ଧନସମ୍ପତ୍ତିର ଅଭାବ ନା ରୋଜଗାର କରିବାର ଇଛାଶକ୍ତିର ଅଭାବ; ଖାଲି ଟିକିଏ ଦୃଢ ମନବଳ ଦରକାର |

ମଣିଷ ଜୀବନର ମୁଖ୍ୟ ଉଦ୍ୟେଶ ସୁଖଶାନ୍ତିରେ ଜୀବନ ବ୍ୟତୀତ କରିବା, କିନ୍ତୁ ଏ ଦୁନିଆଁର ଦୁଇଟି ସତ୍ୟ କଥା ଜନ୍ମ ଓ ମୃତ୍ୟୁ ମଧ୍ୟ୍ୟରେ ବଞ୍ଚିରହିବାପାଇଁ ତିନୋଟି ମୁଖ୍ୟ ଉପାଦାନର ଆବଶ୍ୟକ ହୋଇଥାଏ; ସେଗୁଡିକ ହେଲା ଖାଦ୍ୟ, ବସ୍ତ୍ର, ବାସଗୃହ | ଏ ସବୁର ଆବଶ୍ୟକତାକୁ ପୁରାଣ କରିବା ନିମନ୍ତେ ମଣିଷ ବହୁତ ପରିଶ୍ରମ କରିଥାଏ | ସମୟ ସହିତ ମଣିଷର ଇଛା ମଧ୍ୟ୍ୟ ବଦଳିଯାଇଥାଏ, ବର୍ତ୍ତମାନ ମଣିଷ ଆରାମରେ ଜୀବନ ବ୍ୟତୀତ କରିବା ନିମନ୍ତେ ବସ୍ତୁବାଦୀ ହୋଇଗଲାଣି | ସବୁ ଜିନିଷ ତାର ପସନ୍ଦ ଅନୁସାରେ ହେବ ଦରକାର, ଯଦିଓ କୌଣସି ଲୋକ ସାଧାରଣ ଜୀବନଯାପନ କରୁଥାଏ; ତାହେଲେ ଏ ମଣିଷ ସମାଜ ତାକୁ ଅଲଗା ନଜରରେ ଦେଖିଥାଏ | 

ବସି ଖାଇଲେ ନଈବାଲି ସରେ

‘ବସି ଖାଇଲେ ନଈବାଲି ସରେ’ କହିଲେ ଖାଲି ଖାଦ୍ୟ ଖାଇବା କଥା କୁହାଯାଉ ନାହିଁ; ତାର ପ୍ରକୃତ ଅର୍ଥ ହେଉଛି ଯେ ଆମେ ନିଜର ଆଗତ ଭବିଷ୍ୟତକୁ ଆଖିରେ ନ ରଖି ଆମ ପାଖରେ ଥିବା ସୀମିତ ଧନସମ୍ପତ୍ତିକୁ ଯଦି ବେହିସାବ ଖର୍ଚ କରିଚାଲିବା ତାହେଲେ ତାହା ନଈଗୁଡିକରେ ଯେତିକି ବାଲି ଥାଏ ସେତିକି ଅର୍ଥାତ ଅଚଳାଚଳ ସମ୍ପତ୍ତି ହେଲେ ମଧ୍ଯ ଦିନେ ନା ଦିନେ ଶେଷ ହୋଇଯିବ |

ଦୁନିଆଁର ସ୍ଥିତି 

ପାରମ୍ପରିକ ବୃତ୍ତି ବର୍ତ୍ତମାନ କମିବାରେ ଲାଗିଛି; ଲୋକମାନେ ସବୁ ନିଜ ନିଜର ଉପଯୁକ୍ତତା ଅନୁସାରେ କାମଧନ୍ଦା କରୁଛନ୍ତି | ଯେଉଁ କାର୍ଯ୍ୟ କଲେ ଅଧିକ ଧନ ଉପାର୍ଜନ କରିପାରିବେ ସେଥିରେ ମନ ଦେଲେଣି | କାରଣ ଧନସମ୍ପତ୍ତି ହିଁ ମଣିଷ ଜୀବନକୁ ବଞ୍ଚାଇ ରଖିବା ସହିତ ସୁଖ ସମୃଦ୍ଧି ବୃଦ୍ଧି କରିବାର ମୌଳିକ ଉପାଦାନ ଅଟେ | କିନ୍ତୁ ପାରମ୍ପରିକ ବୃତ୍ତିରୁ ଧନ ଉପାର୍ଜନ  ଅଧିକ କରିପାରୁନଥିବାରୁ ଲୋକେ ଅନ୍ୟ ଉପାୟ ବାଛି ନେଉଛନ୍ତି ଏବଂ କିଛି ସଫଳ ହେଉଛନ୍ତି ତ କିଛି ଅସଫଳ | ପୂର୍ବକାଳରେ କାର୍ଯ୍ୟ ପ୍ରଣାଳୀ ସ୍ୱତନ୍ତ୍ର ପ୍ରକାରରେ ଗଠନ ହୋଇଥିଲା, ଯେଉଁଥିରେ ଲୋକମାନେ ଜିନିଷଗୁଡ଼ିକର ମୂଲ୍ୟ ଅନୁସାରେ ଜିନିଷର ଅଦଳ ବଦଳ କରି ଜୀବନ ଜାପନକରୁଥିଲେ | ଯେଉଁଥିରେ ସେମାନଙ୍କର ପାରମ୍ପରିକ କାର୍ଯ୍ୟପ୍ରଣାଳୀ ପିଢ଼ି ପରେ ପିଢ଼ି ସ୍ଥାନାନ୍ତର ହୋଇଆସୁଥିଲା, ଯେଉଁଥିପାଇଁ ଲୋକମାନଙ୍କୁ ସେହି କାର୍ଯ୍ୟପଦ୍ଧତିକୁ ଶିଖିବା ଓ ତାରି ଉପରେ କାମ କରିବା ଅତି ସହଜ ହେଉଥିଲା | କିନ୍ତୁ ବର୍ତ୍ତମାନ ନୂତନ ଯୁଗର ମଣିଷ ଜୀବନରେ ବସ୍ତୁଗୁଡ଼ିକର ଚାହିଦା ବଢିଚାଲିଛି, ଖର୍ଚକୁ ଦେଖିଲାବେଳକୁ ଆୟ ସେତିକି ହୋଇପାରୁ ନାହିଁ | 

ପାରିବାରିକ ସମସ୍ୟା 

ଆମ୍ଭେମାନେ ବର୍ତ୍ତମାନ ଏକବିଂଶ ଶତାବ୍ଦୀ ରେ ଜୀବନଯାପନ କରୁଛନ୍ତି | ଆଜିକାଲି ସାଧାରଣ ପରିବାରଟିଏ ର ଖର୍ଚ୍ଚ ଅନେକ, କିଛି ଜିନିଷ ତ ଅଭ୍ୟାସଗତ ହୋଇସାରିଲାଣି; ଯେମିତିକି ଘରପାଇଁ ବିଜୁଳୀ, ମୋବାଇଲ, ନିଜସ୍ୱ ଯାନବାହାନ ଇତ୍ୟାଦି | ଏସବୁର ନୀତିଦିନିଆଁ ବ୍ୟବହାରରେ କିଛି ଖର୍ଚ୍ଚ ମଧ୍ୟ୍ୟ ଅଛି, ଆଉ ସେସବୁ ଖର୍ଚ୍ଚକୁ ପରିବାରର କେହିଜଣେ ହେଉ କିମ୍ବା ମିଶିକି ବହନ କରିଥାନ୍ତି | ବର୍ତ୍ତମାନ ଜିନିଷଗୁଡିକର ଦରଦାମ ବଢିଚାଲିଛି, ବଢୁଥିବା ଜନସଂଖ୍ୟାକୁ ଦେଖିଲାବେଳକୁ ସଂସାଧାନ ଆମ ପାଖରେ ସୀମିତ |  

ଏହିଭଳି ପରିସ୍ଥିତି ରେ ଯେଉଁ ଲୋକ ତାର ପୈତୃକ ସମ୍ପତ୍ତି ହେଉ କିମ୍ବା ସଂଚୟ କରି ରଖିଥିବା ସମ୍ପତ୍ତି ଉପରେ ନିର୍ଭର କରି କିଛି କାମଧନ୍ଦା ନକରି ବସିରହିବ, ତାହେଲେ ତାହା ଦିନେ ନ ଦିନେ ସରିଯିବ | ସେଥିପାଇଁ ଏଇ ଆଧୁନିକ ଯୁଗରେ ମିଳୁଥିବା କାମଧନ୍ଦା ହିସାବରେ, ଯେକୌଣସି କାର୍ଯ୍ୟଦକ୍ଷତାକୁ ହାସିଲ କରି ତାରି ଉପରେ କାମ କରିବା ଦରକାର | କଥାରେ ଅଛି ‘କର୍ମ ହିଁ ଭଗବାନ’ ତେଣୁ ଆମେ ସଠିକ କର୍ମ କରି ସୁଖଶାନ୍ତିର ସହିତ ଏ ସଂସାରରେ ଜୀବନ ବ୍ୟତୀତ କରିବା ଉଚିତ |

Leave a Comment