ବଣଭୋଜି ବା ପିକନିକ(Picnic) ହୁଏ କିପରି ଓ ସେଥିରୁ ଲାଭ କଣ ହୋଇଥାଏ ?

ନୀତିଦିନିଆଁ କାମକାର୍ଯ୍ୟ ମଧ୍ୟ୍ୟରୁ ନିଜକୁ ଟିକିଏ ଆରାମ ଦେବାପାଇଁ ମନରଞ୍ଜନ ଅତ୍ୟନ୍ତ ଜରୁରୀ ଅଟେ | ଏହାଦ୍ୱାରା ଆମର ମସ୍ତିଷ୍କ ମାନସିକ ଉତ୍ତେଜନାରୁ ମୁକ୍ତ ବା ଚିନ୍ତାମୁକ୍ତ ହୋଇ ଆଉଥରେ ତାର ଦୈନଦିନ ଜୀବନଶୈଳୀ ପ୍ରତି ଅଧିକ ସକ୍ରିୟ ହୋଇ କାମ କରିଥାଏ ଏବଂ ଆମର ମାନସିକ ଓ ଶାରୀରିକ ବୃଦ୍ଧିରେ ଖୁବ ସହାୟକ ହୋଇଥାଏ | ମଣିଷ ତାର ମନରଞ୍ଜନ ନିମନ୍ତେ ଅନେକ ପ୍ରକାରର ଗତିବିଧି କରିଥାଏ |  ଯେମିତିକି ଖେଳକୁଦ, ନାଚଗୀତ,ବଣଭୋଜି, କୁଆଡେ ବୁଲିବାକୁ ଯିବା, ବନ୍ଧୁମାନଙ୍କ ସହିତ ପାର୍ଟି ବା ଖୁସିମଜା କରିବା ଇତ୍ୟାଦି ଆହୁରି ଅନେକ ଅଛି | 

ବଣଭୋଜି

ମନରଞ୍ଜନ ଗୁଡିକ ମଧ୍ୟ୍ୟରୁ ବଣଭୋଜି ଟିକେ ଅଲଗାପ୍ରକାରର ହୋଇଥାଏ | ଲୋକଙ୍କର ବଣଭୋଜି ପ୍ରତି ଅଲଗା ଅଲଗା ଅନୁଭୂତିମାନ ସବୁ ରହିଅଛି, ଯେମିତିକି ଛୋଟ ପିଲାଙ୍କ ଅଲଗା, ଯୁବକ ଯୁବତୀ ଙ୍କର ଅଲଗା, ବୟସ୍କ ଲୋକଙ୍କର ଅନୁଭୂତି ଅଲଗା ଏବଂ ବୃଦ୍ଧ ଲୋକଙ୍କର ମଧ୍ୟ୍ୟ ଅଲଗା ହୋଇଥାଏ | ସାଧାରଣତଃ ଭାବରେ ବଣଭୋଜି କହିଲେ ଆମେ ଅଧିକାଂଶ ଛୋଟପିଲାମାନଙ୍କ ଅନୁଭୂତି କୁ  ମନେପକାଇଥିନ୍ତି | ସ୍କୁଲରେ ପିଲାମାନଙ୍କୁ ବଣଭୋଜି ବିଷୟରେ ରଚନା ଲେଖିବା ପାଇଁ ମଧ୍ୟ୍ୟ କୁହାଯାଇଥାଏ, ଏବଂ ପିଲାମାନେ ମଧ୍ୟ୍ୟ ବଣଭୋଜିର ସବୁ ଘଟଣାବଳୀ ଗୁଡିକୁ ମନେପକାଇ ଲେଖିପାରିଥାନ୍ତି | 

ପିଲାଙ୍କ ବଣଭୋଜି

ଗ୍ରାମାଞ୍ଚଳରେ ସ୍କୁଲ ଛୁଟିଦିନ ଗୁଡିକରେ ପିଲାମାନେ ବଣଭୋଜି ପାଇଁ ପ୍ରସ୍ତୁତ ହୋଇଥାନ୍ତି | ଅଧିକାଂଶ ହେମନ୍ତ, ଶୀତ ଓ ବସନ୍ତ ଋତୁରେ ବଣଭୋଜି ହୋଇଥାଏ, କାରଣ ସେହି ସମୟରେ ବର୍ଷା ବା ଅଧିକ ଖରା ହୋଇନଥାଏ | ପିଲାମାନେ ସବୁ ଏକାଠି ହୋଇ ଭୋଜିଦିନର ପୂର୍ବଦିନରୁ ଯୋଜନାମାନ କରିଥାନ୍ତି | ଯେମିତିକି ଭୋଜିରେ କଣସବୁ ରୋଷେଇ ହେବ, କେତେଜଣ ସାମିଲ ହେବେ, ଭୋଜିର ସ୍ଥାନ ନିର୍ଦ୍ଧାରିତ କରିବା, କିଏ କଣ କାର୍ଯ୍ୟ କରିବ ଇତ୍ୟାଦି | ଶେଷରେ ସମସ୍ତେ ନିଜଘରେ ଅନୁମତି ମାଗିଥାନ୍ତି, ଏବଂ ଘରଲୋକେ ପିଲାଙ୍କ ବଣଭୋଜିର ଯୋଜନାକୁ ସବୁ ଠିକ ଭାବରେ ଜାଣିସାରିଲା ପରେ ସୁରକ୍ଷା ଓ ନିରାପତ୍ତା କୁ ଆଖିରେ ରଖି ଅନୁମତି ଦେଇଥାନ୍ତି | 

ତା ପରଦିନ ପିଲାମାନେ ସବୁ ଯୋଜନା ମୁତାବକ ଶୀଘ୍ର ଶୀଘ୍ର ପ୍ରସ୍ତୁତ ହୋଇ ବଣଭୋଜି ପାଇଁ ନିର୍ଦ୍ଧରିତ ସ୍ଥାନକୁ ଯାଇଥାନ୍ତି ଏବଂ ନିଜନିଜର କାମରେ ଲାଗିପଡିଥାନ୍ତି | ଭୋଜି ସ୍ଥାନଟି ଗାଁରୁ ଟିକେ ଦୂରରେ ହୋଇଥାଏ, ଯେମିତିକି ଝରଣା କୂଳ, ନଈପଠା ଇତ୍ୟାଦି | ଭୋଜିସ୍ଥାନରୁ ଗାଁର ଦୃଶ୍ୟ ଅତି ସୁନ୍ଦର ହୋଇଥାଏ, ଗାଁଠାରୁ ଟିକେ ଦୂର ଏବଂ ନିଜର  ସାଙ୍ଗସାଥି ଯୋଗୁଁ ମନଖୋଲି ଉଚ୍ଚ ସ୍ୱରରେ କଥାବାର୍ତ୍ତା କରିଥାନ୍ତି | ଖୁସିରେ ସମସ୍ତେ ଜଣେ ଅନ୍ୟକୁ କାମରେ ସାହାର୍ଯ୍ୟ କରିବ ସହିତ ବହୁତ ପ୍ରକାରର ଖଟି ମଜା କରିଥାନ୍ତି, ଶେଷରେ ସୂର୍ଯ୍ୟ ଅସ୍ତ ପୂର୍ବରୁ ଖିଆପିଆ ସାରି ଖୁବ ଆନନ୍ଦରେ ଘରକୁ ଫେରିଆସିଥାନ୍ତି; ଏବଂ ବଣଭୋଜିର ସମସ୍ତ ବିବରଣୀ ନିଜ ଘରେ କହିଥାନ୍ତି | 

ପିଲାମାନଙ୍କ ଭଳି ବଡ଼ମାନେ ମଧ୍ୟ୍ୟ ବଣଭୋଜି କରିଥାନ୍ତି | କିଛି ପରିବାର ତାଙ୍କର ପରିବାରର ସଦସ୍ୟ ବା ତାଙ୍କର ପ୍ରିୟଜନଙ୍କ ସାଥିରେ ମିଶି ମଧ୍ୟ୍ୟ ବଣଭୋଜି କରିଥାନ୍ତି | ଏହାଦ୍ୱାରା ପାରସ୍ପରିକ ସମ୍ମାନ ଏବଂ ସମ୍ପର୍କ ସୁଦୃଢ ହୋଇଥାଏ | ବଡମାନେ ତାଙ୍କର ଏକାନ୍ତତାକୁ ଉପଭୋଗ କରିବା ନିମନ୍ତେ ଦୂର ଦୁରାନ୍ତକୁ ମଧ୍ୟ୍ୟ ବଣଭୋଜି ପାଇଁ ଯାଇଥାନ୍ତି |

ବଣଭୋଜି ପାଇଁ ଅନେକଗୁଡିଏ ସ୍ଥାନମାନ ରହିଅଛି, ଯାହାକୁ ଆମେ ସାଧାରଣତଃ ଇଂରାଜୀରେ “ପିକନିକ ସ୍ପଟ(Picnic spot)” ବୋଲି ଜାଣନ୍ତି | ସେଗୁଡିକ ସବୁ ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ  ହୋଇଥାଏ |  ଯେମିତିକି ଜଳପ୍ରପାତ,ଝରଣା, ନଦୀମାନଙ୍କ ସଙ୍ଗମ, ଅଭୟାରଣ୍ୟ ଇତ୍ୟାଦି | ସେଥିରେ ବଣଭୋଜି କରିବା ନିମନ୍ତେ ଲୋକମାନେ ସବୁ ଦୂର ଦୂରାନ୍ତରୁ ମଧ୍ୟ୍ୟ ଯାନବାହାନ ମାଧ୍ୟ୍ୟମରେ ଆସିଥାନ୍ତି | କିଛି ଜାଗା ପ୍ରଖ୍ୟାତ ହୋଇଥିବାରୁ ପାଠପଢା ପିଲାମାନଙ୍କୁ ମଧ୍ୟ୍ୟ ଦର୍ଶନୀୟ ସ୍ଥାନ ହିସାବରେ ଅଣାଯାଇଥାଏ | 

ବର୍ତ୍ତମାନ ପ୍ରଶାସନ ପର୍ଯ୍ୟଟନ ବିଭାଗ ଏବଂ ଲୋକଙ୍କର ସହଯୋଗରେ ପ୍ରାକୃତିକ ଧରୋହର ଅର୍ଥାତ ଦର୍ଶନୀୟ ସ୍ଥାନଗୁଡିକୁ ବିକାଶ କରିବାରେ ଲାଗିଛନ୍ତି | ଯେଉଁଥିରୁ ଆଞ୍ଚଳିକ ଭାଷା, ସଂସ୍କୃତି, ସ୍ଥାନର ପ୍ରଚାର ପ୍ରସାର ସହିତ ପ୍ରକୃତିର ସଂମ୍ମାନ ଏବଂ ରକ୍ଷଣାବେକ୍ଷଣରେ ସହାୟକ ହୋଇପାରୁଛି |

ପିକନିକ ବା ବଣଭୋଜିର ଲାଭ

ଦୈନଦିନ କାର୍ଯ୍ୟରୁ କିଛି ସମୟ ପାଇଁ ଆରାମ ଓ ଖୁସି ମିଳିବା ଯୋଗୁଁ ମାନସିକ ଶାନ୍ତି ମିଳିଥାଏ |
ନିଜର ବନ୍ଧୁ ବା ପ୍ରିୟଜନ ମାନଙ୍କ ସହିତ ସମ୍ପର୍କ ସୁଦୃଢ ହୋଇଥାଏ |
ପିଲାମାନଙ୍କୁ ଅନେକ ପ୍ରକାରର ଶିକ୍ଷା ମିଳିଥାଏ; ଯେମିତିକି ଏକତା, କାର୍ଯ୍ୟ ଦାଇତ୍ୱ, ରୋଷେଇ କେମିତି ହୋଇଥାଏ ଓ ସାଙ୍ଗମାନଙ୍କ ସହ ଖୋଲାକଥା ଇତ୍ୟାଦି |
ବଣଭୋଜି ସ୍ଥାନ ବିଷୟରେ କିଛି ଜାଣିବା ସହିତ ପ୍ରକୃତି ପ୍ରତି ସଂମ୍ମାନ ବଢିଥାଏ |
ସେହି ଦିନଟି ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିଯାଇଥାଏ |

Leave a Comment