ବର୍ତ୍ତମାନର ଦୁନିଆଁରେ ଅର୍ଥ ସଞ୍ଚୟ କରିବା ଅପେକ୍ଷା ଅର୍ଥ ରୋଜଗାର କରିବା ଅତି ସହଜ ହୋଇଗଲାଣି ! ଏକଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ ଅଟେ । କେମିତି ଆସନ୍ତୁ ଜାଣିବା ?

‘ଅର୍ଥ ରୋଜଗାର’ କରିବା କିନ୍ତୁ ସମସ୍ତଙ୍କ ପାଇଁ ସହଜ ନୁହେଁ, ଯଦି ସେ କଠିନ ପରିଶ୍ରମୀ, ଚତୁରତା ଏବଂ କିଛି ନୂତନ ଜିନିଷ ଶିଖିବାର ଇଚ୍ଛା ତାଙ୍କ ପାଖରେ ନଥିବ । ଏବଂ ଏହିସବୁ ଦକ୍ଷତା ଉପରେ ଆପଣଙ୍କର ଯଦି ଭଲ ଜ୍ଞାନ ରହିଥିବ, ତାହେଲେ ଆପଣଙ୍କ ପାଇଁ ଏକ ଭଲ ସମ୍ଭାବନା ରହିଛି; ଯେଉଁଥିରେ ଆପଣ ନିଜେ ନିଜର ସମୟକୁ ଏକ ରୋଜଗାରରେ ପରିଣତ କରିବାକୁ ସକ୍ଷମ ହୋଇପାରିବେ ।

ଅର୍ଥ ରୋଜଗାର = ଦକ୍ଷତା + ଶିକ୍ଷା 

ନିମ୍ନଲିଖିତ ୧୧ଟି ଦକ୍ଷତା ଉପରେ ଆପଣ ଶିକ୍ଷା ଗ୍ରହଣ କରି, ଏହି ପ୍ରଗତିଶୀଳ ଦୁନିଆଁରେ ଅର୍ଥ ରୋଜଗାର କରିବାରେ ନିଜକୁ ସକ୍ଷମ କରିପାରିବେ ।

୧। ସମ୍ପର୍କ ବା ଯୋଗାଯୋଗର ମଞ୍ଜି/ମୂଳ ସ୍ଥାନକୁ ସୁଦୃଢ କରିବା(Core Communication) ।

ଏହାକୁ ଆମେ ‘କମ୍ୟୁନିକେସନ ସ୍କିଲ’ ବୋଲି ମଧ୍ୟ ଜାଣିଥାଉ ଏବଂ ଏହା ତିନୋଟି କାର୍ଯ୍ୟର ମିଳିତରୁ ସୃଷ୍ଟି ବା ବୃଦ୍ଧି ହୋଇଥାଏ । ସେଗୁଡିକ ହେଉଛି; ପଢିବା, ଲେଖିବା ଓ କହିବା ।

କଣପାଇଁ ଆମକୁ ଭଲ କମ୍ୟୁନିକେସନ ସ୍କିଲର ଆବଶ୍ୟକତା ହୋଇଥାଏ ?

(୧) ବ୍ୟବସାୟ ଆରମ୍ଭ କରିବା ପାଇଁ (୨) ଚାକିରି କ୍ଷେତ୍ରରେ (୩) ଗୋଟିଏ ଦଳକୁ ମ୍ୟାନେଜ କରିବା ପାଇଁ (୪) ଶିକ୍ଷା ପ୍ରଦାନ ପାଇଁ

କମ୍ୟୁନିକେସନ ସ୍କିଲର ଫାଇଦା: ଏହାକୁ ଆମେ ସବୁ କ୍ଷେତ୍ରରେ ବ୍ୟବହାର କରି, ନିଜର କାମକୁ ସହଜ ଏବଂ ସରଳ କରିପାରିବା । ଉଦାହରଣ – ଏହି ଅତ୍ୟାଧୁନିକ ଯୁଗରେ, ଅନେକ ପ୍ରକାରର ଭିଡିଓ ପ୍ଲାଟଫର୍ମ ଯେମିତିକି ୟୁଟୁବ(YouTube) ପାଇଁ ଭିଡିଓ ତିଆରି କରିପାରିବା, ୟାର ସହାୟତାରେ ବ୍ଲଗ୍(Blog) ତିଆରି କରିପାରିବା ଏବଂ ପୋଡକାସଟିଙ୍ଗ(Podcasting) ଇତ୍ୟାଦି । ଆଉ ଆପଣ କମ୍ୟୁନିକେସନ ସ୍କିଲର ସହାୟତାରେ ଲୋକମାନଙ୍କୁ ଭଲ ଭାବରେ କୋଚିଂ ମଧ୍ୟ ଦେଇପାରିବେ ।

୨। ବିଶ୍ଳେଷଣ କରିବାର ଦକ୍ଷତା(Analytical Skill)

ଯେକୌଣସି ବିଷୟରେ ତଥ୍ୟକୁ ବିଶ୍ଳେଷଣ କରିପାରିବାର ଦକ୍ଷତା ଅତ୍ୟନ୍ତ ଜରୁରୀ ଅଟେ ।

ବିଶ୍ଳେଷଣର ଦକ୍ଷତା କଣ ?

ଯଦି ଆପଣ ଗୋଟିଏ ବିଷୟକୁ ବହି, ଖବରକାଗଜ, ମଗାଜିନ ବା ଅନ୍ୟ କୌଣସି ମଧ୍ୟମାରେ ପଢିଲେ ବା ଜାଣିଲେ ଏବଂ ତାକୁ ସଠିକ ଭାବରେ ବୁଝି; ବିଭିନ୍ନ ପ୍ରକାରର ଦୃଷ୍ଟିକୋଣକୁ ଆବିଷ୍କାର କରିପାରିବାର ଦକ୍ଷତାକୁ ଆମେ “ବିଶ୍ଳେଷଣ କରିପାରିବାର ଦକ୍ଷତା(Analytical Skill) ବୋଲି କହିପାରିବା ।

ବିଶ୍ଳେଷଣର ଦକ୍ଷତାକୁ ଯଦି ଆପଣ ଲିଖିତ ଭାବରେ ବା ସଠିକ ଭାବରେ ଜାଣିବାକୁ ଇଚ୍ଛୁକ ଅଟନ୍ତି, ତାହେଲେ ନିଜର ପ୍ରଥମେ ନିଜର ବ୍ୟକ୍ତିତ୍ଵକୁ ବିଶ୍ଳେଷଣ କରନ୍ତୁ ଏବଂ ତାରି ଉପରେ ନିଷ୍ପତ୍ତି ନିଅନ୍ତୁ ।

ବିଶ୍ଳେଷଣ ଦକ୍ଷତାକୁ ବୃଦ୍ଧି କରିବାକୁ ହେଲେ, ଆପଣ ନିଜର ପସନ୍ଦ କରୁଥିବା ବିଷୟଗୁଡିକ ଉପରେ ପ୍ରଥମେ ବିଶ୍ଳେଷଣ କରନ୍ତୁ; ଯେମିତିକି ଟେକ୍ନୋଲୋଜି ବିଷୟରେ ଶିକ୍ଷା ଗ୍ରହଣ କରିବା, ବହି ପଢିବା ଇତ୍ୟାଦି ସାମିଲ ହୋଇପାରେ ।

ନିଜର ଜ୍ଞାନକୁ ବିସ୍ତାର କରନ୍ତୁ ଏବଂ ତାକୁ ବୃଦ୍ଧି କରନ୍ତୁ । ଏଥିପାଇଁ ଆପଣ ବିଶ୍ଳେଷଣକୁ ଆଧାର କରି ପ୍ରସ୍ତୁତ ହେଉଥିବା ପରୀକ୍ଷାରେ ଆବେଦନ କରିପାରିବେ ଏବଂ ସେଥିପାଇଁ ନିଜକୁ ମଧ୍ୟ ତାରି ଉପରେ ପ୍ରସ୍ତୁତ କରିପାରିବେ ।

୩। ସମସ୍ୟାର ସମାଧାନ କରିପାରିବାର କ୍ଷମତା(Problem Solving)

ଆପଣ ନିଜ ଜୀବନରେ ଅନେକ ପ୍ରକାରର ସମସ୍ୟା ଥାଇପାରେ, ଯାହାକୁ ସମାଧାନ କରିବା ଏକ ଜଟିଳ ସମସ୍ୟା ମଧ୍ୟ ହୋଇପାରେ ।

ସମସ୍ୟାକୁ ସମାଧାନ କରିବାର ଦକ୍ଷତା କଣ ?

ସମସ୍ୟା ସମାଧାନର କ୍ଷମତା ଏହିପରି ଯେ, ସେ ସମସ୍ୟାର ଗଭୀର ତତ୍ତ୍ଵକୁ ଆବିଷ୍କାର କରିବାରେ ସକ୍ଷମ ହୋଇଥାଏ । ଏହାକୁ ଆମେ ବୃଦ୍ଧି କରିବାକୁ ହେଲେ, ‘ସମାଧାନ କରିପାରିବାର ଅଭ୍ୟାସକୁ’ ଆମ ଦୈନଦିନ ଜୀବନରେ ସାମିଲ କରିବାକୁ ପଡିବ । ସେଥିପାଇଁ ଆମକୁ ଅଧିକାଂଶରେ ଜଟିଳ ସୂଚନାକୁ ଗ୍ରହଣ କରିବାକୁ ହେବ, ଅତି ସରଳ ଭାବରେ ପ୍ରକାଶିତ ହେଉଥିବା ଜିନିଷ ପ୍ରତି ଆକର୍ଷଣକୁ କମ କରିବାକୁ ପଡିବ ଏବଂ ବିସ୍ତୃତ ଭାବରେ ବର୍ଣ୍ଣିତ ପ୍ରସଙ୍ଗକୁ ପଢିବା କିମ୍ବା ଭିଡିଓ ଆକାରରେ ଦେଖିବା । ଏହିସବୁ କାର୍ଯ୍ୟ କରି ଆମେ ନିଜର ସମସ୍ୟାକୁ ସମାଧାନ କରିବାର ଦକ୍ଷତାକୁ ବୃଦ୍ଧି କରିପାରିବା ।

୪। ନିବେଶ କରି ଶିଖିବା(Learn Investing)

ଆପଣ ନିଜକୁ କେମିତି ଦରଦାମର ବୃଦ୍ଧିରୁ(Inflation) ନିଜକୁ ସୁରକ୍ଷିତ ରଖିପାରିବେ; ତାର ଉତ୍ତର ହେଉଛି ନିବେଶ କେମିତି କରାଯାଏ, ସେଥିପ୍ରତି ଜ୍ଞାନକୁ ବୃଦ୍ଧି କରି ।

ନିବେଶର ମୌଳିକତାକୁ ଶିଖନ୍ତୁ, ଯାହା ଆପଣଙ୍କର ସ୍ଵାସ୍ଥ୍ୟ ଓ ସମ୍ପଦକୁ ମ୍ୟାନେଜ କରିବାରେ ସହାୟକ ହୋଇପାରିବ । ଆପଣଙ୍କୁ ମୁଖ୍ୟତଃ ବୁଝିବାକୁ ପଡିବ ଯେ ନିବେଶ କଣ, ଟ୍ରେଡିଙ୍ଗ ନୁହଁ । ଏହାର ମୁଖ୍ୟ ଉଦ୍ଦ୍ୟେଶ ହେଉଛି, ଏହିପରି ଜିନିଷରେ ନିବେଶ କର ଯେ ସେ ଆପଣଙ୍କୁ ଭଲ ରିଟର୍ନ ଦେଇପାରିବ ।

୫। ରିସ୍କ ବା ଅନିଷ୍ଟର ଆଶଙ୍କାକୁ ସ୍ଵୀକାର କରିବା(Risk Taking)

ଅଧିକାଂଶରେ ଲୋକମାନେ ଅଳ୍ପ ସମୟରେ ଗ୍ୟାରେଣ୍ଟି ଥିବା ଜିନିଷକୁ ସୁନିଶ୍ଚିତ କରିଥାନ୍ତି; କିନ୍ତୁ ଆପଣକୁ ଟିକେ ଅଧିକ ରିସ୍କ ନେବାକୁ ହେବ । ଦୁଇଟି କାରଣରୁ ଲୋକମାନେ ରିସ୍କ ନେବାପାଇଁ ଡରିଥାନ୍ତି । (୧) ୧୦୦% ତଥ୍ୟକୁ ଅପେକ୍ଷା କରିବା, (୨) ଲୋକମାନଙ୍କ ପାଖରେ ତାଙ୍କର ଗେମ ପ୍ଳାନ୍ କିମ୍ବା କୌଣସି ସଠିକ କାର୍ଯ୍ୟ ପ୍ରଣାଳୀର ଅଭାବ ।

ଅନିଶ୍ଚିତତା ସହିତ କେମିତି ଡିଲ କରିହୁଏ, ସେକଥାକୁ ଆପଣଙ୍କ ମନରେ ସେଟ୍ କରିବାକୁ ପଡିବ । ସେଥିପାଇଁ ଆପଣଙ୍କୁ ଲୋକମାନଙ୍କ ସହ କଥାବାର୍ତ୍ତା ହେବ, ବିଭିନ୍ନ ସ୍ଥାନକୁ ପରିଦର୍ଶନ କରିବା, ବାହାର ଲୋକଙ୍କ ମତାମତ ଜାଣିବା ତାପରେ ତାକୁ କାର୍ଯ୍ୟରେ ସାମିଲ କରିବାକୁ ହେବ ।

୬। ସୂକ୍ଷ୍ମ ପ୍ରବୃତ୍ତି/ମାକ୍ରୋ ଟ୍ରେଣ୍ଡସ ଚିହ୍ନିବା(Identify Macrotrends)

ସୂକ୍ଷ୍ମ ପ୍ରବୃତ୍ତି/ମାକ୍ରୋ ଟ୍ରେଣ୍ଡସକୁ ବୁଝିବାକୁ ହେଲେ ଆପଣଙ୍କୁ ମାକ୍ରୋ ଇକୋନୋମିକ୍ସ ଉପରେ ନଜର ପକାଇବାକୁ ପଡିବ; ଯେମିତିକି ଅର୍ଥନୀତି କେମିତି, “ଦରଦାମର ବୃଦ୍ଧି, ବିଦେଶୀ ବିନିମୟ ଦର ଏବଂ ପେମେଣ୍ଟର ସନ୍ତୁଳନକୁ” ଅର୍ଥନୀତି ଦ୍ଵାରା ଉତ୍ପାଦନର ପରିମାଣକୁ ବଦଳାଇଥାଏ ।

ଏହା ଏକ ସମାଲୋଚନାତ୍ମକ ଯେ, ସବୁ କିଛିର ମଧ୍ୟରେ ମାକ୍ରୋ ଟ୍ରେଣ୍ଡ ଅଛି ବୋଲି ସଠିକ ଦିଗରେ ଉଦ୍ୟମ କରିବା । ଯଦି ଆପଣ ମାକ୍ରୋ  ଟ୍ରେଣ୍ଡସ ବିଷୟରେ ସବୁକିଛି ଜାଣିବାକୁ ଚାହୁଞ୍ଛନ୍ତି, ତା’ହେଲେ ଆପଣଙ୍କୁ ମାଇକ୍ରୋ ଇକୋନୋମିକ୍ସ ବିଷୟରେ ଅଧ୍ୟୟନ କରିବାକୁ ପଡିବ । ଏବଂ ଯେକୌଣସି ବିଷୟରେ ଆପଣଙ୍କର ମତାମତ କଣ ରହିଛି ନିଜକୁ ଜାଣିବାକୁ ପଡିବ ।

୭। ଶୀଘ୍ର ଶିଖିବାର ଦକ୍ଷତାକୁ ବୃଦ୍ଧି କରିବାକୁ ପଡିବ(Ability to Learn fast)

ଶୀଘ୍ର ଶିଖିବା ନିମନ୍ତେ ଏକ ରଚନା ପ୍ରଣାଳୀ ଆବଶ୍ୟକ:

ସମସ୍ତ ବିଷୟଗୁଡିକୁ ଅଲଗା କରି, ଅଲଗା ଅଲଗା ବର୍ଗରେ ବିଭାଜନ କରିଦିଅନ୍ତୁ ।

ପ୍ରତ୍ୟେକ ବର୍ଗରେ ଗଭୀର ଭାବରେ ସାମିଲ ହୁଅନ୍ତୁ ।

ଆପଣ ସଚେତନ ହୋଇଥିବା ସମସ୍ତ ଫଳାଫଳକୁ ଲିଷ୍ଟ କରନ୍ତୁ ।

୮। ମନଯୋଗର ପ୍ରତିବନ୍ଧକକୁ ହ୍ରାସ କରିବା(Reduce Distraction)

ବର୍ତ୍ତମାନ ସମୟରେ ଆମେ ସମସ୍ତେ ନିରନ୍ତର ଭାବରେ ଡିଷ୍ଟ୍ରାକସନ ଅନୁଭବ କରୁଛନ୍ତି । ଆପଣଙ୍କ ଚାରିପାଖରେ ଅନେକ ପ୍ରକାରର ଡିଷ୍ଟ୍ରାକସନ ଅଛି, ସେଗୁଡିକ ସଠିକ ଭାବରେ ନିରୂପଣ କରି ଚିଡିଚିଡା ନହୋଇ ସେଥିରୁ ନିଜକୁ ଦୂରେଇ ରଖନ୍ତୁ । ସ୍ମାର୍ଟ ଫୋନ୍ ର ବ୍ୟବହାରକୁ ହ୍ରାସ କରନ୍ତୁ କିମ୍ବା ନିର୍ଦ୍ଦିଷ୍ଟ କରନ୍ତୁ । ଯଦି ଆପଣଙ୍କ ପାଖରେ କମ୍ପୁଟର ଅଛି ତାହେଲେ ଫୋନ ଅପେକ୍ଷା ସେଥିରେ ସମୟ ବିତାଇବାକୁ ଚେଷ୍ଟା କରନ୍ତୁ ।

୯। ଯଥା ସମ୍ଭବ ଅନୁଭୂତି ସଂଗ୍ରହ କରିବା(Gain Range of Experiences)

ସମସ୍ତ ଅନୁଭୂତି ବ ଅଭିଜ୍ଞତାକୁ ପୃଥକ ଭାବରେ ଅଲଗା ସ୍ତରରେ ବିଭାଜନ କରନ୍ତୁ । ଯେମିତିକି ଅନ୍ତଃରାଷ୍ଟ୍ରୀୟ ଅନୁଭୂତି ଏବଂ ନିଜ ଦେଶରେ ନିଜର ଅନୁଭୂତି, ଯେକୌଣସି ସ୍ଥାନରେ କାର୍ଯ୍ୟ କରିବାର ଅନୁଭୂତି, ଶିକ୍ଷ୍ୟା ସୁଯୋଗର ଅନୁଭୂତି ଏବଂ ଇଣ୍ଟେନ୍ସିଭ ଅନୁଭବ ପ୍ରାପ୍ତ କରିବା ପାଇଁ ପ୍ରୟାସ କରନ୍ତୁ ।

୧୦। ବଣ୍ଟନ ପ୍ରସ୍ତୁତ କରିବା(Building Distribution)

ଏଥିରେ ଆପଣ ନିଜର ସମସ୍ତ ଜ୍ଞାନ ଓ ଅଭିଜ୍ଞତାକୁ ଚାରିଆଡେ ବାଣ୍ଟିବାକୁ ପ୍ରୟାସ କରନ୍ତୁ । ଯେଉଁ ଜିନିଷଗୁଡିକ ଆପଣଙ୍କୁ ଭଲ ଲାଗେ ତା’ରି ବିଷୟରେ ଚର୍ଚ୍ଚା କରନ୍ତୁ । ଏହାକୁ ଆମେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭଲ ଭାବରେ କରିପାରିବା ।

(LinkedIn, YouTube, Facebook, Twitter etc.)  

୧୧। ବ୍ୟବସାୟ ତିଆରି କରିବା(Business Building)

(ବ୍ୟବସାୟ ଗଠନ = ବିଶ୍ଳେଷଣ କ୍ଷମତା + ସମସ୍ୟାର ସମାଧାନ + ଅନିଶ୍ଚିତତାର ପରିଚାଳନା + ପୁଞ୍ଜି ନିବେଶ + ମୁଦ୍ରା ପରିଚାଳନା)

ଉଦ୍ୟୋଗତା କଣ ?

ଉଦ୍ୟୋଗତା ହେଉଛି ସମସ୍ତ ପ୍ରକାରର ଦକ୍ଷତା ବା ସ୍କିଲର ଏକ ସେଟ୍ ।

Leave a Comment