ତାଳଗଛ ଓ ଖଜୁରୀଗଛ ଦୂରରୁ ସୁନ୍ଦର ଦେଖାଯିବ ସହିତ ତାର ଉପଯୋଗୀ ମଧ୍ୟ୍ୟ ଅନେକ |

‘ବୃକ୍ଷଲତା ଆମର ବନ୍ଧୁ’ ବୋଲି ଆମେ ସମସ୍ତେ ଜାଣିଛନ୍ତି | ପ୍ରକୃତି ପରିବେଶ ରେ ଗଛଗୁଡ଼ିକର ଅବଦାନ ଅତୁଳନୀୟ, ପ୍ରକୃତି କହିଲେ ଅଧିକାଂଶ ଭାଗ ବଣ ଜଙ୍ଗଲକୁ ବୁଝାଯାଇଥାଏ; ଆଉ ବଣ ଜଙ୍ଗଲ ଅର୍ଥାତ ବୃକ୍ଷଲତା | ସେହିପରି ସମସ୍ତ ଗଛର ପ୍ରକୃତି ସହିତ ମାନବ ସମାଜ ପ୍ରତି ଅଲଗା ଅଲଗା ପ୍ରକାରର ଭୂମିକା ମାନ ରହିଅଛି | ତାରି ମଧ୍ୟ୍ୟରୁ ତାଳଗଛ ଓ ଖଜୁରୀଗଛ ଅନ୍ୟତମ | ଗାଁ କିମ୍ବା ସହରାଞ୍ଚଳର ପାର୍ଶ୍ଵବର୍ତ୍ତୀ ଅଞ୍ଚଳଗୁଡିକରେ ତାଳବଣ ସହିତ ଖଜୁରୀ ଗଛ ଦେଖିବାକୁ ମିଳିଥାଏ | 

ତାଳଗଛ 

ପ୍ରଥମରୁ ତାଳଗଛଟି ବଣବୁଦା ଭଳି ହୋଇଥାଏ, ପତ୍ରଗୁଡ଼ିକ ସ୍ୱତନ୍ତ୍ର ପାଖୁଡା ବା ବାହାଙ୍ଗା ଦ୍ୱାରା ଗୋଲ ଆକାରରେ ଚଉଡା ହୋଇ ଗଛ ମୂଳରୁ ବାହାରିଥାଏ | ଧୀରେ ଧୀରେ ବଡହେଲାପରେ ଗଛଟି ଏକ ଖମ୍ବ ଆକାରରେ ବହୁତ ଉଚ୍ଚତା ହାସିଲ କରି ଛିଡା ହୋଇଥାଏ | ତଳୁ ଉପର ପର୍ଯ୍ୟନ୍ତ ଗଛର ଗଣ୍ଡିଟି କଳା ରଙ୍ଗ ହୋଇ ଉପରି ଭାଗରେ ଖାଲି ପତ୍ର  ଓ ଫଳ ହୋଇଥାଏ, ତାର ପତ୍ର ଯୋଗୁଁ ଦୂରରୁ ଏହା ହସହସ ମୁଖ ଭଳି ଦୃଶ୍ୟମାନ ହୋଇଥାଏ | ଶ୍ରୀ ‘ବିନୋଦ ଚନ୍ଦ୍ର ନାୟକ’ ଙ୍କର ରଚିତ ଓଡ଼ିଆ କବିତା ‘ଗ୍ରାମପଥ’ ରେ ତାଳଗଛ ବିଷୟରେ ଉଲ୍ଲେଖ କରାଯାଇଅଛି, “ଦୂରେ ତାଳବଣ ଆକାଶେ ଶୁଣାଏ ମାଟିର କବିତା କିଶେ, ଏ ଗ୍ରାମର ପଥ ତହିଁ ଦିଗନ୍ତ ମିଶେ” |


ତାଳଗଛର ପତ୍ରକୁ ଲୋକମାନେ କୁଟୀର ବା କୁଡ଼ିଆ ଘରର ଛାଉଣୀ ପାଇଁ ବ୍ୟବହାର କରିଥାନ୍ତି | ପୂର୍ବକାଳରେ ତାଳପତ୍ର ଉପରେ ଲିଖନୀ ସାହାର୍ଯ୍ୟରେ ତଥ୍ୟ ଗୁଡିକୁ ଲେଖାଯାଉଥିଲା, ତାକୁ ତାଳପୋଥି ବୋଲି କୁହାଯାଇଥାଏ | ବର୍ତ୍ତମାନ ମଧ୍ୟ୍ୟ ତାଳପୋଥି ଗୁଡିକୁ ସଂଗ୍ରହାଳୟ ମାନଙ୍କରେ ଦେଖିବାକୁ ମିଳେ | ତାଳପତ୍ରରେ ଆମେ ଅନେକ ପ୍ରକାରର ହସ୍ତଶିଳ୍ପ ସବୁ ତିଆରି କରିଥାନ୍ତି | ଯେମିତିକି ବିଞ୍ଛଣା, ଛୋଟ ପିଲାଙ୍କ ମନୋରଞ୍ଜନ ପାଇଁ ଅନେକ ପ୍ରକାରର ଆକର୍ଷକୀୟ ଜିନିଷ ଇତ୍ୟାଦି | ଶୁଖିଲା ପତ୍ର ଓ ବାହୁଙ୍ଗା କୁ ଜାଳେଣୀ ରୂପରେ ମଧ୍ୟ୍ୟ ବ୍ୟବହୃତ ହୋଇଥାଏ | ତାଳ ଫଳକୁ ତିନି ଚାରି ପ୍ରକାରରେ ଆମେ ଖାଦ୍ୟ ରୂପରେ ଖାଇଥାନ୍ତି; ଯଥା ତାଳସଜ, ପାଚିଲା ତାଳର ଦ୍ୱାରା ପିଠା, ତାଳଟାଙ୍କୁ(ପାଚିଲା ତାଳ ଅନେକ ସମୟ ଧରି ରହିଗଲା ପରେ ତାରି ଭିତରୁ ଗଜା ବାହାରିଥିବା ଅବସ୍ଥା), କଳମ କନ୍ଦା(ପାଚିଲା ତାଳ ଶୁଖି ଅଧିକ ସମୟ ଧରି ରହିଗଲା ପରେ ମାଟି ଭିତରେ ନୂତନ ତାଳ ଗଛ ନିମନ୍ତେ ତିଆରି ହୋଇଥିବା ଵୀଜ) ତାକୁ ସିଝାଇ କରି ଖାଇଥାନ୍ତି | ତାଳଗଛର ରସକୁ ତାଡି ରୂପରେ ପାନ ମଧ୍ୟ୍ୟ କରିଥାନ୍ତି | ଶେଷରେ ତାଳଗଛର କୋମଳ ପତ୍ର ବାହାରିଥିବା ସ୍ଥାନକୁ କାଟି ତାର ମଝିଭାଗକୁ ତାଳକନ୍ଦା ରୂପରେ ଖାଇଥାନ୍ତି | ତାଳ ଗଛଟି ବହୁତ ଶକ୍ତ ହୋଇଥିବାରୁ ତାକୁ ଘର ତିଆରି କରିବା ନିମନ୍ତେ ବ୍ୟବହାର କରାଯାଇଥାଏ |  

ତାଳଗଛର ଅବଦାନ

ତାଳଗଛର ଚେର ମାଟିକୁ ଭଲଭାବରେ ଜାବୁଡି ଧରିରଖିବାର କ୍ଷମତା ଥିବାରୁ ତାକୁ ମୃତ୍ତିକା ସଂରକ୍ଷଣ ନିମନ୍ତେ ବିଭିନ୍ନ ଦରକାରୀ ସ୍ଥାନରେ ରୋପଣ କରାଯାଇଥାଏ; ଏବଂ ଚିହ୍ନ ରୂପରେ ମଧ୍ୟ୍ୟ ଲଗାଯାଇଥାଏ |
ତାଳଗଛର ଉଚ୍ଚତା ଅଧିକ ହୋଇଥିବାରୁ ସୁରକ୍ଷାକୁ ଆଖିରେ ରଖି ପକ୍ଷୀ ପକ୍ଷିଣୀମାନେ ବସା ବାନ୍ଧିଥାନ୍ତି, ଯେମିତିକି ବାଇଚଢେଇର ବସା; ଦୂରରୁ ବହୁତ ସୁନ୍ଦର ଦିଶିଥାଏ | ତାସହିତ ମୂଷାମାନେ ମଧ୍ୟ୍ୟ ବସବାସ କରି ରହିଥାନ୍ତି |
ତାଳଗଛର ଫଳକୁ ଆମେ ଅନେକ ପ୍ରକାରରେ ଖାଦ୍ୟ ରୂପରେ ବ୍ୟବହାର କରିଥାନ୍ତି |
ତାଳପତ୍ରକୁ ଘରର ଛାଉଣୀ ପାଇଁ ବ୍ୟବହାର କରିବା ସହିତ ପୂର୍ବକାଳରେ ଲିଖନୀ ଦ୍ୱାରା ଅନେକ ତଥ୍ୟମାନ ଲେଖାଯାଉଥିଲା, ତାକୁ ‘ତାଳପୋଥି’ ବୋଲି କୁହାଯାଏ | ବର୍ତ୍ତମାନ ମଧ୍ୟ୍ୟ ତାଳପୋଥିକୁ ଆମେ ସଂଗ୍ରହାଳୟ ଗୁଡିକରେ ଦେଖିପାରିଥାନ୍ତି |  
ତାଳଗଣ୍ଡି ବହୁତ ଶକ୍ତ ଓ ଟାଣ ହୋଇଥିବାରୁ ତାକୁ ଆମେ ଅନେକ ପ୍ରକାରର ଘରର ଉପକରଣ ରୂପରେ ବ୍ୟବହାର କରିଥାନ୍ତି ଏବଂ ଶୁଖିଲା ତାଳବାହାଙ୍ଗାକୁ ଜାଳେଣୀ ରୂପରେ ମଧ୍ୟ୍ୟ ବ୍ୟବହାର କରାଯାଇଥାଏ |    
  

ଖଜୁରୀଗଛ 

ଖଜୁରୀ ଗଛ ଠିକ ତାଳଗଛ ପରି ବଣ ବୁଦା ଆକାରରେ ଆରମ୍ଭ ହୋଇ ଉପରକୁ ବଢି ବଢି ଯାଇଥାଏ | ଖଜୁରୀ ଗଛରେ ଅନେକ କଣ୍ଟା ରହିଥାଏ, ଏବଂ ତାହା ବହୁତ ବିଷାକ୍ତ |

ତାର ପତ୍ର ସରୁ ଓ ଲମ୍ବ ହୋଇଥିବାରୁ ଗ୍ରାମୀଣ ଲୋକମାନେ ବହୁତ ପ୍ରକାରର ଉପକରଣ ମାନ ତିଆରି କରିଥାନ୍ତି | ଯେମିତିକି ତଳେ ବିଛାଇବା ପାଇଁ ପଟି ବା ପଟିଆ ଓ ଘର ଓଳେଇବା ନିମନ୍ତେ ଝାଡୁ ଏବଂ କୌଣସି ଜିନିଷକୁ ବାନ୍ଧି ରଖିବାକୁ ଯଥା କେନ୍ଦୁପତ୍ର ତୋଳାଳୀ ମାନେ ପତ୍ର ବାନ୍ଧିବାରେ ମଧ୍ୟ୍ୟ ବ୍ୟବହାର କରିଥାନ୍ତି | ଖଜୁରୀ ଗଛର ଫଳ ସହିତ ରସ ମଧ୍ୟ୍ୟ ପାନ କରାଯାଇଥାଏ | ଖଜୁରୀ ରସ ପ୍ରାୟ ଚାରିଆଡେ ଜଣାଶୁଣା, ଭାରତ ସମେତ ଆରବୀୟ ଦେଶଗୁଡିକରେ ମଧ୍ୟ୍ୟ ଖଜୁରୀ ଗଛର ଫଳକୁ ଖାଦ୍ୟ ରୂପରେ ବ୍ୟବହୃତ ହୋଇଥାଏ | ଖଜୁରୀ ଗଛ ଫଳର ଚାହିଦା ସାରା ଦୁନିଆଁରେ ଦେଖାଯାଇଥିବାରୁ ତାକୁ ବ୍ୟବସାୟିକ ଦୃଷ୍ଟିରେ ଉଦ୍ୟାନ କୃଷି କରାଯାଇଥାଏ | ତାଳକନ୍ଦା ଭଳି ଖଜୁରୀ କନ୍ଦାକୁ ଖିଆଯାଇଥାଏ | ଖଜୁରୀ ଗଛର ଚେର ମାଟିକୁ ଜାବୁଡି ଧରିବାରେ ଅଧିକ ସକ୍ଷମ ହୋଇଥିବାରୁ ମୃତ୍ତିକା ସଂରକ୍ଷଣ କାର୍ଯ୍ୟରେ ଲଗାଇଲେ ବହୁତ ଭଲ, କିନ୍ତୁ ତାର କଣ୍ଟାରୁ ବଞ୍ଚିତ ରହିପାରିଲେ ହେଲା | ଖଜୁରୀ ଗଛ ୟାରି ବ୍ୟତୀତ ତାଳଗଛ ଭଳି ଆଉ ଅନ୍ୟାନ୍ୟ କିଛି ବିଶେଷ କାମରେ ଲଗଇନଥାଏ |  

ଖଜୁରୀଗଛ ହେଉ ବା ତାଳଗଛ ଦୁହେଁ ମୃତ୍ତିକା ସଂରକ୍ଷଣ ନିମନ୍ତେ ବହୁତ ଉପଯୋଗୀ, କିନ୍ତୁ ଚାଷଜମି ପାଖରେ ରହିଲେ ଜମିକୁ କ୍ଷତି ପହଞ୍ଚିଥାନ୍ତି | ଯେମିତିକି ତାଳଗଛର ଶୁଖିଲା ତାଳପତ୍ର ଓ ତାଳଫଳ ଜମିରେ ପଡିଥାଏ , ସେମିତି ଖଜୁରୀଗଛର ପାତ୍ରାପାଖୁଡ଼ା ସହିତ କଣ୍ଟା | କିନ୍ତୁ ସେ ଯାହା କ୍ଷତି ପହଞ୍ଚାଇଲେ ମଧ୍ୟ୍ୟ ପ୍ରକୃତି ପ୍ରତି ତାଙ୍କର ଅବଦାନ ଅତୁଳନୀୟ ଅଟେ | 

Leave a Comment