ୍ଷ୍ମୀ ବ୍ୟବସାୟ କରୁଥିବା ଲୋକଙ୍କ ପ୍ରତି ଅଧିକ ପ୍ରଭାବିତ ହୋଇଥାନ୍ତି ବୋଲି କୁହାଯାଇଥାଏ | କାରଣ ସେମାନେ ସବୁ ଆୟ ସହିତ ବ୍ୟୟକୁ  ଓ ଲାଭକ୍ଷତିକୁ ସଠିକ ହିସାବରେ ଚଳାଇଥାନ୍ତି | ଆଜିକା ସମୟରେ ଆମେ ଖବରକାଗଜ ମାଧ୍ୟ୍ୟମରେ ଜାଣିପାରୁଛନ୍ତି ଯେ ବ୍ୟବସାୟୀ ମାନେ ତାଙ୍କର ବ୍ୟବସାୟିକ ସାମ୍ରାଜ୍ୟ ସ୍ଥାପିତ କରିସାରିଲେଣି | ଭାରତରେ ଏବେ ବହୁତଗୁଡିଏ କମ୍ପାନୀ ସ୍ଥାପିତ ହୋଇସାରିଲେଣି, ଯେଉଁମାନେ କି ଆମ ଭାରତର ଅର୍ଥବ୍ୟବସ୍ଥାକୁ ବହୁତ ସୁଦୃଢ କରିବାରେ ଅଧିକ ସାହାର୍ଯ୍ୟ କରୁଛନ୍ତି |ମୁଖ୍ୟତଃ ଲୋକଙ୍କର ମୁହଁରେ ଆମ୍ବାନୀ, ଆଦାନି, ଟାଟା, ବିର୍ଲା ଶୀଘ୍ର ଆସିଥାଏ |ସେମାନଙ୍କ ମଧ୍ୟ୍ୟରୁ କିଛି ପୁରା ବିଶ୍ବରେ କ୍ଷାତି ଅର୍ଜନ କରିସାରିଲେଣି, ସେଥିରୁ ଆଦାନି ଗୃପର ମୁଖ୍ୟ ଶ୍ରୀ ଗୌତମ ଆଦାନି ଅନ୍ୟତମ | ବିଶ୍ୱରେ ଗୌତମ ଆଦାନି ଏବେ ପ୍ରଥମ ୨0 ଧନୀ ବ୍ୟକ୍ତିଙ୍କ ଗଣରେ ପୁନଃ ସାମିଲ ହୋଇଗଲେଣି |ବର୍ତ୍ତମାନ ଅଦାନୀ ଗୃପର ଉତ୍ପାଦକ ମୂଲ୍ୟ ଖୁବ ବଢ଼ିବାରେ ଲାଗିଛି | ଅଦାନୀ ଗୃପର ମୁଖ୍ୟ ବ୍ୟବସାୟ ମଧ୍ୟ୍ୟରେ ‘ଆଦାନୀ ବନ୍ଦର’ ବହୁତ ପରିଚିତ | 

ଚାଷ କାମ କରୁଥିବା ଲୋକଙ୍କର ବର୍ତ୍ତମାନ ଧାନ ଅମଳ ସମୟ, ଖାଲ ଜମିକୁ ଛାଡିଦେଲେ ଢିପ ଜମି ସବୁ ଧାନକଟା ସାରି ଖଳାକୁ ଆସିଲାଣି; ଆଉ କିଛି ଧାନ ମଳି ଘରକୁ ନେଲେଣି | ସତରେ ଚାଷ କରୁଥିବା ଲୋକଙ୍କର ଲକ୍ଷ୍ମୀ ଘରକୁ ଆସିଲେଣି, କାରଣ ଧାନ ହିଁ ଗୋଟିଏ ଶସ୍ୟ କୃଷକ ତାର ବର୍ଷକର ଖାଦ୍ୟ ଯୋଗାଇଥାଏ ଓ ବଳକା ଧାନକୁ ବିକ୍ରି କରି କିଛି ପଇସା ରୋଜଗାର କରିଥାଏ | କିନ୍ତୁ ଓଡ଼ିଶାର ପ୍ରାୟ ସବୁଆଡେ ଏବେ ଚାଷୀଟିଏ ପାଇଁ ଏକ ବିରାଟ ଦୁଃଖର କାରଣ ହେଉଛି ହାତୀଙ୍କର ଉତ୍ପାତ | ବିଲରେ ଧାନ ବୁଣିବାଠାରୁ ଆରମ୍ଭ କରି ଅମଳ କରିବା ପର୍ଯ୍ୟନ୍ତ ହାତୀକୁ ଜଗିବାକୁ ପଡୁଛି, ଜଙ୍ଗଲ ବିଭାଗ ଓ ସରକାରଙ୍କ ସହଯୋଗ ହେଲେ ମଧ୍ୟ୍ୟ ହାତୀଙ୍କଠାରୁ ଫସଲକୁ ସୁରକ୍ଷିତ ରଖିବା କାଠିକର ପାଠ | ଧାନ ପାଚିଗଲା ପରେ ଶୀଘ୍ର ଶୀଘ୍ର ତାକୁ କାଟି ଖଳାକୁ ଆଣିବାକୁ ପଡୁଛି, କଥାରେ ଅଛି ‘ଚାଷ ତର ତର ବଣିଜ ମଠ’, ବଣିଜ ଛାଡ ଚାଷ ତ ତର ତର କରିବାକୁ ପଡୁଛି | ସେତିକି ନୁହେଁ ବାଡ଼ି ବଗିଚାରେ ମଧ୍ୟ୍ୟ ପନିପରିବା ଲଗେଇବାକୁ ପଡିଥାଏ ନା, ସେଥିପାଇଁ ବର୍ତ୍ତମାନ ଶୀତ ସଙ୍ଗେ ଚାଷକାମ ଖୁବ ଜୋରସୋରରେ ଚାଲିଥାଏ |

ଚାଷ ବ୍ୟାପାର ଛାଡିଦେଲେ ଚାକିରୀ କରୁଥିବା ଲୋକ ମଧ୍ୟ୍ୟ ଶୁସ୍ଥ ସବଳ ରହିବାକୁ ପ୍ରୟାସ କରିଥାଏ | ଶୀତକୁ ଖାତିରି ନକରି ସକାଳୁ ସକାଳୁ ଖଣ୍ଡେବାଟ ବୁଲିଆସିଲେ ଦେହ ସହିତ ମନ ମଧ୍ୟ୍ୟ ସତେଜ ହୋଇଥାଏ | ଅଫିସ କାମ ହେଉ କିମ୍ବା ଅନ୍ୟାନ୍ୟ କାମର ଚାପରୁ ଟିକେ ମୁକ୍ତି ପାଇବା ଓ ଅହୁରିଥରେ ସେ କାମପାଇଁ ନିଜକୁ ତୟାର କରିବାରେ ଖୁବ ସାହାର୍ଯ୍ୟ ହୋଇଥାଏ | ଖାଲି ସେତିକି ନୁହଁ ଆଜିକାଲି ପ୍ରାୟ ସମସ୍ତେ ଯୋଗ ମଧ୍ୟ୍ୟ କରୁଛନ୍ତି | ବାହ୍ୟ ଅଙ୍ଗପ୍ରତ୍ୟଙ୍ଗ ସହିତ ଶରୀରର ଭିତର ଅଂଶକୁ ସଠିକ ଭାବରେ ଚଲେଇବା ଓ ବହୁତ ପ୍ରକାର ରୋଗବ୍ୟାଧିରୁ ମୁକ୍ତ ରଖିବାରେ ଯୋଗ ଖୁବ ସାହାର୍ଯ୍ୟ କରିଥାଏ | ଯୋଗ ବର୍ତ୍ତମାନ ପୁରା ଦୁନିଆଁରେ ଖ୍ୟାତି ଅର୍ଜନ କରିଚାଲିଛି | ସରକାର ଏବେ ଫିଟ ଇଣ୍ଡିଆ ମିଶନ ମଧ୍ୟ୍ୟ ଚଲେଇସାରିଲେଣି, ଲୋକମାନେ ଯେତିକି ରୋଗ ମୁକ୍ତ ହେବେ ଏବଂ ଶୁସ୍ଥ ସବଳ ରହିବେ ଦେଶପାଇଁ ସେତିକି ଭଲ | 

ଆଉ କିଛି ଯୁବପିଢ଼ି ଚାକିରୀ ଅନ୍ୱେଷଣରେ ନିଜ ଗାଁ ଓ ସହର ଛାଡି ଦୂରଦୂରାନ୍ତରେ କାମଧନ୍ଦାକରି କିଛି ପଇସା ରୋଜଗାର କରି ଘରକୁ ପଠେଇଥାନ୍ତି,ଘରର ଆର୍ଥିକ ସ୍ଥିତିକୁ ସୁଦୃଢ କରିବା ସହିତ ନିଜକୁ ନିଜେ ସକ୍ଷମ କରିବାରେ ଲାଗିପଡ଼ିଛନ୍ତି | 

ସବୁ ପର୍ବପର୍ବାଣୀର ଆନନ୍ଦ ପ୍ରକୃତରେ ଛୋଟ ପିଲାମଙ୍କଠାରେ ଦେଖାଯାଇଥାଏ | ମାର୍ଗଶୀର ଗୁରୁବାର ପୂଜାବିଧିର ଜିଜ୍ଞାସା, ଘରେ ଦୁଆରେ ଦିଆଯାଇଥିବା ଝୁଂଟିକୁ ଦେଖି ଯେଉଁ ଖୁସି ତାଙ୍କୁ ମିଳିଥାଏ ତାହା ଅତୁଳନୀୟ |

ବର୍ତ୍ତମାନ ଏହିସବୁର ଦୃଶ୍ୟ, ସତେ ଯେମିତି ମା ଲକ୍ଷ୍ମୀ ସମସ୍ତଙ୍କ ଘରେ ବିରାଜମାନ ଓ ଗୃହଲକ୍ଷ୍ମୀ ହୋଇ ରହିଯାଇଛନ୍ତି |

Leave a Comment