କୋଭିଡ଼ ଟୀକାକରଣ ଯୋଗୁଁ ବଢୁଛି ହୃଦଘାତ(Heart Attack) ଶରୀରରେ ରୋଗ ପ୍ରତିରୋଧକ କ୍ଷମତାର ହ୍ରାସ ପାଇଁ ଦାୟୀ କିଏ, ସରକାର,ପ୍ରଶାସନ ନା ନାଗରିକ ?

ଆଜିକାଲି ଆମେ ନିଜେ ନିଜକୁ ଆଧୁନିକ ମାନବ ବୋଲି କହିଲେଣି, ଯାହାର ପାଖରେ ପ୍ରଚୁର ସଂସାଧନ ଏବଂ ଏପରି କୌଶଳ ଅଛି ଯେ; ତାର ସହାୟତାରେ ଯେକୌଣସି ସମୟରେ ହେଲେ ମଧ୍ୟ ପ୍ରକୃତିକୁ ନିୟନ୍ତ୍ରଣ କରିପାରିବାର କ୍ଷମତା ଅଛି ବୋଲି ମନରେ ଭ୍ରମ ଆସିଯାଇଛି ।

ପ୍ରକୃତରେ ଦେଖିଲେ ଜଣାପଡେ ଯେ, ଯେତେବେଳେ କୋରୋନା ମହାମାରୀ ଆସିଥିଲା ସେହି ସମୟରେ ଏହି ଆଧୁନିକ ମାନବ ତା ସାମ୍ନାରେ ଆଣ୍ଠେଇପଡିଥିଲା, ଆମେ ଏହି ମିଛ ଭ୍ରମରେ ଜୀବନ ବିତାଉଛନ୍ତି ଏବଂ ବାସ୍ତବିକତାକୁ ମାନିବାକୁ ରାଜି ମଧ୍ୟ ହେଉନାହାନ୍ତି । ପ୍ରକୃତରେ କୋରୋନା ଆମ ସାମ୍ନାରେ ସବୁଠୁ ବଡ ସମସ୍ୟା, ଯେତେବେଳେ ସେ ଆସିଥିଲା ସେହି ସମୟରେ ସମସ୍ୟା ତ ଥିଲା; କିନ୍ତୁ କୋରୋନା ଯିବା ପରେ ମଧ୍ୟ ଯେଉଁ ଖରାପ ପରିଣାମ ଆସୁଛି ତାହା ଏକ ଚିନ୍ତାର ବିଷୟ ।

ଅସୁବିଧା କଣ ?

ଯେମିତିକି ଆପଣମାନେ ଜାଣୁଥିବେ ଯେ ସୁସ୍ଥ ସବଳ ବ୍ୟକ୍ତିଙ୍କୁ ମଧ୍ୟ ଅଚାନକ ନୀରବରେ ହୃଦଘାତ(Silent heart attack) ଆସୁଛି ଏବଂ ସେହି ସ୍ଥାନରେ ତାଙ୍କର ମୃତ୍ୟୁ ହୋଇଯାଉଅଛି । ଏଇଆ କହିବା ଠିକ ହେବନାହିଁ ଯେ, କେବଳ ଗୋଟିଏ କାରଣରୁ ଲୋକଙ୍କୁ ହୃଦଘାତ ହେଉଛି; ୟାରି ପଛରେ ଅନେକ କାରଣ ରହିଅଛି । ଏହାର ଦୋଷ କେହି ଜଣକୁ ଏକୁଟିଆ ଦେବା ଠିକ ହେବନାହିଁ, ଏହି ଦୋଷଟିର ଦାୟିତ୍ଵ ଆମ ସମସ୍ତଙ୍କୁ ନେବାକୁ ପଡିବ ।

ଆମକୁ ପ୍ରଥମେ ଏଇଆ ବୁଝିବାକୁ ପଡିବ ଯେ ନୀରବ ହୃଦଘାତ(Silent Heart Attack) କାହିଁକି ବଢିବାରେ ଲାଗିଛି ? ଯେଉଁ ଲୋକମାନଙ୍କୁ କୋଭିଡର ଟୀକାକରଣ(Covid Vaccination) ହୋଇଥିଲା, ସେମାନଙ୍କୁ କେବଳ ନୀରବ ହୃଦଘାତ ହେଉନାହିଁ; ଏଥିରେ ଦୁଇ ପ୍ରକାରର ଲୋକ ଦେଖିବାକୁ ମିଳୁଛି ।

୧. ଯେଉଁମାନେ ବୁଷ୍ଟର ଡୋଜ ନେଇଥିଲେ ତାଙ୍କ ଭିତରେ କିଛି ଅସୁବିଧା ଦେଖିବାକୁ ମିଳୁଛି ।

୨. ଯେଉଁମାନଙ୍କୁ ଆଗରୁ କୌଣସି ପ୍ରକାରର ହୃଦଗତ ସମସ୍ୟା ଥିଲା, ସେମାନେ ଅଧିକାଂଶ କଷ୍ଟ ଅନୁଭବ କରୁଛନ୍ତି ।

     ହୃଦଗତ ସମସ୍ୟା ଅର୍ଥ : CBDରେ ପ୍ରଥମରୁ ପ୍ରଭାବିତ ବ ପ୍ରତାଡିତ ହେଉଥିବା ବ୍ୟକ୍ତି ।

ଏଥିରେ ଅନେକ ପ୍ରକାରର ହୃଦଗତ ସମସ୍ୟା ଓ ରୋଗ ମଧ୍ୟ ଅଛି । ଆମେ ସେତେ ଗଭୀରତାକୁ ନଯାଇ ମୁଖ୍ୟତଃ ଏଇଆ ଜାଣିବାକୁ ହେବ ଯେ, ଏହି ନୀରବରେ ହେଉଥିବା ହୃଦଘାତର ମୁଖ୍ୟ କାରଣ କଣ ?

ବର୍ତ୍ତମାନ ଦୋଷ ଦିଆଯାଉଅଛି ଯେ:

କୋଭିସିଲ୍ଡ(Covishield) ନେଇଥିବା ବ୍ୟକ୍ତିର ହୃଦୟରେ ରକ୍ତାଶ୍ରାବ ହେଉଅଛି, ଏହି ରୋଗକୁ “ମାୟୋକାର୍ଡାଇଟିଜ(Myocarditis)” ବୋଲି କୁହାଯାଏ । ଏହା ଯେକୌଣସି ବୟସର ବ୍ୟକ୍ତିକୁ ମଧ୍ୟ ହୋଇପାରେ । ଆଉ ଏକ ହୃଦଗତ ରୋଗ ହେଉଛି, ଯେଉଁଥିରେ ହୃଦୟର ପମପିଙ୍ଗ(Pumping System) ଖରାପ ହୋଇଯାଉଛି; ଏହାକୁ ଡାକ୍ତରୀ ଭାଷାରେ ହାର୍ଟ “ଆର୍ଥମୀୟା(Heart Arrhythmia)” ବୋଲି କୁହାଯାଏ । ମୁଖ୍ୟତଃରେ ଯେଉଁ ଲୋକମାନଙ୍କୁ ପ୍ରଥମରୁ ଏହି ଦୁଇଟି ରୋଗ ଥିଲା, ବୁଷ୍ଟର ଡୋଜ ଯୋଗୁଁ ତାଙ୍କୁ ସ୍ଵାଭାବିକ ଭାବରେ ୟାର ଲକ୍ଷଣ ବଢିବାରେ ଲାଗିଛି ।

ପ୍ରକୃତରେ ଦୋଷ କାହାର ପ୍ରଶାସନର ନା ନାଗରିକଙ୍କର ?

କିନ୍ତୁ ମନେରଖିବା ଉଚିତ ଯେ, ଆମେ ସିଧାସଳଖ ପ୍ରଶାସନକୁ ଓ ‘ଟୀକାକରଣକୁ(Vaccination)’ ନିନ୍ଦାକରିବା ବା ଦୋଷଦେବା ଠିକ ହେବନାହିଁ । କାରଣ ସେହି ସମୟରେ ଆମ ପାଖରେ ପରୀକ୍ଷଣ କରିବାପାଇଁ ସମୟର ଅଭାବ ଥିଲା, ଏବଂ ଟୀକାକରଣର ସମୟ ପ୍ରାୟ ୧୦ ରୁ ୧୫ ବର୍ଷ ଅବଧିରେ ହୋଇଥାଏ । ଏଥିରେ ଆମର ମଧ୍ୟ ଭାଗୀଦାରୀ କେମିତି ରହିଛି ଆସନ୍ତୁ ଜାଣିବା: ପୁଣି ଆଉଥରେ କୋଭିଡ-୧୯(Covid-19) ଆମ ଦ୍ଵାରରେ ଆସି ଛିଡା ହେଲାଣି, ଏବେ ଆପଣ କୁହନ୍ତୁ ଯେ; “ଏଥିପ୍ରତି ପ୍ରସ୍ତୁତି କଣ ଚାଲିଛି ? ଏହି କଥାକୁ ଗଣମାଧ୍ୟମରେ କେତେଥର ଦେଖାଯାଇଛି” । ଆଉ ଯେତେବେଳେ ଏହି କୋଭିଡ ବ୍ୟାପିବାରେ ଲାଗିବ, ପୁଣି ଆଉଥରେ ଲକଡାଉନ, ସଟଡାଉନ, ରେଳଗାଡି ବନ୍ଦ ଇତ୍ୟାଦି କରିଦିଆଯିବା; ଏବଂ ଏଥିରେ ସିଧାସଳଖ ସାଧାରଣ ଜନତାକୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ । ଯେଉଁ ମାନେ ନିଜର ପ୍ରତିପୋଷଣ ପାଇଁ ଛୋଟବଡ ଗାଁ ଓ ଛୋଟ ସହରରୁ ଯାଇ ବଡ ସହରରେ କମଧନ୍ଦା କରୁଛନ୍ତି । ଆମେ ଦେଖିଛନ୍ତି ଯେ କୋରୋନା ଯେତେବେଳେ ଆସିଥିଲା ଗରିବ ଲୋକଟି ଚାଲିଚାଲି ଘରକୁ ଫେରୁଥିଲେ, ଆମକୁ ଏଇଆ ବୁଝିବାକୁ ହେବ ଯେ ସ୍ଵାଧିନତାର ଅନେକ ବର୍ଷ ପରେ ମଧ୍ୟ ଆମ ଦେଶ ଭାରତର ସ୍ଥିତି କଣ ?

ବର୍ତ୍ତମାନ ପୁଣି କୋରୋନା ଆସିଲାଣି ଆମେ ଏଥିପ୍ରତି କେତେ ସଜାଗ, ସେକଥା କେହି ଜାଣିନାହାନ୍ତି । ଆମକୁ ବର୍ତ୍ତମାନ ଗଣମାଧ୍ୟମରେ କଣ ଦେଖାଉଛନ୍ତି; ଶୋଭାଯାତ୍ରା, ମନ୍ଦିର ଓ ମସଜିଦର ଉଦ୍‌ଘାଟନ, ସିନେମା ଓ ଯାତ୍ରା ଜଗତ, ୟୁଟୁବର, ନେତା କଣ କରୁଛନ୍ତି ଓ  ଧର୍ମଗୁରୁଙ୍କୁ ନିଜ ଭିତରେ କେମିତି ଲଢୁଛନ୍ତି ତାରି ବିଷୟରେ । ଏସବୁ ବିଷୟକୁ ଦେଖେଇବା ଜରୁରୀ ନା ଜରୁରୀ କାଳୀନ ପରିସ୍ଥିତି ପ୍ରତି କେତେ ପ୍ରସ୍ତୁତ, ତାକୁ ଦେଖାଇବା ଜରୁରୀ । ଯେତେବେଳେ କୋରୋନା ଆସିବ ପୁଣି ଥରେ ସେହି ପରିସ୍ଥିତି ହେବ । ପୁଣି ନେତା କୋଭିଡ ପାଇଁ ଅକ୍ସିଜେନ(oxygen) ପ୍ଲାଣ୍ଟର ଉଦଘାଟନରେ ଫିତା କାଟୁଥିବାର ଫୋଟ ଗଣମାଧ୍ୟମରେ ପ୍ରଚାର ହେବ ।    

ରୋଗ ପ୍ରତିରୋଧକ କ୍ଷମତା କମିବାର କାରଣ

ଆମର ରୋଗ ପ୍ରତିରୋଧକ କ୍ଷମତା କମିବାରେ ଲାଗିଛି, ତେଣୁ ଏହିପରି ନୂଆଁ ନୂଆଁ ଭୁତାଣୁ ଆମ ଉପରେ ପ୍ରଭାବ ପକାଇବାରେ ସଫଳ ହୋଇପାରୁଛନ୍ତି । ଆମର ରୋଗ ପ୍ରତିରୋଧକ କ୍ଷମତା କମ୍‌ଜୋର୍ କଣ ପାଇଁ ହେବାରେ ଲାଗିଛି; ଆମର ଦୈନନ୍ଦିନ ଜୀବନଶୈଳୀ ଓ ଖାଦ୍ୟ ପଦାର୍ଥର ପରିବର୍ତ୍ତନର ମୁଖ୍ୟ ଭୂମିକା ରହିଛି । ଏଥିରେ ପ୍ରକୃତି ପ୍ରକୋପ ଦେଖାଉନାହିଁ, ଅସଲରେ ଆମେମାନେ କମ୍‌ଜୋର୍ ହୋଇଗଲେଣି; କାହିଁକିନା ଆମେ ଆମର ଖାଦ୍ୟ ସାରଣୀରେ ଏଣୁ ତେଣୁ ଯାହା ଇଚ୍ଛା ତାହାକୁ ସାମିଲ କରିସାରିଲେଣି ।

ବର୍ତ୍ତମାନ ଆମେ ଆମର ଯାନବାହାନକୁ ଧ୍ୟାନ ପୂର୍ବକ ଯତ୍ନରେ ରଖୁଛନ୍ତି, କିନ୍ତୁ ନିଜର ମୂଲ୍ୟବାନ ଶରୀରକୁ ସଠିକରେ ରଖୁନାହାନ୍ତି । ଆମକୁ ଲାଗୁଛି ଯେ ଆମେ ଯାହା କିଛି ଖାଇଗଲେ ବି ଭିତରେ ସବୁ ଠିକ ହୋଇଯିବ, ପ୍ରକୃତରେ ଏହା ଠିକ କଣ ହେବ ଶରୀରକୁ କମ୍‌ଜୋର୍ କରୁଛି । ଏସବୁରେ ଆମ୍ଭମାନଙ୍କର ହିଁ ଭୁଲ ରହୁଛି ଏବଂ ସଂପୂର୍ଣ୍ଣ ରୂପରେ ଆମେ ଏଥିରେ ଭ୍ରଷ୍ଟ ହୋଇଗଲେଣି; କାହିଁକିନା ଆଜିକାଲି ଆମକୁ ଯେଉଁ ଖାଦ୍ୟ ପଦାର୍ଥ ଖାଇବାରେ ମିଳୁଛି ସେଗୁଡିକ ପୂର୍ଣ୍ଣ ରୂପରେ ବିଭିନ୍ନ ପ୍ରକାରର ଖରାପ ଦ୍ରବ୍ୟରେ ମିଶ୍ରଣ ହେଉଛି । ଜନସଂଖ୍ୟା ବଢିବାରେ ଲାଗିଛି, ଜନସଂଖ୍ୟା ଅନୁସାରେ ସଂସାଧନ ଉପଲବ୍ଧ ନାହିଁ, ତଥାପି ଆମେ ଆମର ଆବଶ୍ୟକତାକୁ ବଢାଇଚାଲିଛନ୍ତି; ତାହେଲେ ଉପାୟ ଆଉ କଣ ସବୁ ଜିନିଷରେ ମିଶ୍ରଣ କର । ଆମେ ଧ୍ୟାନ ପୂର୍ବକ ଦେଖିଲେ ଜାଣିପାରିବା ଯେ ରାସନ ଜିନିଷ ଠାରୁ ପନିପରିବାରେ ଆଉ ସୁଗନ୍ଧ ନାହିଁ ଓ କୌଣସି ପ୍ରକାରର ପୋକ ମଧ୍ୟ ହେଉନାହାନ୍ତି । କାରଣ ପୋକ ମାଛିମାନେ ମଧ୍ୟ ଜାଣିଗଲେଣି ଯେ ୟାକୁ ଖାଇଲେ ଆମର ମୃତ୍ୟୁ ନିଶ୍ଚିତ । ଶେଷରେ ଗରିଷ୍ଠ ଖାଦ୍ୟକୁ ପ୍ରୋତ୍ସାହିତ ଆମେ ନିଜେ କରୁଛନ୍ତି, ଏବଂ ତାକୁ ପ୍ରତିଷ୍ଠିତ ମଧ୍ୟ କରୁଛନ୍ତି । ଅନ୍ୟ ଏକ କାରଣ ଖରାପ ଖାଦ୍ୟ ଯୋଗୁଁ ଆମ ଭିତରେ ଆଳସ୍ୟ ଆସିଯାଇଛି ।

ଅର୍ଥବ୍ୟବସ୍ଥାର ମାୟାଜାଲ

ଆମକୁ ଏହିପରି ଜିନିଷ ବିକ୍ରି କରାଯାଉଅଛି ଯେଉଁଥିରେ ଖାଲି ସେବା କ୍ଷେତ୍ରକୁ ବଢାଇହେବ । ଯେମିତିକି ଡାକ୍ତର ଏବଂ ଓକିଲ ଇତ୍ୟାଦି ଆହୁରି ଅନେକ ।

ପ୍ରଥମେ ଆମେ କୃଷି କାର୍ଯ୍ୟ ସହିତ ଅନ୍ୟାନ୍ୟ ଧନ୍ଦା ମୂଳକ ବା ବୃତ୍ତିଗତ କାର୍ଯ୍ୟ କରି ଆବଶ୍ୟକ ଅନୁସାରେ ଟଙ୍କା ପଇସା ବଦଳରେ ଜିନିଷପତ୍ରର ଅଦଳବଦଳ କରୁଥିଲେ ଏବଂ ପରିଶ୍ରମ କରି ମାନସିକ ଓ ଶାରୀରିକ ରୂପରେ ସୁସ୍ଥ ରହୁଥିଲେ । ଏବେ କିନ୍ତୁ ଚାଷଜମି ସବୁ ଖଣି ଖଦାନ ଓ କାରଖାନା ହୋଇଗଲାଣି । ସମୟ ବଦଳି ଶିଳ୍ପାୟନ ଆସିଲା ଯେଉଁଥିପାଇଁ ସଂପୂର୍ଣ୍ଣ ବାତାବରଣକୁ ପ୍ରଦୂଷଣ କରିଚାଲିଲା, ଏବଂ ଏହି ଶିଳ୍ପାୟନରୁ ଯେଉଁ ଦ୍ରବ୍ୟ ଉତ୍ପନ୍ନ ହେଲା ତାକୁ ବିକ୍ରି କରିବା ପାଇଁ ଆସିଲା ତୃତୀୟ କ୍ଷେତ୍ର ଯାହାକୁ ଆମେ ମାର୍କେଟିଂ/ବଜାର ବୋଲି କହିପାରିବା; ଯିଏ କି ସବୁଠୁ ବଡ ବିପଦଜନକ କ୍ଷେତ୍ର ।

ପ୍ରାଥମିକ ଓ ଦ୍ଵିତୀୟ କ୍ଷେତ୍ର ସଙ୍କୁଚିତ ହେବାରେ ଲାଗିଛି ତୃତୀୟ କ୍ଷେତ୍ର ବଢିବାରେ ଲାଗିଛି, ଏବଂ ଏକ ଜାଲ ବିଛାଯାଉଅଛି ଦ୍ରବ୍ୟ ନୁହଁ ସେବା ବିକ୍ରି କରାଯାଉଅଛି । ଯଦି ଆପଣ ଠିକରେ ଦେଖିପାରିବେ ତାହେଲେ ଜାଣିବେ ଯେ, ବୀମା କମ୍ପାନୀର କାର୍ଯ୍ୟକାରିତା ବଢିବାରେ ଲାଗିଛି, କାରଣ ଆମକୁ ହୃଦଘାତ ପରି ମାରାତ୍ମକ ରୋଗରେ ମୃତ୍ୟୁର ଭୟ ଆସିଯାଇଛି । ଠିକ ସେହିପରି ଆଇନ ସମନ୍ଧୀୟ କାର୍ଯ୍ୟ କରିବା ପାଇଁ ଅନେକ କାର୍ଯ୍ୟାଳୟ ଖୋଲିଲାଣି, କାରଣ ଏସବୁର ଆବଶ୍ୟକତା ଆମକୁ ପଡୁଛି । ଏସବୁ ମାୟାଜାଲ ପାଇଁ କେବଳ ସରକାର, ପ୍ରଶାସନକୁ ଦୋଷ ଦେବା ଠିକ ନୁହେଁ ଏସବୁରେ ଆମେ ସବୁ ନାଗରିକମାନେ ମଧ୍ୟ ସାମିଲ ହୋଇଛନ୍ତି ।

ଏସବୁକୁ ଆଖିରେ ରଖି ଯଦି ଆମେ ମଣିଷ ପରି ବ୍ୟବହାର ନକରି ନିଜକୁ ଆଧୁନିକ ମାନବ କହୁଥିଲେ ମଧ୍ୟ ଆମର ଅସ୍ଥିତ୍ଵ ଅଧିକ ସମୟ ପାଇଁ ରହିବା ଅସମ୍ଭବ ସେଥିପାଇଁ ଆମେ ବାସ୍ତବିକତାକୁ ଚିହ୍ନିବା ଦରକାର, ତର୍କ ରଖି ସବୁ ଜିନିଷ ଉପରେ ଜବାବ ଦେବା ଓ ଯେକୌଣସି ଜିନିଷକୁ ନେବାକୁ ହେଲେ ଟିକିଏ ଭାବିବା ଯେ ପ୍ରକୃତରେ ତାର ଆବଶ୍ୟକତା ଅଛି ନା ନାହିଁ ତେଣୁ ସବୁ ଜିନିଷ ଉପରେ ପ୍ରଶାସନ ଓ ସରକାରକୁ ଦୋଷ ନଦେଇ ଆମେ ନିଜେ ସଜାଗ ରହିବା ଏବଂ କୋରୋନା ଭଳି ମହାମାରୀଠାରୁ ନିଜକୁ ସୁରକ୍ଷିତ ରଖିବା                             

Leave a Comment