ବ୍ୟବସାୟର ପରିଚାଳନା ନିମନ୍ତେ ଜରୁରୀ ପଦକ୍ଷେପ ଏବଂ ଅନଲାଇନ ସହିତ (Artificial Intelligence)କୁତ୍ରିମ ବୁଦ୍ଧିମତାର ପ୍ରୟୋଗ |

ବ୍ୟବସାୟ :-

ବ୍ୟବସାୟ ଏକ ଯନ୍ତ୍ର ଯିଏ ଅର୍ଥନୀତିକୁ ଚଲାଇଥାଏ, ନବୀକରଣ କୁ ପ୍ରଶ୍ରୟ ଦିଏ ଏବଂ ସମାଜରେ ପ୍ରଗତିକୁ ବିସ୍ତାରିତ କରିଥାଏ | ବ୍ୟବସାୟଟିଏ ଏକ ସଂସ୍ଥା ବା ସତ୍ତା ଯାହା ପେଶାଦାର, ବାଣିଜ୍ୟ କିମ୍ବା ଶିଳ୍ପୀୟ କାର୍ଯ୍ୟକୁ ନିଯୁକ୍ତ କରିଥାଏ | ଉତ୍ପାଦର ପ୍ରକାର ଅନୁସାରେ ଅନେକ ପ୍ରକାରର ବ୍ୟବସାୟ ହୋଇପାରେ, କିଛି ଲାଭାପାଇଁ ତା ଆଉ କିଛିରେ ଲାଭ ନଥାଏ | ସେହିପରି ବ୍ୟବସାୟର ମାଲିକାନା ମଧ୍ୟ୍ୟ ଜଣେ ଅନ୍ୟଠାରୁ ଅଲଗା ପ୍ରକାର ହୋଇଥାଏ, ଯେମିତିକି ଏକାକୀ ସ୍ୱତ୍ୱାଧିକାରୀତା, ଭାଗିଦାରୀ, ଗୋଷ୍ଠୀ ବା ନିଗମ ଏବଂ ଆହୁରି ଅନେକ ପ୍ରକାରରେ ମଧ୍ୟ୍ୟ ଅଛି | ବ୍ୟବସାୟ ଜଣେ ବ୍ୟକ୍ତିର ଏକ ପ୍ରୟାସ ଓ କ୍ରିୟା ଯିଏକି ବିକ୍ରିକରି ଲାଭ କମେଇବା ଉଦ୍ୟେଶରେ, କିଛି ଦ୍ରବ୍ୟ ତିଆରି କରିଥାଏ କିମ୍ବା କିଛି ସେବା ଯାଚିଥାଏ | ବ୍ୟବସାୟ ଛୋଟ ସ୍ତରରେ କିମ୍ବା ବଡ ଧରଣର ହୋଇଥାଇପାରେ |

ବ୍ୟବସାୟର ପ୍ରକାର

ଏକାକୀ ସ୍ୱାତ୍ୱାଧିକାରୀ :- ଏହିପରି ବ୍ୟବସାୟର ମାଲିକ ଜଣେ ମାତ୍ର ହୋଇଥାନ୍ତି, ଏବଂ ତାର ପରିଚାଳନା ସ୍ୱୟଂ ନିଜେ ହିଁ କରିଥାନ୍ତି | ଏଥିରେ ମାଲିକ ଓ ବ୍ୟବସାୟ ମଧ୍ୟରେ କୌଣସି ପ୍ରକାରର ଆଇନଗତ ବିଚ୍ଛେଦ ହୋଇନଥାଏ | ତେଣୁ ଏହିପରି ବ୍ୟବସାୟର ସମସ୍ତ ଦାୟିତ୍ୱ ବହନ କରିବା ସହିତ କର/ଟିକସ ମାଲିକଙ୍କୁ ଦେବାକୁ ପଡିଥାଏ |

ଭାଗିଦାରୀ :- ଭାଗିଦାରୀ ବ୍ୟବସାୟକୁ ଦୁଇ ବା ଦୁଇରୁ ଅଧିକ ବ୍ୟକ୍ତି ଏକାଠି ପରିଚାଳନା କରିଥାନ୍ତି ଏବଂ ସମସ୍ତେ ନିଜ ନିଜର ପୁଞ୍ଜି ଓ ସମ୍ବଳକୁ ଆଣି ଏକାଠି ନିବେଶ କରିଥାନ୍ତି | ତାପରେ ବ୍ୟବସାୟର ଲାଭକ୍ଷତିକୁ ନିଜଭିତରେ ବାଣ୍ଟିନିଅନ୍ତି |

ଗୋଷ୍ଠୀ ବା ନିଗମ :- ଗୋଷ୍ଠୀ ବା ନିଗମ ରୂପକ ବ୍ୟବସାୟରେ ସ୍ୱୟଂ ନିଜେ ଏକ ସମୂହ ହୋଇ କାର୍ଯ୍ୟ କରିବାକୁ ପଡିଥାଏ | ୟାର ମାଲିକଙ୍କୁ ଭାଗିଦାର ବୋଲି କୁହାଯାଏ, ସେ ବ୍ୟବସାୟର ସବୁ କ୍ଷେତ୍ରରେ ଟିପ୍ପଣୀ ରଖିଥାନ୍ତି ଏବଂ ତାରି ଉପରେ ଚର୍ଚା ମଧ୍ୟ୍ୟ କରିଥାନ୍ତି | ଏହିପରି ବ୍ୟବସାୟର ମାଲିକଙ୍କ ପ୍ରତିକୂଳରେ କର/ଟିକସ ଲଗଇନଥାଏ | 

ବ୍ୟବସାୟର ଆକାର 

ଛୋଟ ବ୍ୟବସାୟ :- ଛୋଟ ବ୍ୟବସାୟ କରୁଥିବା କମ୍ପାନୀଗୁଡିକର ମାଲିକ ସ୍ୱୟଂ ନିଜେ କିମ୍ବା ସମୂହ ହୋଇ କାର୍ଯ୍ୟ କରିଥାନ୍ତି | ଯେମିତିକି ଫ୍ୟାମିଲି ରେସ୍ଟୁରାଣ୍ଟ, ପୋଷାକ ତିଆରି କରୁଥିବା କମ୍ପାନୀ, ଘର ଉପକରଣ ତିଆରି କରୁଥିବା କମ୍ପାନୀ ଏବଂ ପ୍ରକାଶ କରୁଥିବା କମ୍ପାନୀ | ଏହିପରି ବ୍ୟବସାୟରେ  ଆୟ ଅଧିକ ନହେଲେ ମଧ୍ୟ କମ୍ପାନୀକୁ ପରିଚାଳନା କରିବା ପାଇଁ ଯଥେଷ୍ଟ ହୋଇଥାଏ |   

ମଧ୍ୟ୍ୟମ ଧରଣ ବ୍ୟବସାୟ :- ଏହାର ବ୍ୟବସାୟୀକ ମୂଲ୍ୟ କୋଟି ଆକାରରେ ହୋଇଥାଏ, ଏବଂ ଏହାର ସ୍ଥାପନା ଛୋଟ ବ୍ୟବସାୟଠାରୁ ଅଧିକ ଭଲ ହୋଇଥାଏ | ଏଥିରେ ଅଧିକ କର୍ମଚାରୀ କାର୍ଯ୍ୟ କରିଥାନ୍ତି | 

ବଡ ବ୍ୟବସାୟ :- ଏହି ବ୍ୟବସାୟ ସାଧାରଣତଃ ଭାବରେ ଗୋଷ୍ଠୀ ବା ନିଗମ ପରିଚାଳିତ କରନ୍ତି, ଏବଂ ଏଥିରେ ଏକ ହଜାରରୁ ଅଧିକ କର୍ମଚାରୀ କାମ କରିଥାନ୍ତି | ୟାର ଉତ୍ପାଦନ ମୂଲ୍ୟ ଅଧିକରୁ ଅଧିକ ହୋଇଥାଏ, ଅର୍ଥ ପରିଚାଳନା ନିମନ୍ତେ ୟାର ଷ୍ଟକ ସେୟାର ବଜାରରେ ଅବସ୍ଥିତ ହୋଇଥିବାରୁ ୟାରୀ ଭିତରେ ସାଧାରଣ ଲୋକ ମଧ୍ୟ ବାଣିଜ୍ୟ କରିଥାନ୍ତି |

ଶିଳ୍ପ ବ୍ୟବସାୟ :-

ଅନେକ ପ୍ରକାରର ଶିଳ୍ପ ସବୁ ଅଛି ଯେଉଁଥିରେ ବ୍ୟବସାୟ ପରିଚାଳନା ହେଉଅଛି | ଏକ ନିର୍ଦ୍ଦିଷ୍ଟ ଶିଳ୍ପକୁ ଏକ କମ୍ପାନୀ ବ୍ୟବସାୟର ଆକାର ଦେଇପାରେ, ଯେମିତିକି କୃଷି, ବିଜ୍ଞାପନ, ବ୍ୟାଙ୍କିଙ୍ଗ ଇତ୍ୟାଦି | ବେଳେବେଳେ କମ୍ପାନୀର ଦୈନଦିନ ପରିଚାଳନା ଓ ସଙ୍ଗଠନ ବ୍ୟବସାୟ ହିସାବରେ ବଦଳିଥାଏ | 

ବ୍ୟବସାୟ କରିବା ପୂର୍ବରୁ କଣ କରିବା ଦରକାର ?

ସର୍ବପ୍ରଥମେ ବଜାରର ଗବେଷଣା କରିସରିଲା ପରେ ବ୍ୟବସାୟିକ ଯୋଜନାକୁ ବୃଦ୍ଧି କରିବା ଦରକାର | 

ପୁଞ୍ଜି ବା ଅନ୍ୟାନ୍ୟ ପାଣ୍ଠିକୁ ହାତରେ ରଖି ବ୍ୟବସାୟର ସ୍ଥାନ ଏବଂ ଗଠନ ପ୍ରଣାଳୀ ସ୍ଥିର କରିବା |

ସଠିକ ନାମକରଣ, ପଞ୍ଜିକରଣ, ଏବଂ ଟିକସ ସହିତ ଅନ୍ୟାନ୍ୟ ଅନୁମତି କାଗଜପତ୍ରକୁ ସମ୍ପୂର୍ଣ୍ଣ କରିବା ଅତି ଆବଶ୍ୟକ |

ବ୍ୟବସାୟ ଆରମ୍ଭ କରିବାକୁ ହେଲେ ବ୍ୟାଙ୍କ ଆକାଉଣ୍ଟ ନିହାତି ଜରୁରୀ ହୋଇଥାଏ |

ଅନଲାଇନ ବ୍ୟବସାୟ ସହିତ କୁତ୍ରିମ ବୁଦ୍ଧିମତାର (AI) ବ୍ୟବହାର 

ଗୋଟିଏ ଅନଲାଇନ ବ୍ୟବସାୟ ପାରମ୍ପରିକ ବ୍ୟବସାୟଠାରୁ ଟିକେ ଅଲଗା ହୋଇଥାଏ | ବଜାରର ଗବେଷଣା,ସମସ୍ତ କାଗଜପତ୍ର ଏବଂ ବ୍ୟବସାୟକୁ ବଢାଇବାର ଯୋଜନା କରିସାରିବା ପରେ ଏକ ୱେବସାଇଟ ନିର୍ମାଣ କରାଯାଇଥାଏ | ତାପରେ ସୋସିଆଲ ମିଡ଼ିଆ ଜରିଆରେ ଏବଂ କୁତ୍ରିମ ବୁଦ୍ଧିମତା ସାହାର୍ଯ୍ୟରେ ନିଜର ଟାର୍ଗେଟ ସହିତ ଲୋକଙ୍କୁ କେମିତି ନିଯୁକ୍ତ କରିହେବ, ତାରି ଉପରେ କାର୍ଯ୍ୟକରିବା ଆବଶ୍ୟକ | 

ବ୍ୟବସାୟକୁ ପରିଚାଳନା କରିବା ଓ ତାର ପାଣ୍ଠିକୁ ସୁରକ୍ଷିତାରେ ଚଲେଇବା ନିମନ୍ତେ ବ୍ୟବସାୟିକ ଯୋଜନା ବହୁତ ସହାୟକ ହୋଇଥାଏ | ତେଣୁ ଯେକୌଣସି ବ୍ୟବସାୟରେ ବ୍ୟବସାୟିକ ଯୋଜନାକୁ ପ୍ରାଥମିକତା ଦିଆଯାଇଥାଏ | 

Leave a Comment