ପାର୍ସଲ(Parcel) ବା କୋରିଅର(courier) ପରିବହନ କିଏ କରିଥାଏ ଏବଂ କିପରି ?

ଆମର ଦ୍ରୁତ ଗତିଶୀଳ ଦୁନିଆଁରେ ଯେଉଁଠାରେ ଦୂରତା ସଂକୁଚିତ ହେବା ପରି ଦେଖାଯାଏ, ଏବଂ ସଂଯୋଗ ସୀମା ମଧ୍ୟ୍ୟରେ ବିସ୍ତାର ହୁଏ; ପାର୍ସଲ ବିତରଣର କଳା ଆଧୁନିକ ସଂଯୋଗର ମୂଳଦୁଆ ଭାବରେ ଛିଡା ହୋଇଥାଏ | ଏହି ଜଟିଳ ନେଟୱାର୍କର କେନ୍ଦ୍ରରେ ଲୋକ, ବ୍ୟବସାୟ ଏବଂ ସମ୍ପ୍ରଦାୟ ମଧ୍ୟରେ ଥିବା ପାର୍ଥକ୍ୟକୁ ଦୂର କରିବା ପାଇଁ ଏକ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ପ୍ୟାକେଜ ର ନିରବିହୀନ ଗତିବିଧିକୁ ସଂଗଠିତ କରିବାରେ କୋରିଅର(courier) ସେବାର ପ୍ରମୁଖ ଭୂମିକା ରହିଛି | 

ପାର୍ସଲ 

ପାର୍ସଲ ହେଉଛି ଏକ ଦ୍ରବ୍ୟ ବା ପଦାର୍ଥ, କିମ୍ବା ଦ୍ରବ୍ୟ ବା ପଦାର୍ଥ ଗୁଡିକୁ ସଂଗୃହିତ କରି ପ୍ୟାକ ହୋଇ ନିର୍ଦ୍ଧିଷ୍ଟ ନିୟମାବଳୀ ଅନୁସାରେ ଆସିଥିବା ବା ପଠାଇଥିବା ଏକ ବସ୍ତୁକୁ କୁହାଯାଇଥାଏ | ଗୋଟିଏ ପାର୍ସଲ ଏକ ବାକ୍ସ ଆକାରରେ ହୋଇଥାଇପାରେ କିମ୍ବା ମଜଭୁତ ଲଫାପା ମଧ୍ୟ୍ୟ ହୋଇଥାଏ |

ଭିତରେ ଥିବା ଜିନିଷ ଅନୁସାରେ ପାର୍ସଲ ଅନେକ ଆକାରର ହୋଇଥାଏ, ପାର୍ସଲର ମୁଖ୍ୟ ଉପରିଭାଗରେ ପ୍ରାପ୍ତକର୍ତା ର ଠିକଣା ସଠିକ  ଭାବରେ ଲେଖାଯାଇଥାଏ | ଯେଉଁଥିପାଇଁ ପାର୍ସଲଟିକୁ ଅତିସହଜରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଅର୍ଥାତ ପ୍ରାପ୍ତକର୍ତା ପାଖକୁ ପହଞ୍ଚିଥାଏ |

କୋରିଅର 

କୋରିଅର ହେଉଛି ଏକ ବ୍ୟକ୍ତି ବା କମ୍ପାନୀ ଯାହା ପାର୍ସଲକୁ ବ୍ୟବସାୟିକ ଭାବରେ ପରିବହନ କରିଥଏ | କିଛି କୋରିଅର କମ୍ପାନୀ ଘରୋଇ ସେବା ଦେଉଥିବା ସମୟରେ, ଆହୁରି ଅନେକ କମ୍ପାନୀ ଅନ୍ତରାଷ୍ଟ୍ରୀୟ ସେବା ଦେଇଥାନ୍ତି | କୋରିଅର କମ୍ପାନୀ ଅନେକ ପ୍ରକାରର ସେବା ସୁବିଧା ମାନ ତାର ଗ୍ରାହକମାନଙ୍କୁ ଯାଚିଥାଏ, ସାଧାରଣ ନୌପରିବହନ ଠାରୁ, ଯେଉଁଥିରେ ଅନେକ ସମୟ ଲାଗିଥାଏ; ସେଥିରେ ସେ ତାପରଦିନ ଗ୍ୟାରେଣ୍ଟିରେ ପହଞ୍ଚାଇବାକୁ କହିଥାଏ | ସେ ଯାହାହେଉ ପଛେ କିଛି କୋରିଅର ସରକାରଙ୍କର ମଧ୍ୟ୍ୟ ହୋଇଥାଏ | 

 ସାଧାରଣ ଡାକ ସେବା ଠାରୁ କୋରିଅର ର ପ୍ରଖ୍ୟାତ ଭାବରେ ବିଶେଷ ଗୁଣ ରହିଅଛି; ଯେମିତିକି ଦ୍ରୁତଗତି, ସୁରକ୍ଷା, ସ୍ୱତନ୍ତ୍ର ଏବଂ ସ୍ୱୟଂ ଦ୍ରୁତଗତିରେ ସେବା ଇତ୍ୟାଦି | ଅନେକଗୁଡ଼ିଏ କୋରିଅର ସଂସ୍ଥା ରହିଛି; ଯଥା DHL, DTDC, FedEx, EMS International, Blue Dart, TNT, UPS, India Post, J&T Express, Aramex. ଏମାନେ ସବୁ ସାରା ପୃଥିବୀର ଚାରିଆଡେ କୋରିଅର ସେବା ଦେଇଥାନ୍ତି |

ବର୍ତ୍ତମାନ ସମୟରେ ଅନଲାଇନ ସପିଂ ଅଧିକ ହେଉଛି, ସେ ସବୁ ଜିନିଷ ଗୁଡିକ ଯେକୌଣସି କୋରିଅର କମ୍ପାନୀ ମଧ୍ୟ୍ୟମାରେ ପରିବହନ ହୋଇଥାଏ | ଏଥିରୁ ଜାଣିବା କଥା ହେଲା ଯେ ମାର୍କେଟିଂ କମ୍ପାନୀ ଅଲଗା ପରିବହନ ବା କୋରିଅର କମ୍ପାନୀ ଅଲଗା ଏବଂ ବିକ୍ରେତା ମଧ୍ୟ୍ୟ ଅନ୍ୟ କେହିଜଣେ ହୋଇଥାଏ |

ପାର୍ସଲ କେମିତି ପଠାଯାଏ ?

ଆଛା ଆମେ ସାଧାରଣତଃ ଭାବରେ ପାର୍ସଲ, ଭାରତୀୟ ଡାକ ନଚେତ ଭାରତୀୟ ରେଳ ସହାୟତାରେ ପଠାଇବା କିମ୍ବା ପ୍ରାପ୍ତ କରିଥାନ୍ତି | ଠିକ ସେହିପରି ଦେଶ ବିଦେଶକୁ ପାର୍ସଲ ପଠାଇବାକୁ ହେଲେ ଯେକୌଣସି କୋରିଅର କମ୍ପାନୀର କାର୍ଯ୍ୟାଳୟକୁ ଯାଇ ସେଠିକାର ଠିକଣା ଯାଞ୍ଚ କରାଇଥାନ୍ତି | ତାପରେ ଆମ ଜିନିଷର ଓଜନ ଓ ଆକାର ଅନୁସାରେ ପ୍ୟାକିଂ ହେବାସହିତ ମୂଲ୍ୟ ନିର୍ଧାରିତ ହୋଇଥାଏ, ଏବଂ ଆମର ପରିଚୟ ପତ୍ର ଅନୁସାରେ ଏକ ଠିକଣା ସହିତ ଯିଏ ପାର୍ସଲଟି ପ୍ରାପ୍ତ କରିବା ତାର ଠିକଣା ମଧ୍ୟ୍ୟ ପାର୍ସଲ ଉପରେ ଲଗାଇଦିଆଯାଇଥାଏ | ଏବଂ ତାର ଅପଡେଟ ଇଣ୍ଟେର୍ନେଟରେ ଏଣ୍ଟ୍ରି କରିଦିଆଯାଇଥାଏ | ଶେଷରେ ବିଲ ସହିତ ଏକ ତଦନ୍ତ ନମ୍ବର ଆମେ ପାଇଥାନ୍ତି ଯେଉଁଥିରୁ ଆମେ ଆମ ପାର୍ସଲର ଡେଲିଭରି ପର୍ଯ୍ୟନ୍ତ ପାଇପାରିଥାନ୍ତି | 

କୋରିଅର ଏବଂ ପାର୍ସଲ ସଂସ୍ଥା ଗୁଡିକ ଏହିଭଳି ସୁବିଧା ଯୋଗାଇଦେଉଥିବାରୁ ଆମେମାନେ ଆମର ଆବଶ୍ୟକୀୟ ଜିନିଷପତ୍ରକୁ ସହଜରେ ମଗାଇପାରନ୍ତି ଏବଂ ପଠାଇପାରନ୍ତି ମଧ୍ୟ୍ୟ |

Leave a Comment