ନୂତନ ବର୍ଷର ଅଭିନନ୍ଦନ(Happy New Year) ସହିତ ଅତୀତକୁ ବିଦାୟ ଦେବାର ମହାନ ସମୟ, ଏବଂ ନୂତନ ବର୍ଷର ସଂକଳ୍ପ(New years resolutions) ପାଇଁ ଆଠୋଟି ନିୟମ |

ନୂତନ ବର୍ଷର ଆଗମନ, ବର୍ତ୍ତମାନ ପ୍ରତିଶୃତିବଦ୍ଧ ଓ ଦୃଢ ବିଶ୍ୱାସର ସହିତ ଭବିଷ୍ୟତକୁ ସାମ୍ନା କରିବା ଆବଶ୍ୟକ | 

ସ୍ବପ୍ନର ପଦୋନ୍ନତି କରି ତାରି ଉପରେ ବିଜୟ ହାସିଲ କରିବା; ସ୍ୱାସ୍ଥ୍ୟ ଓ ଶାରୀରିକ କ୍ଷମତାକୁ ଉନ୍ନତ କରିବା; ଅଧିକ ସୃଜନଶୀଳ ହେବା; ପରିବାର ସହିତ ଗୁଣାତ୍ମକ ସମୟ ବିତାଇବା | ଏହିପରି ହଜାରେ ଲକ୍ଷ୍ୟ ସବୁ ଆମ ଅଧୀନରେ ରହିଅଛି | ନିଶ୍ଚିତ ଭାବରେ, “ନୂତନ ବର୍ଷ ସଂକଳ୍ପର ଅଭିଶାପ” ଅନେକ ଅଭିଳାଷକୁ ନଷ୍ଟ କରିଛି; କିନ୍ତୁ ଏହା ଆମକୁ ଅଟକାଇପାରିବ ନାହିଁ | 

ତେଣୁ, ଆମେ ଆରାମରେ ନୂତନ ବର୍ଷ ସଂକଳ୍ପର ସଫଳ କାମନା ସ୍ଥିର କରିବା ଉଚିତ | ନିମ୍ନଲିଖିତ ଅନୁଚ୍ଛେଦରେ ‘ଆମେ କିପରି ଏକ ଚମତ୍କାର ଭବିଷ୍ୟତ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିପାରିବା’ ତାରି ଉପରେ ଧ୍ୟାନ ଦିଆଯାଇଅଛି | 

ନୂତନ ବର୍ଷର ସଂକଳ୍ପକୁ ଶକ୍ତିଶାଳୀ(Power up) କରିବା

ଦୁଇଟି ସାଧାରଣ ଭ୍ରମ ଅଛି, ଯାହାକି ଲୋକମାନେ ତାଙ୍କର ନୂତନ ବର୍ଷର ସଂକଳ୍ପକୁ ସେଟ କରି ଆରମ୍ଭ କରିବା ପୂର୍ବରୁ ପ୍ରସ୍ତୁତ କରିଥାନ୍ତି | ପ୍ରଥମେ, ସେମାନେ ପ୍ରକୃତରେ କଣ କରିବେକୁ ଚାହୁଁଛନ୍ତି ତା ଅପେକ୍ଷା ସେମାନେ କଣ କରିବା ଉଚିତ ସେ ବିଷୟରେ ଚିନ୍ତା କରନ୍ତି | ଦ୍ବିତୀୟତଃ ସେମାନେ ଯାହା ହାସିଲ କରିବାକୁ ଚାହାନ୍ତି, ତା ଅପେକ୍ଷା ସେମାନେ କଣ କରିବା କଣ ନକରିବା ଉଚିତ ସେ ବିଷୟରେ ଚିନ୍ତା କରନ୍ତି | 

ଯେକୌଣସି ପରିବର୍ତ୍ତନରେ ସଫଳ ହେବାକୁ ହେଲେ, ଆମେ ତାକୁ ପ୍ରକୃତରେ ଚାହୁଁଛନ୍ତି କି ନାହିଁ ତାକୁ ଜାଣିବା ଦରକାର | ଆମେ ପ୍ରକୃତରେ କଣ ଚାହୁଁଛନ୍ତି ତାକୁ ବିଚାର କରିବାକୁ ଯଦି ସମୟ ନ ନିଅନ୍ତି, ତାହେଲେ ଆମେ ଏକ ସଂକଳ୍ପ ନେଇପାରିବ ଯେ ଆମେ ସମ୍ପୂର୍ଣ ପ୍ରତିବଦ୍ଧ ନୁହନ୍ତି | 

ନୂତନ ବର୍ଷର ସଂକଳ୍ପଗୁଡିକ ଶକ୍ତିଶାଳୀ ହୋଇପାରେ କାରଣ ସେଗୁଡିକୁ ତିଆରି କରିବା ଏକ ସ୍ୱୀକୃତିପ୍ରାପ୍ତ ଅଭ୍ୟାସ | ସମସ୍ତେ ଜାଣନ୍ତି ଯେ ଅନ୍ୟ ସମସ୍ତେ ଯୋଜନା କରୁଛନ୍ତି, ଏବଂ କି ମହାନ ପାରସ୍ପରିକ ସମର୍ଥନ ନେଟୱାର୍କ ପ୍ରଦାନ କରିପାରିବ; ତା ଭି ମଧ୍ୟ ସମସ୍ତଙ୍କୁ ଜଣା | 

ଏହି ବାହ୍ୟ ପ୍ରେରଣା ଏବଂ ସମର୍ଥନ, ଆମର ସଫଳତା ପାଇଁ ଇଚ୍ଛା ସହିତ ସଫଳତା ଏବଂ ବିଫଳତା ମଧ୍ୟରେ ପାର୍ଥକ୍ୟ କଣ ଦର୍ଶାଇଥାଏ |   

ନୂତନ ବର୍ଷ ସଂକଳ୍ପର ସଫଳ ପାଇଁ ଆଠଟି ନିୟମ 

ଏହି ଆଠଟି ନିୟମ ନୂତନ ବର୍ଷର ସଂକଳ୍ପକୁ ଆରମ୍ଭରୁ ସଫଳତା ହାସିଲ କରିବାରେ ସାହାର୍ଯ୍ୟ କରିଥାଏ |  

ପ୍ରଥମ ନିୟମ: ସଂକଳ୍ପ ପ୍ରତି ପ୍ରତିଶୃତିବଦ୍ଧ ହେବା(Commit to the resolution)

ପରିବର୍ତ୍ତନ କରିବା ପାଇଁ ସଫଳ ସଂକଳ୍ପଗୁଡିକ ଏକ ଦୃଢ ପ୍ରତିବଦ୍ଧତା ସହିତ ଆରମ୍ଭ ହୋଇଥାଏ | ସଫଳ ହେବ ପାଇଁ, ଆମେ ନିଶ୍ଚିତ ହେବ ଉଚିତ ଯେ ଆମେ ଯାହା ହାସଲ କରିବାକୁ ସ୍ଥିର କରିଛେ ତାକୁ ପୂରଣ କରିପାରିବା | ତେଣୁ, ଆମେ ଯେତେବେଳେ ସ୍ଥିର କରିଥାନ୍ତି, ନିମ୍ନଲିଖିତ କିଛି ତଥ୍ୟକୁ ଅନୁସରଣ କରିବା ଆବଶ୍ୟକ |

  • ପ୍ରକୃତରେ ହାସଲ କରିବାକୁ ଚାହୁଁଥିବା ସଂକଳ୍ପଗୁଡିକୁ ବାଛି ସକାରାତ୍ମକ କରିବା |
  • ଆଖପାଖରେ ଥିବା ସମସ୍ତଙ୍କୁ ନିଜର ସଂକଳ୍ପ ଘୋଷଣା କରିବା, ସେମାନେ ସଂକଳ୍ପ ସହିତ ଜଡିତ ହେବାରେ ସାହାର୍ଯ୍ୟ କରିବେ |
  • ପ୍ରତିବଦ୍ଧତାର ଆରମ୍ଭକୁ ଜାଣିବା ପାଇଁ ଏକ ସମାରୋହକୁ ବିକାଶ କରିବା, ଏହା ବାସ୍ତବକୁ ଅଧିକ ଗଢିତୋଳିବା ସହିତ ଖାସ ମଧ୍ୟ କରିଥାଏ | 
  • ସଂକଳ୍ପର ପସନ୍ଦକୁ ଶେଷ ମୁହୂର୍ତ୍ତକୁ ଛାଡିବା କଥା ନୁହେଁ | ଲକ୍ଷ୍ୟ ବିଷୟରେ ଚିନ୍ତା କରିବାକୁ ସମୟ ନେବା  ଆବଶ୍ୟକ | ଯଦି ତାହା କରିବାନି, ତାହେଲେ ଆମେ ଆମର ପରିବେଶ ଉପରେ ପ୍ରତିକ୍ରିୟା କରିବା ଏବଂ ବଡ ଛବିକୁ ହରାଇବାର ଆଶଙ୍କା ରହିଥାଏ | 
  • ନିଜର ସଂକଳ୍ପର ମାଲିକାନା ନେଇପାରିବା କି ନାହିଁ, ତାକୁ ସ୍ଥିର କରିବାକୁ ନିଜ ପ୍ରତି କିଛି ପ୍ରଶ୍ନ:

     ଏହି ସଂକଳ୍ପ ମୋର ଧାରଣା ନ ଆଉ କାହାର ?

     ଏହି ସଂକଳ୍ପଟି ମୋତେ ପ୍ରେରଣା ଦିଏ କି ?

     ଏହି ସଂକଳ୍ପଟି ମୋ ଜୀବନର ଅନ୍ୟାନ୍ୟ କାରଣ ସହିତ ସମାନ କି ନୁହଁ, ଯେପରିକି ମୋର ମୂଲ୍ୟ 

     ଏବଂ ଦୀର୍ଘକାଳୀନ ଯୋଜନା ? 

  • ମନେରଖିବା କଥା, ସଂକଳ୍ପଟିକୁ ହାସଲ କରିବାକୁ ବର୍ଷସାରା ସମୟର ଆବଶ୍ୟକରେ ତାର କୌଣସି କାରଣ ନଥିବା ଦରକାର |    

ଦ୍ଵିତୀୟ ନିୟମ: ବାସ୍ତବବାଦୀ ହେବା(Be realistic)

ଲକ୍ଷ୍ୟ ହାସିଲ କରିବାର ଛବି ହେଉଛି ପ୍ରେରଣା | କିନ୍ତୁ ଯଦି ଆମେ ଆମର ବାର/ବାଡ଼ିକୁ(Bar) ଅଧିକ ଉଚ୍ଚରେ ସେଟ କରିବା ତାହେଲେ ବିଫଳ ହେବାର ଆଶଙ୍କା ଅଧିକ | 

ଗତବର୍ଷ ସ୍ଥିର କରିଥିବା ସମାନ ସଂକଳ୍ପ ସେଟ କରିବା ପୂର୍ବରୁ ଭଲଭାବରେ ବିଚାର କରିବା | ଯଦି ଏହା କାମ କରିନଥିଲା, ତେବେ ନିଶ୍ଚିତ କରିବାକୁ ପଡିବ ଯେ; ବିଶ୍ୱାସ କରିବାର ଏକ ଉତ୍ତମ କାରଣ ଅଛି | କଣ ବଦଳିଛି ଯେ ଏହି ବର୍ଷ ଏହାକୁ ହାସଲ କରିପାରିବା ? 

ଅଧିକ ଉଚ୍ଚ ପରିବର୍ତ୍ତେ ଟିକେ କମ ଲକ୍ଷ୍ୟ ରଖିବା ଦରକାର | ଏପରି କିଛି ଲକ୍ଷ୍ୟ ରଖିବା କଥା, ଯାହା କଷ୍ଟକର/ଚ୍ୟାଲେଞ୍ଜ(challenging) ହେଉଥିବ, କିନ୍ତୁ ସଫଳ ହେବାର ଭଲ ସୁଯୋଗ ରହିଥିବ | 

ଚୋବାଇବା ଠାରୁ ଅଧିକ କାମୁଡିବା କଥା ନୁହେଁ | ଗୋଟିଏ କିମ୍ବା ଦୁଇଟି ସଂକଳ୍ପରୁ ଅଧିକ ସେଟ କରିବାର କୌଣସି କାରଣ ନାହିଁ | ତାଠାରୁ ଭଲ ନିଜେ ନିଜର ଧ୍ୟାନ ଏବଂ ଶକ୍ତିକୁ ଭାଗ କରିବା | 

ତୃତୀୟ ନିୟମ: ଲେଖିରଖିବା(Write it down)

ଲିଖିତଭାବରେ ସଂକଳ୍ପଟିକୁ ରଖିବା | ଏହା ଲକ୍ଷ୍ୟର ବାସ୍ତବତାକୁ ଗଢିତୋଳିବା ପାଇଁ ଏକ ସରଳ ଏବଂ ଶକ୍ତିଶାଳୀ କୌଶଳ | ଯେତେବେଳେ ଆମେ ଏହା କରିବାକୁ ସମୟ ନେଇଥାଉ, ଆମ ଭିତରେ ଏପରି କିଛି ଅଛି ଯାହାକି ଅଧିକ ପ୍ରତିବଦ୍ଧତା ଏବଂ ଚଲେଇବା/ଡ୍ରାଇଭ(Drive) ସହିତ ପ୍ରତିକ୍ରିୟା କରେ | ଏହାକୁ ଖଣ୍ଡେ କାର୍ଡରେ ଲେଖିରଖିବା, ଯାହାକୁ ଆମେ ବାରମ୍ବାର ଦେଖିପାରୁଥିବା | 

ଚତୁର୍ଥ ନିୟମ: ଏକ ଯୋଜନା ତିଆରି କରିବା(Make a plan) 

ଏହା ଗୁରୁତ୍ୱପୂର୍ଣ୍ଣ ଅଟେ, ତେଣୁ ଏହି ପଦକ୍ଷେପକୁ ହାତଛଡା କରିବା କଥା ନୁହଁ | 

  • ଯେଉଁସ୍ଥାନରେ ନିଜକୁ ରଖିବାକୁ ଚାହୁଁଛନ୍ତି, ତାକୁ ନିଜ ମନରେ ଚିତ୍ରଣ କିମ୍ବା କଳ୍ପନା କରିବା ଆରମ୍ଭ କରିଦେବା ଆବଶ୍ୟକ | 
  • ତାପରେ ଆଜି ଯେଉଁଠାରେ ଅଛେ, ତାସହିତ ନିଜ ପଥରେ ପୁନର୍ବାର କାମ କରିବା |
  • ନିଜ ଭିତରେ ହାସିଲ କରିବାକୁ ଆବଶ୍ୟକ କରୁଥିବା ମାଇଲ୍ଖୁଣ୍ଟକୁ ଲେଖିବା | 
  • ପ୍ରତ୍ୟେକ ମାଇଲ୍ଖୁଣ୍ଟକୁ ପୁରଣ କରିବା ନିମନ୍ତେ କଣ କରିବା ଆବଶ୍ୟକ, ତାହା ସ୍ଥିର କରିବା | ନିଜେ ନିଜର ପ୍ରତ୍ୟେକ ପଦକ୍ଷେପକୁ ଜାଣିବା ଦରକାର ଏବଂ ଆଗକୁ କଣ ଆସିବ ତା ପ୍ରତି ଏକ ଯୋଜନା ରଖିଥିବା ଆବଶ୍ୟକ | 

ପଞ୍ଚମ ନିୟମ: ପରିବର୍ତ୍ତନୀୟ/ନମନୀୟ(Flexible) ରହିବା 

ଯୋଜନା କରିଥିବା ଉପାୟରେ ସବୁକିଛି ଠିକ ଭାବରେ କାମ କରିବ କି ନାହିଁ ତାହଁ ଠିକ ନଥାଏ | ପ୍ରଥମେ ଛୋଟ ପ୍ରତିବନ୍ଧକ ପାଠ୍ୟକ୍ରମରୁ ଦୂରେଇ ଦେଇପାରେ, ବିଶେଷତଃ ଯଦି ନିଜ ଅଭିମୁଖ୍ୟରେ କଠୋର ହୋଇଥାନ୍ତି | ତେଣୁ, ନିମ୍ନଲିଖିତ ପଦକ୍ଷେପଗୁଡ଼ିକୁ ଅନୁସରଣ କରି ନମନୀୟ ଏବଂ ଅନୁକୂଳ ରହିବା ଆବଶ୍ୟକ | 

ଆଗକୁ ସାମ୍ନା କରିବାକୁ ଥିବା କିଛି ଆହ୍ୱାନର ପୂର୍ବାନୁମାନ କରିବାକୁ ଚେଷ୍ଟା କରିବା କଥା | ଯେଉଁଥିରେ ବିଫଳତାର ସର୍ବାଧିକ ସମ୍ଭାବନା ଅଛି ସେଠି ପ୍ରତି ଜରୁରୀକାଳୀନ ଯୋଜନା ତିଆରି କରିରଖିବା ଏବଂ ଅନ୍ୟଗୁଡିକ ପ୍ରତି ମାନସିକ ସ୍ତରରେ ନିଜକୁ ପ୍ରସ୍ତୁତ କରିରଖିବା ଜରୁରୀ ଅଟେ | 

ହୃଦୟଙ୍ଗମ କରିଥିବା କଥା ଯେ ଆମର ସଂକଳ୍ପ ନିଜେ ନିଜ ବାଟରେ ପରିବର୍ତ୍ତନ ହୋଇପାରେ | ତାହା ବିଫଳତା ନୁହେଁ, ଏକ ବାସ୍ତବତା | ଯଦି ଆମେ ଆମ ଲକ୍ଷ୍ୟରେ ପରିବର୍ତ୍ତନ ଆଣିବାକୁ ପଡିଥାଏ ତାହେଲେ ୟାକୁ ଅନୁସରଣ କରି ଜାରି ରଖିବା ନିହାତି ଜରୁରୀ |

ଷଷ୍ଟ ନିୟମ: ମନେ ପକାଇଦେବା/ଚେତାଇବା(Use Reminder)

ଯଦି ଅନେକ ପ୍ରତିବଦ୍ଧତା, ଦାୟିତ୍ୱ ଏବଂ ଆଇନଗତ ବାଧ୍ୟ୍ୟତା ଆମ ପାଖରେ ରହିବ; ତେବେ ଯୋଜନା ଉପରେ ଧ୍ୟାନ ରଖିବା କଷ୍ଟକର ହୋଇଥାଏ | ସଂକଳ୍ପ ଉପରେ ରହିବାକୁ ହେଲେ, ନିୟମାନୁସାରେ ଏକ ସ୍ମାରକ(Reminder) ବିକାଶ କରିବାକୁ ପଡିବ | 

  • ରିମାଇଣ୍ଡରଗୁଡିକ ଦେଖାଯାଉଥିବା ଆବଶ୍ୟକ | କର୍ମକ୍ଷେତ୍ରରେ, ଘରେ, କ୍ୟାଲେଣ୍ଡର ଇତ୍ୟାଦିରେ ରିମାଇଣ୍ଡରକୁ ଲେଖିରହିବ ଦରକାର | 
  • ନିଶ୍ଚିତ ହେବା ଦରକାର ଯେ ଯୋଜନାବଦ୍ଧ କାର୍ଯ୍ୟଗୁଡିକ ଆଗକୁ କରିବା ତାଲିକାରେ(To Do List) ରହିଅଛି |
  • କ୍ୟାଲେଣ୍ଡରରେ ଲକ୍ଷ୍ୟ ହାସଲ କରିବା ପାଇଁ ଆବଶ୍ୟକ କରୁଥିବା ଜିନିଷଗୁଡ଼ିକର ରିମାଇଣ୍ଡର ସେଟ କରିବା ଦରକାର | 

ସପ୍ତମ ନିୟମ: ପ୍ରଗତିକୁ ଅନୁସରଣ/ଟ୍ରାକ(Track Progress)

ପ୍ରତ୍ୟେକ ମାଇଲଖୁଣ୍ଟ କେବେ ପୂରଣ ହେବ ଜାଣିବା ଜରୁରୀ; ଛୋଟ ସଫଳତା ଉତ୍ସାହିତ କରିବା ସହିତ ଆଗକୁ ବଢ଼ାଇଥାଏ | 

  • ଏକ ନୋଟବୁକରେ ନିୟମିତ ଭାବରେ ଅଗ୍ରଗତି ବିଷୟରେ ଲେଖିରଖିବା ଦରକାର |
  • ଯେତେବେଳେ ନିଜେ ନିଜର ପ୍ରୟାସରେ ବିଶେଷ ସନ୍ତୁଷ୍ଟ ଅନୁଭବ କରନ୍ତି, ତାକୁ ଧ୍ୟାନ ଦେଉଥିବା | 
  • ତଳକୁ ଖସିଗଲେ କିମ୍ବା ଛାଡିବା ପରି ଅନୁଭବ ହେଉଥିବା ସମୟକୁ ଧ୍ୟାନ ଦେଉଥିବା ଦରକାର | 
  • ନିୟମିତ ଭାବରେ ଲିଖିତ ନୋଟଗୁଡିକୁ ପୁନର୍ବାର ଦେଖିବା ଏବଂ ନିଜର ଅନୁଭୂତିରୁ କିଛି ଶିଖିବା |
  • ପରିବାର, ବନ୍ଧୁ ଓ ସହକର୍ମୀମାନଙ୍କ ସହିତ ନିଜର ଅଗ୍ରଗତି ବିଷୟରେ ଆଲୋଚନା କରିବା ଆବଶ୍ୟକ |

ଅଷ୍ଟମ ନିୟମ: ନିଜେ ନିଜକୁ ପୁରସ୍କୃତ କରିବା(Reward yourself)

ଅତ୍ୟଧିକ ପ୍ରତିବଦ୍ଧ ବ୍ୟକ୍ତି ମଧ୍ୟ ଏକ ବୃଦ୍ଧି ଆବଶ୍ୟକ କରିଥାନ୍ତି, ଏବଂ ବେଳେବେଳେ ତାହା ଟିକିଏ ପୁରସ୍କାର କିମ୍ବା ଟ୍ରିଟ(treat) ମାଧ୍ୟମରେ ସମ୍ପନ୍ନ ହୋଇଥାଏ | 

ଯେତେବେଳେ ଆମେ ଆମର ଯୋଜନାକୁ ବିକାଶ କରିଥାନ୍ତି, କିଛି ମାଇଲ୍ଖୁଣ୍ଟକୁ ପ୍ରାପ୍ତ କରି ନିଜକୁ ପୁରସ୍କୃତ କରିବାର କଥାକୁ ଟିପି/ନୋଟ(note) କରି ରଖିବା ଦରକାର | କିନ୍ତୁ ତାକୁ ବାହାରେ ଚାରିଆଡେ ବିସ୍ତାର କରି ନିଶ୍ଚିତ କରିରଖିବା କଥା ଯେ ପୁରସ୍କାର ବିଶେଷ କରି ବାକି ରହିଅଛି ଏବଂ ତାକୁ ପାଇବା ଏତେ ସହଜ ନୁହେଁ |

ମୁଖ୍ୟ ବିନ୍ଦୁଗୁଡିକ(Key points)

ନୂତନ ବର୍ଷର ସଂକଳ୍ପଗୁଡି କଷ୍ଟକର କିମ୍ବା ଆନନ୍ଦଦାୟକ ହୋଇପାରେ, ପସନ୍ଦ କରିବା ନକରିବା ଆପଣଙ୍କର | ଯଦି ଏହା କଷ୍ଟକର, ଆପଣ ପୁନର୍ବାର ସଂକଳ୍ପ ନକରିବାକୁ ସ୍ଥିର କରିପାରନ୍ତି | ତେଣୁ, ଏହାକୁ ଏକ ଆନନ୍ଦଦାୟକ କରିବାକୁ ସଂକଳ୍ପ କରିବା ଉଚିତ ହେବ |

ପ୍ରଥମେ ଏକ ଜିନିଷ ଉପରେ ଧ୍ୟାନ ଦେବା ଆବଶ୍ୟକ, ଯାହାକି ଆପଣ ପ୍ରକୃତରେ ଚାହୁଁଛନ୍ତି ଏବଂ ଆପଣ ତା ପ୍ରତି ପୂର୍ଣ୍ଣ ପ୍ରତିବଦ୍ଧତା ଦେବାକୁ ପ୍ରସ୍ତୁତ | ଏହା କଲା ପରେ ଆପଣ ଉତ୍ସାହିତ ଏବଂ ସଫଳ ହେବାର ଭଲ ସ୍ଥିତିରେ ରହିବେ | 

ନୂତନ ବର୍ଷ ସଂକଳ୍ପର ଯୋଜନା ଅନୁସାରେ ନିଜକୁ ସଫଳ କରିବା ପାଇଁ ଏହି ଆଠଟି ନିୟମ ଅନୁସରଣ କରିବା ଉଚିତ |

1. ନିଜର ସଂକଳ୍ପକୁ ପ୍ରତିଶୃତି ଦେବା(commit to your resolution) 

2. ବାସ୍ତବବାଦୀ ହେବା(be realistic)

3. ଏହାକୁ ଲେଖିରଖିବା(write it down)

4. ଏକ ଯୋଜନା ପ୍ରସ୍ତୁତ କରିବା(make a plan) 

5. ନମନୀୟ ହେବା(be flexible)

6. ସ୍ମାରକପତ୍ର ବ୍ୟବହାର କରିବା(use reminders)

7. ଅଗ୍ରଗତିକୁ ଟ୍ରାକ କରିବା(track progress)

8. ନିଜକୁ ପୁରସ୍କୃତ କରିବା(reward yourself) 

Leave a Comment