ଆରକ୍ଷଣ(Reservation) ଦେଶ ପାଇଁ ଆଶୀର୍ବାଦ ନା ଅଭିଶାପ, ଏବଂ ଆରକ୍ଷଣ ଯୋଗୁଁ ସମାଜକୁ କଣ ଲାଭ ମିଳିଥାଏ ?

ଆରକ୍ଷଣ(Reservation) ଦେଶପାଇଁ ଏକ ଆଶୀର୍ବାଦ ନା ଅଭିଶାପ, ଏଥିପ୍ରତି ସଂସଦଠାରୁ ଆରମ୍ଭ କରି ପ୍ରାୟ ସବୁସ୍ଥାନରେ ଚର୍ଚ୍ଚା ହୋଇଥାଏ | ଏଥିରୁ କିଛି ଜାତିକୁ ନେଇ ତ ଆଉକିଛି ରାଜନୈତିକ ଲାଭକୁ ନେଇ; ଏବଂ ଆଉକିଛି କାହାରି ସପକ୍ଷରେ ନହୋଇ ମଧ୍ୟ ଆରକ୍ଷଣ ବିଷୟରେ ଚର୍ଚ୍ଚା କରିଥାନ୍ତି |  

ଆରକ୍ଷଣର ପ୍ରକ୍ରିୟାରେ ସମସ୍ୟା

1. ବାସ୍ତବିକ ଲାଭ ମିଳିପାରୁନାହିଁ 

ଆରକ୍ଷଣକୁ ପଛୁଆ ବର୍ଗର(SC/ST/OBC) ଲୋକଙ୍କ ପାଇଁ ଅଣାଯାଇଥିଲା | କିନ୍ତୁ ଏହାର ପ୍ରକ୍ରିୟାରେ ପଛୁଆ ବର୍ଗର କିଛି ଶିକ୍ଷିତ ଲୋକ ୟାର ଫାଇଦା ନେବା ସହିତ ତାଙ୍କର ନୂତନ ପିଢ଼ିକୁ ମଧ୍ୟ ଲାଭଦାୟକ ହୋଇପାରୁଛି | ଏବଂ ତାଙ୍କରି ସମାଜର ଲୋକ, ଯେଉଁମାନଙ୍କ ପାଇଁ ଏହି ଆରକ୍ଷଣ ଅଣାଯାଇଥିଲା ସେମାନେ ଏଥିରୁ ବଞ୍ଚିତ ହେଉଛନ୍ତି; କିମ୍ବା ସେମାନଙ୍କର ଶୋଷଣ ସେହି ଶିକ୍ଷିତ ପଛୁଆ ବର୍ଗର ଲୋକଙ୍କଦ୍ୱାରା ହେଉଅଛି | ଯେମିତିକି ଆରକ୍ଷଣର ଫାଇଦାରେ ଏମାନେ ପରେ ରାଜନୈତିକ ଖେଳ ତାଙ୍କର ସେହି ପଛୁଆ ବର୍ଗର ଲୋକଙ୍କ ସହିତ ଖେଲିଚାଲିଛନ୍ତି |

2. କୌଶଳ/ ପ୍ରୟୋଗକୌଶଳରେ(Technique) ଆରକ୍ଷଣ

ଶାସନ, ପ୍ରଶାସନ ସହିତ ନ୍ୟାୟପାଳିକାର ପଦବୀଗୁଡ଼ିକରେ ଆରକ୍ଷଣ ଦେବା ଠିକ କଥା କିନ୍ତୁ ବୈଷୟିକ/ଯାନ୍ତ୍ରିକ/ପ୍ରାୟୋଗିକ ଶିକ୍ଷାଗ୍ରହଣରେ ହେଉ କିମ୍ବା ପଦବୀଗୁଡ଼ିକରେ ଆରକ୍ଷଣ ଦେବା ଉଚିତ ନୁହଁ |

3. ମାନବ ସଂସାଧନର ସଦୁପଯୋଗ ହୋଇପାରୁନାହିଁ |

କୌଶଳ/ପ୍ରୟୋଗ କୌଶଳରେ ଆରକ୍ଷଣ ଯୋଗୁଁ ମାନବ ସଂସାଧନର ସଦୁପଯୋଗ ହୋଇନଥାଏ | 

ଆରକ୍ଷଣ ପ୍ରକ୍ରିୟାରେ ହେଉଥିବା ସମସ୍ୟାର ସମାଧାନ ପ୍ରତି ଆପଣଙ୍କ ପାଇଁ କିଛି ପ୍ରଶ୍ନ

1. ଆରକ୍ଷଣର ଆବଶ୍ୟକତା କଣ ପାଇଁ ହୋଇଥାଏ ?

2. ଆରକ୍ଷଣ ଯଦି ଲାଭଦାୟକ, ତାହେଲେ ଆରକ୍ଷଣ ନିୟମ ଲାଗୁହେବାର ଅନେକ ବର୍ଷ ବିତିଗଲା ପରେ ମଧ୍ୟ ପଛୁଆ ବର୍ଗର ଉଦ୍ଧର କାନପାଇଁ ହୋଇପାରୁନାହିଁ ?

3. ଆରକ୍ଷଣ ଆର୍ଥିକ ସ୍ଥିତିକୁ ଆଧାର କରି କଣ ପାଇଁ ଦିଆନଯାଇ ଜାତିକୁ ଆଧାର କରି ଦିଆଯାଇଅଛି |

ଆରକ୍ଷଣଦ୍ୱାରା ସମାଜକୁ କେମିତି ଲାଭ ହୋଇଥାଏ ? 

1. ଆରକ୍ଷଣଦ୍ୱାରା ସଂସାଧନ ଗୁଡିକ ପଛୁଆ ବର୍ଗର ଲୋକଙ୍କ ପାଖରେ ପହଁଞ୍ଚିପାରିଥାଏ, ଏବଂ ସେମାନେ ପ୍ରଗତିଶୀଳ ହୋଇଥାନ୍ତି |

2. ପ୍ରଗତିଶୀଳ ସମାଜରେ ସମସ୍ତଙ୍କର ଭାଗିଦାରୀ ଯୋଗୁଁ, ପଛୁଆ ବର୍ଗର ଲୋକମାନେ ମୁଖ୍ୟଧାରାକୁ ଆସିପାରିଥାନ୍ତି |

3. ମୁଖ୍ୟଧାରାକୁ ଆସିବା ପାଇଁ ସମ୍ବିଧାନର ସହାୟତା ଆବଶ୍ୟକ |

ଏଥିରେ ଯଦି ଆମେ ଭେଦଭାବ ହେବାର ସମ୍ଭାବନା ଅଛି ବୋଲି କହିବା, ତାହେଲେ ଆମକୁ ଭାରତୀୟ ସମାଜର ବ୍ୟବସ୍ଥା ଆନୁସାରେ ବୁଝିବାକୁ ପଡିବ | ଯେମିତିକି ଆମ ଭାରତୀୟ ସମାଜରେ ସବୁବେଳେ ମଜଭୁତ ଲୋକକୁ ବାଦଦେଇ କମଜୋର ଲୋକଙ୍କୁ ସାହାର୍ଯ୍ୟ କରାଯାଇଥାଏ; ଠିକ ସେହିପରି ଜର ସ୍ଥିତି ସୃଦୁଢ ତାକୁ ଛାଡ଼ିଦେଇ ଅନ୍ୟମାନଙ୍କୁ ଆରକ୍ଷଣ ସହାୟତା ପ୍ରଦାନ କରିବା ଅତ୍ୟନ୍ତ ଆବଶ୍ୟକ |

ଆରକ୍ଷଣ ବେସରକାରୀ/ବ୍ୟକ୍ତିଗତ କ୍ଷେତ୍ରରେ ମିଳିନଥାଏ, ଏବଂ ବର୍ତ୍ତମାନ କୌଶଳ/ପ୍ରୟୋଗ କୌଶଳ ବଦଳିବାରେ ଲାଗିଛି; ତେଣୁ ଖାଲି ଆରକ୍ଷଣର ଭରସାରେ ରହିବା ଠିକହେବ ନାହିଁ | ସେଥିପାଇଁ ନିଜର ଯୋଗ୍ୟତା ଏବଂ ଦକ୍ଷତାକୁ ବୃଦ୍ଧିକରି ତାରି ଉପରେ କାର୍ଯ୍ୟ କରିବା ଆବଶ୍ୟକ |

Leave a Comment