ବର୍ତ୍ତମାନର ସଡକ ସୁରକ୍ଷା ଜୀବନ ରକ୍ଷ୍ୟା, ସ୍ପିଡ଼ ବ୍ରେକର ଓ ହମ୍ପ(ଢିପ) ଏବଂ ହାଇୱେ ଓ ଏକ୍ସପ୍ରେସୱେ |

ଦୁନିଆଁ ତାର ପ୍ରଗତି ପଥରେ ଆଗକୁ ଆଗକୁ ବଢିଚାଲିଛି, ଏସବୁ ସମ୍ଭବ ହୋଇପାରିଛି ବିଜ୍ଞାନର ଅତ୍ୟାଧୁନିକ ଜ୍ଞାନକୌଶଳ ଓ ସଠିକ ଯୋଜନା ଯୋଗୁଁ | ଭାରତର ଆର୍ଥିକ ସ୍ଥିତି  ବର୍ତ୍ତମାନ ସାରା ବିଶ୍ବରେ ପ୍ରଥମ ପାଞ୍ଚୋଟି ଦେଶ ମଧ୍ୟ୍ୟରେ ଗୋଟିଏ | ବିଜ୍ଞାନର  ଅବଦାନ ପ୍ରାୟ ସବୁ କ୍ଷେତ୍ରରେ ରହିଅଛି, ସେଥିମଧ୍ୟ୍ୟରୁ ପରିବହନ ଏବଂ ଯୋଗାଯୋଗ ଅନ୍ୟତମ ଓ ମୁଖ୍ୟ ମଧ୍ୟ୍ୟ | କାରଣ କୌଣସି ଜିନିଷକୁ ଆମେ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ସ୍ଥାନାନ୍ତର କରିବାକୁ ହେଲେ ଯୋଗାଯୋଗର ମାଧ୍ୟ୍ୟମ ଓ ପରିବହନ ସହାୟତା ରେ ସମ୍ଭବ ହୋଇପାରିଥାଏ | ଲୋକମାନେ ମଧ୍ୟ୍ୟ ଯାତାୟାତ କରିବା ପାଇଁ ଯାନବାହାନର ସହାୟତା ନେଇଥାନ୍ତି | 

ବର୍ତ୍ତମାନ ସମୟରେ ପରିବହନ ବିଭିନ୍ନ ପ୍ରକାରରେ ହୋଇଥାଏ ଓ ତାର ରାସ୍ତା ବା ପଥ ବିଭିନ୍ନ ପ୍ରକାର ମଧ୍ୟ୍ୟ ଥାଏ | ଯେମିତିକି ସ୍ଥଳପଥ, ଜଳପଥ ଏବଂ ଆକାଶପଥ | ଜଳପଥରେ ଅଧିକାଂଶ ଜିନିଷପତ୍ର ସବୁ ନେବା ଆଣିବା ହୋଇଥାଏ | ଆକାଶପଥରେ କିନ୍ତୁ ଜିନିଷପତ୍ର ଅପେକ୍ଷା ଲୋକମାନେ ଅଧିକାଁଶେ ଯିବା ଆସିବା କରିଥାନ୍ତି | ଜଳପଥ ଓ ଆକାଶପଥକୁ ଛାଡିଦେଲେ ସ୍ଥଳପଥଟି ଟିକିଏ ଅଲଗା ପ୍ରକାରର ହୋଇଥାଏ |

ସ୍ଥଳପଥ 

ସ୍ଥଳପଥରେ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଯିବା ଆସିବା କିମ୍ବା ଜିନିଷପତ୍ରକୁ ନେବା ଆଣିବା କରିବାପାଇଁ ଅନେକ ପ୍ରକାରର ମାଧ୍ୟ୍ୟମ ସବୁ ରହିଥାଏ |ଯେମିତିକି ପାଦରେ ଚାଲିଚାଲି ଯିବା, ସାଇକେଲ ଦ୍ୱାରା, ମୋଟରସାଇକେଲ, କାର, ବସ, ଜିନିଷ ପତ୍ର ପାଇଁ ଟ୍ରକ, ରେଳ ବା ଟ୍ରେନ ଇତ୍ୟାଦି ଆହୁରି ଅନେକ ସବୁ ସାଧନ ଅଛି |ପାଦଚଲାକୁ ଛାଡିଦେଲେ ବାକି ସବୁ ସାଧନକୁ ଆମେ ଯାନବାହାନ ବୋଲି ଜାଣିଥାନ୍ତି | ଆମେଜାଣିଛେ ଏଥିମଧ୍ୟ୍ୟରୁ ଟ୍ରେନ ବା ରେଳ ରାସ୍ତାଟି ଟିକିଏ ଅଲଗା ହୋଇଥାଏ | ରେଳଗାଡି ବହୁତ ବଡ ଏବଂ ଲୁହାଚକ ପାଇଁ ତାର ସ୍ୱତନ୍ତ୍ର ଲୁହରେ ନିର୍ମିତ ରାସ୍ତା ତିଆରି ହୋଇଥାଏ | ସ୍ୱତନ୍ତ୍ର ରାସ୍ତା ଯୋଗୁଁ ତାର ଗତି ମଧ୍ୟ୍ୟ ଅଧିକ ହୋଇଥାଏ, ଏବଂ କମ ସମୟରେ ଅଧିକ ଦୂରତା ହାସିଲ କରିପାରିଥାଏ |

ରେଳଗାଡ଼ି ଛଡା ବାକିସବୁ ଯାନବାହନଗୁଡିକ ପାଇଁ ଅନେକ ପ୍ରକାରର ରାସ୍ତା ତିଆରି ହୋଇଥାଏ | ଯେମିତିକି ମାଟିଗୋଡିରେ ତିଆରି ରାସ୍ତା, ସିମେଣ୍ଟ କଂକ୍ରିଟ ରାସ୍ତା ଓ ପିଚୁରେ ତିଆରି ରାସ୍ତା; ଏହାକୁ ଆମେ ସାଧାରଣତଃ ଭାବରେ ଜାଣିଥାଉ | ଯାନବାହାନଗୁଡିକର ଚକା ରବରରେ ତିଆରି ହୋଇଥିବାରୁ ଏହିଭଳି ରାସ୍ତାରେ ସେମାନେ ଅତି ସହଜରେ ଯିବା ଆସିବା କରିପାରିଥାନ୍ତି |

ହାଇୱେ ଓ ଏକ୍ସପ୍ରେସୱେ 

ଏବେ ସରକାର ଦେଶର ଚାରିଆଡେ ରାସ୍ତା ତିଆରି କରିସାରିଲେଣି, ଯାହାଦ୍ୱାରା ‘ଗାଁ ହେଉ କିମ୍ବା ସହର’ ଲୋକମାନେ ଅତି ସୁବିଧାରେ ଏବଂ ଶିଘ୍ର ଗୋଟିଏ ଜାଗାରୁ ଆଉ ଗୋଟିଏ ଜାଗାକୁ ଯିବା ଆସିବା କରିପାରୁଛନ୍ତି | ଟ୍ରାନ୍ସପୋର୍ଟିଂକୁ ବଡ଼ାଇବା  ପାଇଁ ବଡ଼ବଡ଼ ହାଇୱେ ଓ ଏକ୍ସପ୍ରେସ୍ରୱେ  ତିଆରି ହୋଇସାରିଲାଣି | ଏକ୍ସପ୍ରେସ୍ରେୱେ ରେ ସାଧାରଣ ଗାଡ଼ିଗୁଡ଼ିକୁ ଚଲେଇବା ପାଇଁ ମନା କରାଯାଇଥାଏ, କାରଣ ସେଥିରେ ଚାଲୁଥିବା ବଡ଼ବଡ଼ ମାଲବୋଝେଇ ଟ୍ରକ ବା ବସଗୁଡିକର ବେଗ ବହୁତ ହୋଇଥାଏ ଏବଂ ରାସ୍ତାଗୁଡିକରେ ସ୍ଥାନୀୟ ଷ୍ଟୋପେଜ ନଥାଏ | ଏହି ରାସ୍ତାଗୁଡିକର ଦେଶର ଅର୍ଥନୀତି ବୃଦ୍ଧିରେ ବହୁତ ବଡ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ | ଏ ସବୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମିଳିତ ଉଦ୍ୟମରେ ସମ୍ଭବ ହୋଇପାରିଥାଏ |

ସ୍ପିଡ଼ବ୍ରେକର ଓ ସଡକ ସୁରକ୍ଷା   

ରାସ୍ତା ତିଆରି ହୋଇଥାଏ ଦେଶ ଏବଂ ଜନସାଧାରଣଙ୍କର ସୁବିଧାରେ ଗମନା ଗମନ ପାଇଁ, କିନ୍ତୁ ଦୁର୍ଘଟଣାରୁ ବଞ୍ଚିତ ରହିବ ନିମନ୍ତେ ତା ସହିତ ସଡକ ସୁରକ୍ଷା ମଧ୍ୟ୍ୟ ଅତ୍ୟନ୍ତ ଆବଶ୍ୟକ | ଆଜିକାଲି ଲୋକମାନେ ସୁବିଧାରେ ଯିବା ଆସିବା କରିବା ପାଇଁ ନିଜ ନିଜର ଗାଡିମଟର ସବୁ କଲେଣି | ଅତ୍ୟଧିକ ଗାଡିମଟର ଓ ଖରାପ ଗାଡିଚାଳନା ଯୋଗୁଁ 

ସଡକ ଦୁର୍ଘଟଣା ବଢିଚାଲିଛି, ଟ୍ରାଫିକ ନିୟମ କଡାକଡି ହେଲେ ମଧ୍ୟ୍ୟ ରାସ୍ତାଗୁଡିକର ଖରାପ ସ୍ତିତି ପାଇଁ ମଧ୍ୟ୍ୟ ସଡକ ଦୁର୍ଘଟଣା ହୋଇଥାଏ | ଆମ ଦେଶରେ ଲୋକମାନେ ଅଧିକାଂଶ ମୋଟରସାଇକେଲ ବ୍ୟବହାର କରନ୍ତି, ଗାଁ ହେଉ କିମ୍ୱା ସହର ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଶୀଘ୍ର ଓ ସହଜରେ ଯିବା ଆସିବା କରିବାପାଇଁ ମୋଟରସାଇକେଲ (ବାଇକ) ଏକ ଭଲ ବିକଳ୍ପ ଅଟେ |    

ହମ୍ପସ (ଢିପ) 

ବ୍ୟସ୍ତତାର ଜୀବନ ଭିତରେ ବାଇକ ବା ଗାଡ଼ିରେ ଯାଉଥିବା ଲୋକ ଗାଡିକୁ ଅଧିକ ସ୍ପିଡ଼ରେ ଚଲେଇଥାନ୍ତି, ଯେଉଁଥିପାଇଁ ଦୁର୍ଘଟଣାର ସମ୍ଭାବନା ବଢ଼ିଯାଇଥାଏ | ଏ ସବୁକୁ ଦୃଷ୍ଟିରେ ରଖି ଟ୍ରାଫିକ ପୋଲିସ ଆବଶ୍ୟକୀୟ ସ୍ଥାନ ମାନଙ୍କରେ ସ୍ପିଡ଼ ବ୍ରେକର ଲଗେଇଥାନ୍ତି | ସେଗୁଡିକ ସାଇନି ବୋର୍ଡ (ଚିହ୍ନ), କିମ୍ବା ରାସ୍ତାରେ ହମ୍ପ (ଢିପ) ଆକାରରେ ହୋଇଥାଏ | 

ଆଛା କତୃପକ୍ଷ ଦ୍ୱାରା ସ୍ଥାନ ଚିହ୍ନଟ କରି ଲଗାଯାଇଥିବା ହମ୍ପ ତ ଠିକ କଥା, କିନ୍ତୁ କିଛିଲୋକ ତାଙ୍କ ମନଇଛାରେ ମଧ୍ୟ୍ୟ ନିଜେ ହମ୍ପ ତିଆରି କରିଦେଇଥାନ୍ତି | ସେଗୁଡିକ ସଠିକ ହିସାବରେ ମଧ୍ୟ୍ୟ ହୋଇନଥାଏ, ଯେଉଁଥିପାଇଁ କି ରାସ୍ତାରେ ଯାଉଥିବା ଲୋକମାନେ ଅନାବଶ୍ୟକ ଅସୁବିଧାରେ ପଡ଼ିଥାନ୍ତି, ବେଳେବେଳେ ତାରି ପାଇଁ ଦୁର୍ଘଟଣା ମଧ୍ୟ୍ୟ ହୋଇଥାଏ | 

କିନ୍ତୁ ଆଜିକାଲି ଆମ ଦେଶରେ ସଡକ ଦୁର୍ଘଟଣା ଟିକିଏ ନିୟନ୍ତ୍ରଣ ହେଲାଣି, ଏସବୁରେ ପ୍ରଶାସନର ସଠିକ ସଡକ ବ୍ୟବସ୍ଥା ଓ ସଡକ ସୁରକ୍ଷା ନିୟମାବଳୀର ପ୍ରଚାର ପ୍ରସାର ସହିତ ଲୋକଙ୍କ ଭିତରେ ସଚେତନତା ଆଣିବା ପୋଲିସର ଭରପୁର ଯୋଗଦାନ ରହିଅଛି | ସେ ଯାହା ହେଉ ପଛେ ଆମେ ସଚେତନ ରହିଲେ ଆମ ସମାଜ, ପରିବେଶ ସବୁ ଠିକ ରହିବ  ଏବଂ ଆମେ ପ୍ରଗତି ପଥରେ ଆଗେଇଚାଲିବା | 

Leave a Comment