ବର୍ତ୍ତମାନର ଗାଁ ହାଟ ବଜାର ଓ ସହରର ହାଟ ବଜାର କିମ୍ବା ମାର୍କେଟ ଗୁଡିକର ଦୃଶ୍ୟ କେମିତି ହୋଇଥାଏ ?

ବର୍ତ୍ତମାନ ସମୟରେ ଜନସଂଖ୍ୟା ବୃଦ୍ଧି ସହିତ ଜିନିଷପତ୍ରର ଦରଦାମ ବଢିଚାଲିଛି, ତାସହିତ ଜଳବାୟୁ ପରିବର୍ତନ | ଭାରତ ବର୍ତ୍ତମାନ ଜନସଂଖ୍ୟାରେ ଚୀନକୁ ପଛରେ ପକାଇ ଦୁନିଆଁରେ ୧ ନମ୍ବର ହୋଇସାରିଲାଣି; ଏଭଳି ପରିସ୍ଥିତିରେ ସାଧାରଣ ପରିବାରଟିଏ ତାର ଆବଶ୍ୟକୀୟ ଖର୍ଚକୁ ସମ୍ଭାଳିବା ‘କାଠିକର ପାଠ’ ହୋଇଯାଇଛି | ଲୋକମାନେ ବର୍ତ୍ତମାନ ଦୁଇଟି ଜାଗାରେ ବସବାସ କରୁଛନ୍ତି, ଯାହାକି ଆମେ ଗାଁ ଓ ସହର ବୋଲି ଜାଣିଥାଉ |ଗାଁ କିମ୍ବା ସହରରେ ରହୁଥିବା ଲୋକ ତାର ଦରକାରୀ ଜିନିଷ ସବୁ ଅଧିକାଂଶ ହାଟ ବଜ଼ାରରୁ କିଣାକିଣି କରିଥାଏ | ଆସନ୍ତୁ ହାଟ ବଜାର ବିଷୟରେ କିଛି ତଥ୍ୟ ଜାଣିବା |

ଗାଁ ହାଟ 

କ କେତୋଟି ଛୋଟବଡ ଗାଁ କିମ୍ବା ବଡ଼ଗାଁଟିଏ ର ସାମୁହିକ ସହଯୋଗରେ ‘ଗାଁ ହାଟ’ ଗଠନର ସମ୍ଭବ ହୋଇପାରିଥାଏ |
ଗାଁ ହାଟର ପରିଚାଳନା ପ୍ରାୟତଃ ଗ୍ରାମପଂଚାୟତ କରିଥାଏ |
ଗ ଗାଁ ହାଟକୁ ସପ୍ତାହିକ ବଜ଼ାର ବୋଲି ମଧ୍ୟ୍ୟ କୁହାଯାଇଥାଏ, କାରଣ ଏହା ପ୍ରାୟତଃ ସପ୍ତାହକୁ ଥରେ ହୋଇଥାଏ |      ଲୋକେ ୟାକୁ ସେହି ଦିନବାର ର ନାମରେ ମଧ୍ୟ୍ୟ ଜାଣିଥାନ୍ତି |
ଘ ଗାଁ ହାଟରେ ଅଧିକାଂଶ ଜିନିଷ ସବୁ ସେହି ଅଂଞ୍ଚଳର ଆଖପାଖ ଗାଁ ଗୁଡ଼ିକରୁ ଆସିଥାଏ, ଯେଉଁଥିପାଇଁ କି ଗାଁ                       ଲୋକମାନଙ୍କୁ ଜିନିଷ କିଣାବିକା ରେ ଗାଁ ହାଟଟି ଖୁବ ସହାୟକ ହୋଇଥାଏ |
ଅଂଞ୍ଚଳବାସୀ ପ୍ରାୟ ସମସ୍ତେ ସମସ୍ତଙ୍କୁ ଜାଣିଥିବାରୁ, ହାଟରେ ଭେଟ ହୋଇ ‘ହାଟ ମଝିରେ ବ୍ରହ୍ମ ଜ୍ଞାନ’ ନ କଲେ ନାହିଁ       ପଛେ ସେହି ଅଂଞ୍ଚଳର ଖବର ଏବଂ ଅଲଗା ସବୁ କଥାବାର୍ତ୍ତା ନିଜ ନିଜ ଭିତରେ ଆଲୋଚନା କରିଥାନ୍ତି | 

ହାଟର ଦୃଶ୍ୟ 

ଅଧିକାଂଶ ହାଟ ବସିଥିବା ସ୍ଥାନଟି ଖଣ୍ଡେ ବାଟରୁ ଜଣାପଡ଼ିଯାଇଥାଏ, କାରଣ ହାଟ ଭିତରେ ଚାଲିଥିବା କିଣାବିକାର କୋଳାହଳପୂର୍ଣ୍ଣ ଶବ୍ଦ ଦୂରରୁ ଶୁଣାପଡେ ଓ ତା ସହିତ ବିଭିନ୍ନ ରଙ୍ଗର ପଲିଥିନ ଦ୍ୱାରା ତିଆରି ହୋଇଥିବା ଅସ୍ଥାୟୀ ଦୋକାନଗୁଡିକ ଦେଖାଯାଇଥାଏ | ଦୋକାନର ପ୍ରକାର ଅନୁସାରେ ଧାଡି ଧାଡି ହୋଇ ବସିଥାଏ | ଯେମିତିକି ପନିପରିବା, କପଡା ଦୋକାନ, କିରାନା ଦୋକାନ, ଜୋତାଚପଲ ଦୋକାନ, ସ୍କୁଲ ପିଲାମଙ୍କ ପାଇଁ ବହି ଦୋକାନ, ଶୁଖୁଆ ବ୍ୟପାରୀଙ୍କର ଶୁଖୁଆ ଦୋକାନ,  ହାଣ୍ଡିମାଠିଆ ଓ ଗାଈଗୋରୁ ଇତ୍ୟାଦି | ତାରି ଭିତରେ କପଡା ସିଲାଇଵାଲା, ମୋଚି, ଖରାଦିନେ  ଆଇସିକ୍ରିମଵାଲା ଓ ଆଜିକାଲି ମୋବାଇଲ ସିମ ବିକ୍ରି କରୁଥିବା ଲୋକ ମଧ୍ୟ୍ୟ ସାମିଲ ହୋଇଥାନ୍ତି |  ଲୋକମାନେ ନିଜ ନିଜର ଆବଶ୍ୟକ ଅନୁଯାୟୀ ଜିନିଷ ସବୁ କିଣାକିଣି କରିଥାନ୍ତି | ଯେମିତିକି ପର୍ବପର୍ବାଣି ଅନୁସାରେ କପଡାଲତା, ପାଠପଢା ପିଲାଙ୍କ ପାଇଁ ବହିପତ୍ର, ଘରର  ଦରକାର ନେଇ ରାସନ ଜିନିଷ ଓ ପନିପରିବା ଇତ୍ୟଦି | ଆଛା ଆଗେ ଲୋକ ହାଟବଜାରରୁ ଶେଷରେ ଆଖୁ କିଣି ଘରକୁ ନେଉଥିଲେ, ଏବେ ଭି ନେଉଛନ୍ତି କିନ୍ତୁ ପିଲାଙ୍କୁ ଆଖୁ ସହିତ ଫାଷ୍ଟଫୂଡ଼ରେ ଅଧିକ ଆନନ୍ଦ | ଋତୁ ଅନୁସାରେ ପନିପରିବା ମଧ୍ୟ୍ୟ ଆସିଥାଏ, ଆଜିକାଲି ତ ପନିପରିବାଗୁଡିକୁ ଅଧିକାଂଶ ବ୍ୟପାରୀମାନେ ବିକ୍ରି କରୁଛନ୍ତି | ତଥାପି ସେହି ଅଞ୍ଚଳରେ କିଛି ଚାଷୀ ନିଜେ ଉତ୍ପାଦନ କରିଥିବା ପନିପରିବା ବିକ୍ରି କରି ମଧ୍ୟ୍ୟ କିଛି ପଇସା ରୋଜଗାର କରିପାରିଥାନ୍ତି | ଓଡ଼ିଶାରେ ପ୍ରାୟ ମାର୍ଗଶୀର ମାସଠାରୁ ଶୀତୁଆ ପନିପରିବା ଅଧିକାଂଶ ଦେଖାଯାଇଥାଏ |    

ହାଟ ମଧ୍ୟରେ ଗୋଟିଏ ପ୍ରକାର ଜିନିଷର ଅନେକ ଦୋକାନ ହୋଇଥିବାରୁ କୌଣସି ଦୋକାନୀ ଏକଛାଟିଆ ଦାମରେ ଜିନିଷ ବିକ୍ରି କରିନଥାନ୍ତି | ଲୋକମାନେ ଅନେକ ପ୍ରକାରର ଜିନିଷ ଗୋଟିଏ ସ୍ଥାନରୁ ପାଇପାରିଥାନ୍ତି | କିଣାବିକାର ବ୍ୟସ୍ତତା ଭିତରେ ଲୋକମାନେ ନିଜର ପ୍ରିୟ ଲୋକଙ୍କ ସହିତ ମଧ୍ୟ୍ୟ ଭେଟିଥାନ୍ତି ଏବଂ ବାର୍ତ୍ତାଳାପ କରି ଆନନ୍ଦିତ ହେବା ସହିତ ଦେଶ ଦୁନିଆଁ ବିଷୟରେ ଚର୍ଚ୍ଚା କରିପାରିଥାନ୍ତି | ଗାଁ ହାଟଟି ପାଖରେ ହୋଇଥିବାରୁ ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକଙ୍କ ପାଇଁ ବହୁତ ସାହାର୍ଯ୍ୟକାରୀ ହୋଇଥାଏ |

ସହରାଞ୍ଚଳ ହାଟ/ବଜ଼ାର 

ସହରାଞ୍ଚଳରେ ନଗର ନିଗମ ଦ୍ୱାରା ନିର୍ଦ୍ଧିଷ୍ଟ କରାଯାଇଥିବା ସ୍ଥାନଗୁଡିକରେ ହାଟ ବା ବଜାର  ବସାଯାଇଥାଏ | 
ଖ ଏହାର ପରିଚାଳନା ନଗର ନିଗମ ଏବଂ ବଜାର ସଂଘର ମିଳିତ ସହଯୋଗରେ ହୋଇଥାଏ |
ଗ  ହାଟଟି ପ୍ରାୟତଃ ପ୍ରତିଦିନ ଚାଲିଥାଏ, ଏହାକୁ ଡେଲି ମାର୍କେଟ ବୋଲି ମଧ୍ୟ୍ୟ ଲୋକମାନେ କହିଥାନ୍ତି | କିଛି ସହରରେ ବିଭିନ୍ନ ସ୍ଥାନଗୁଡିକରେ ଅଲଗା ଅଲଗା ଦିନବାରକୁ ନେଇ ହାଟ  ବସିଥାଏ |
ବଡ ସହରଗୁଡିକରେ ନିର୍ଦ୍ଦିଷ୍ଟ ଜିନିଷ ପାଇଁ ନିର୍ଦ୍ଧିଷ୍ଟ ବଜାର ମଧ୍ୟ୍ୟ ଥାଏ | ଏହିସବୁ ସହରର ଲୋକମାନଙ୍କ ସୁବିଧା ପାଇଁ କରିଯାଇଥାଏ |
ସହୋରି ହାଟଗୁଡ଼ିକରେ ଅଧିକାଂଶ ରୂପେ ନିର୍ଦ୍ଦିଷ୍ଟ ବ୍ୟପାରୀମାନେ ଜିନିଷପତ୍ର ସବୁ ବିକ୍ରି କରିଥାନ୍ତି | ଅବଶ୍ୟ ସହରର ଲୋକଙ୍କ ସହିତ ବାହାରୁ ଆସିଥିବା ଲୋକମାନେ ମଧ୍ୟ୍ୟ ହାଟଟିର ଲାଭ ପାଇପାରିଥାନ୍ତି |

ସହରାଞ୍ଚଳ ହାଟ/ବଜ଼ାର ଦୃଶ୍ୟ

ସହରରେ ହାଟ କିମ୍ବା ବଜାର ବସେଇବା ପାଇଁ ସ୍ୱତନ୍ତ୍ର ମାର୍କେଟ କମ୍ପ୍ଲେକ୍ସ ତିଆରି ହୋଇଥାଏ | ଯେଉଁଥିରେ ଦୋକାନୀମାନେ ବର୍ଷା, ଖରା, ଶୀତ ସବୁଦିନେ ତାଙ୍କର ଦୋକାନକୁ ଭଲ ସୁବିଧାରେ ଚଳାଇପାରିଥାନ୍ତି | 

ସହରରେ ମାର୍କେଟ ସବୁବେଳେ ଖୋଲାଥିଲେ ମଧ୍ୟ୍ୟ, ପନିପରିବା ମାର୍କେଟଟି ପ୍ରାୟତଃ ସକାଳସମୟରେ ଭଲଭାବରେ ଚାଲିଥାଏ | କାରଣ ତାଜା ପନିପରିବାଗୁଡିକ ଅଧିକାଂଶ ସକାଳ ସମୟରେ ମିଳିଥାଏ ଏବଂ ସହରରେ ଚାକିରୀ କିମ୍ବା ଅନ୍ୟାନ୍ୟ କାମ କରୁଥିବା ଲୋକେ, ସକାଳୁ ମାର୍କେଟିଂ କରି ଅଫିସ ଅଥବା ନିଜ ନିଜ କାମଧନ୍ଦାକୁ ଚାଲିଯାଇଥାନ୍ତି |ସହରର ପନିପରିବା ବଜାରଟି ଦେଖିବାକୁ ଠିକ ଗାଁ ହାଟ ଭଳି ହୋଇଥାଏ, କିଛି ଜାଗାରେ ତାହାକୁ ହାଟ ବୋଲି ମଧ୍ୟ୍ୟ ଜାଣିଥାନ୍ତି | 

ସହୋରି ବଜାର ଗୁଡିକରେ ପ୍ରାୟ ସବୁ ସମୟରେ ବିଭିନ୍ନ ପ୍ରକାରର ପନିପରିବା ଉପଲବ୍ଧ ହୋଇପାରିଥାଏ | ଏ ସବୁ ସମ୍ଭବ ହୋଇପାରିଥାଏ ବଣିକ ସଂଙ୍ଘଙ୍କ ପାଇଁ, କାରଣ ସେମାନେ ଦରକାର ଅନୁସାରେ ଦୂର ଦୂରାନ୍ତରୁ ଜିନିଷ ସବୁ ପରିବହନ ଜରିଆରେ ନେଇଆସନ୍ତି |  

ପନିପରିବା ଛଡା ଅନ୍ୟାନ ଜିନିଷଗୁଡ଼ିକର ଦୋକାନ ସବୁ ସ୍ୱତନ୍ତ୍ର ହୋଇଥାଏ | ଯେମିତିକି ଲୁଗାପଟା, ହାର୍ଡ଼ୱେୟାର, କସମେଟିକ, ଜଳଖିଆ, ସାର ବିହନ ଓ ଔଷଧ ଦୋକାନ ଇତ୍ୟାଦି | ଗାଁରୁ ହେଉ କିମ୍ବା ବାହାରୁ ଆସିଥିବା ଲୋକଟି ଅନ୍ୟାନ୍ୟ କାମ ସାରି, ତାର ଆବଶ୍ୟକ ଅନୁସାରେ ଜିନିଷ ସବୁ ମାର୍କେଟିଂ କରି ଘରକୁ ଫେରିଥାଏ | ବଡ଼ ବଡ଼ ସହରମାନଙ୍କରେ ମାର୍କେଟିଂ କଂପ୍ଲେକ୍ସ ଗୁଡିକ ଉନ୍ନତଧରଣର ହୋଇଥାଏ | ଆଜିକାଲି ତ ଅଧିକାଁଶେ ସପିଂ ମଲ୍ରୁ ଜିନିଷ ସବୁ କିଣାକିଣି କଲେଣି, କାରଣ ବର୍ତ୍ତମାନ କିଛି ମଲ୍ ଭିତରେ ସବୁ ଦରକାରୀ ଜିନିଷ ମିଳିଯାଇଥାଏ | 

ସେ ଯାହା ହଉ ପଛେ ମଣିଷ ଯେତେବେଳ ଯାଏଁ  ଏ ଧରାପୃଷ୍ଟରେ ବସବାସ କରିରହିଥିବ, ତାର ଜୀବନଧାରଣ ପାଇଁ ଆବଶ୍ୟକ ଜିନିଷଗୁଡ଼ିକ ଯେମିତି ହେଲେ ପୁରା କରିଚାଲିଥିବ; ତାହା ହାଟ ବଜାର ଦ୍ୱାରା ହେଉ କିମ୍ବା ଅନ୍ୟ ଯେକୋୖଣସି ପ୍ରକାରେ ମଧ୍ୟ୍ୟ ହୋଇପାରେ |

Leave a Comment