‘ଆମ ଘର ସ୍ୱର୍ଗପୂର’, ସତରେ ସେ ଯାହାହେଉପଛେ ଅତି ସୁନ୍ଦର ହୋଇଥାଏ; ନା କଣ କହୁଛନ୍ତି ?

ବଞ୍ଚିରହିବା ପାଇଁ ମଣିଷ ଜୀବନର ତିନୋଟି ମୌଳିକ ଅବଶ୍ୟକତା ମଧ୍ୟ୍ୟରୁ ବାସଗୃହ ଅନ୍ୟତମ | ସମୟ ଅନୁସାରେ ମନୁଷ୍ୟର ଜୀବନଶୈଳୀ ବଦଳିବା ସହିତ ବାସଗୃହ ମଧ୍ୟ୍ୟ ବଦଳିଗଲାଣି | ଇତିହାସ ପଠନ କଲେ ଜଣାପଡ଼ିଥାଏ ଯେ, ପୁରାତନ କାଳରୁ ମଣିଷ ବାସଗୃହର ବ୍ୟବହାର କରିଆସୁଅଛି | ଅତୀତରେ କିଛି ସମୟ ବିଶ୍ରାମ ବା ସୁରକ୍ଷା ନିମନ୍ତେ ମନୁଷ୍ୟ ତା ପାଇଁ ଘର ତିଆରି କରୁଥିଲା, କିନ୍ତୁ ବର୍ତ୍ତମାନ ଘରେ ବିଶ୍ରାମ ଏବଂ ସୁରକ୍ଷା ସହିତ ଅନେକ ସୁଖସୁବିଧା ସବୁ ରହିଅଛି | ଆଦିମାନବମାନେ ଗୁମ୍ଫାରେ ରହୁଥିଲେ, ତାପରେ ଛୋଟ ଛୋଟ କୁଟିଆ କରି ରହିଲେ ଧୀରେ ଧୀରେ ମାଟି ପଥରର ବ୍ୟବହାର କୁ ନେଇ ଗୃହ ନିର୍ମାଣ କରିବା ଶିଖିଲେ | ମାଟି ପଥରରେ ତିଆରି ହୋଇଥିବା ଘରଗୁଡିକ ମଜଭୁତ ହୋଇଥିବାରୁ ସୁରକ୍ଷା ନିମନ୍ତେ ବହୁତ ସାହାର୍ଯ୍ୟକାରୀ ହେଲା | କାରଣ ସେହି ସମୟରେ ଲୋକଙ୍କର ସୁରକ୍ଷା ଅତ୍ୟନ୍ତ ଜରୁରୀ ଥିଲା |    

ଆମ ଘର 

ଘର କହିଲେ ଆମେ ଖାଲି ଆଖିରେ ଦେଖାଯାଉଥିବା କାନ୍ଥ, ଛପରରେ ତିଆରି ହୋଇଥିବା ଢାଞ୍ଚା କୁ ଭାବିବା ଠିକନୁହେଁ; ତା ସହିତ ଘରର ସଦସ୍ୟ, ଘରର ଆସବାବପତ୍ର, ଧନରତ୍ନ, ମୁଖ୍ୟତଃ ଘରପ୍ରତି ସମସ୍ତ ସଦଶ୍ୟଙ୍କର ଯେଉଁ ଭାବ ଏବଂ ଚାଲିଚଳଣ ଓ ସଂସ୍କାରକୁ ନେଇ ଆମଘର ବୋଲି କୁହାଯାଇଥାଏ | ସେଥିପାଇଁ କୁହାଯାଏ ଯେ ‘ଘର ଏକ ମନ୍ଦିର’, ଏସବୁ କଥା ଛୋଟ ପିଲାମାନଙ୍କୁ ଘର ବିଷୟରେ ଶିକ୍ଷା ପ୍ରଦାନ ବା ଅବଗତ କରାଇବା ପାଇଁ ଏକ କବିତା ମଧ୍ୟ୍ୟ ଅଛି; ତାହାର ପ୍ରଥମ ଧାଡିଟି ‘ଏହି ଘରଟିରେ ଜନମ ମୋର’ ଲେଖା ହୋଇଅଛି | ସେହି କବିତାଟିକୁ ପଢିଲେ ଆମେ ଆମ ଘର ବିଷୟରେ ସବୁ ଜାଣିପାରିଥାନ୍ତି | ସେଥିରେ ଆମେ ଆମର ରୋଷେଇ ଘର ଠାରୁ ଫୁଲବଗିଚା ପର୍ଯ୍ୟନ୍ତ ସବୁ ବିଷୟରେ କୁହାଯାଇଅଛି | ସତରେ ଆମ ଘରମାନଙ୍କରେ ଛୋଟ ପିଲାମାନଙ୍କର ଅଧିକ ମଜା, ସେମାନେ ଘର ଭିତରେ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ତ କେତେବେଳେ ଲୁଚକାଳି ଖେଳ ଖେଳିଥାନ୍ତି | ତା ସହିତ ଘର ଅଗଣାରେ ଅତି ଆନନ୍ଦରେ ଅନେକ ପ୍ରକାରର ଗତିବିଧି ମାନ ସବୁ କରିଥାନ୍ତି | ସଂସାରର ସୁଖଦୁଃଖ ସାଙ୍ଗକୁ ପର୍ବପର୍ବାଣି ଗୁଡିକ ଘରେ ଖୁବ ଆନନ୍ଦ ଦେଇଥାଏ |     

ଘରର ଆବଶ୍ୟକତା 

ଖରା, ବର୍ଷା, ଶୀତ ଓ ଝଡତୋଫାନ ଇତ୍ୟାଦି ପ୍ରାକୃତିକ କ୍ରିୟା ସହିତ ଚୋର ଡକାୟତଙ୍କ ଠାରୁ ସୁରକ୍ଷା ଏବଂ ନିରାପତ୍ତା ନିମନ୍ତେ ଘରର ଆବଶ୍ୟକତା ହୋଇଥାଏ | ଘର ଭିତରେ ଆମେ ଖାଦ୍ୟପଦାର୍ଥ, ଧନରତ୍ନ, ଟଙ୍କାପଇସା ଓ କପଡାଲତା ଇତ୍ୟାଦିକୁ ରଖିଥାନ୍ତି | ଘର ହେଉଛି ମଣିଷର ଏକ  ଆରାମଦାୟକ ସ୍ଥାନ, ସେହିଠାରେ ସେ ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଜୀବନଯାପନ କରିଥାଏ | ଆମେମାନେ ଯଦିଓ ଯେକୌଣସି ଜାଗାରେ ଅର୍ଥାତ ନିଜ ଘର ଛଡା ଅନ୍ୟ କୁଆଡେ ରୋଜଗାର ପାଇଁ ହେଉ କିମ୍ବା ଅନ୍ୟ କୌଣସି କାର୍ଯ୍ୟ ପାଇଁ ରହିଥାନ୍ତି; ତଥାପି ସବୁବେଳେ ନିଜଘରଟିକୁ ମନେପକାଇଥାନ୍ତି | ମଣିଷ ଘରଛାଡ଼ି ଯେଉଁଆଡେ ରହିଲେ ମଧ୍ୟ୍ୟ ମନ ଓ ଭାବନା ନିଜ ଘର ପ୍ରତି ରହିଥାଏ | ସାଧାରଣତଃ ଭାବରେ ମଣିଷକୁ ବିକଶିତ ହେବାକୁ ହେଲେ ଘରଟି ମୌଳିକ ଆବଶ୍ୟକତା ଗୁଡିକ ମଧ୍ୟ୍ୟରୁ ଗୋଟିଏ ହୋଇ ମୁଖ୍ୟ ଭୂମିକା ରୂପରେ କାର୍ଯ୍ୟ କରିଥାଏ | 

ଘରର ପ୍ରକାର ଓ ନିର୍ମାଣ 

ଘର ଅନେକ ପ୍ରକାରରେ ତିଆରି କରାଯାଇଥାଏ, ଯେମିତିକି ଚାଳଘର, ଛପର ଘର, ଛାତ ଘର ଏବଂ କୋଠାଘର | ଠିକ ସେହିପରି ଘରର ଆକାର ଏବଂ ସେହି ଘରେ ଥିବା ସୁବିଧାଗୁଡ଼ିକୁ ନେଇ ମଧ୍ୟ୍ୟ ଆମେ ଅଲଗା ଅଲଗା ପ୍ରକାରରେ ଜାଣିଥାଉ, ଯେମିତିକି କୁଟୀର, କୁଡ଼ିଆ, ବଙ୍ଗଳା ଓ ଆଜିକାଲି ଆପାର୍ଟମେଣ୍ଟ(Apartment) ଇତ୍ୟାଦି |

ପୂର୍ବକାଳରେ କୁଟୀର ନିର୍ମାଣ ପାଇଁ ପ୍ରାକୃତିକ ଜିନିଷର ବ୍ୟବହାର କରାଯାଉଥିଲା | ଯେମିତିକି ବୃକ୍ଷଲତା, ମାଟି, ପାଣି ଇତ୍ୟାଦି | ଧୀରେ ଧୀରେ ଆମେ ଆମର ଆବଶ୍ୟକତାର ଅନୁସାରେ କୁଟୀରଠାରୁ ଟିକେ ବଡ ଏବଂ ଇଟା ପଥରରକୁ ବ୍ୟବହାରରେ ନେଇ ଚାଳଘର ତିଆରି କଲେ, ଯେଉଁଥିରେ ଘରର ଛାଉଣୀ ପାଇଁ ଆମେ ଘାସ କିମ୍ବା ଶସ୍ୟର ସାହାର୍ଯ୍ୟ ନେଲେ | ତାପରେ ଠିକ ସେହିପରି ରସାୟନ ପଦ୍ଧତିରେ ତିଆରି ଗୁଣ୍ଡ ବା ଅଠା(ସିମେଣ୍ଟ) କିମ୍ବା ଚୁନର ବ୍ୟବହାରରେ କାନ୍ଥ ସହିତ ଛାଉଣୀ ପାଇଁ ଟାଇଲ ତିଆରି କଲେ | ତା ପୂର୍ବରୁ ମାଟିରେ ତିଆରି ଖପରର ବ୍ୟବାହାର ମଧ୍ୟ୍ୟ କରୁଥିଲେ | ତାକୁ ଆମେ ଛପର ଘର ବୋଲି କହିଥାନ୍ତି, ପୂର୍ବେ କିନ୍ତୁ ଛାଉଣୀ ପାଇଁ ଟାଇଲ, ଖପର ବ୍ୟବହାର କରୁଥିଲେ ମଧ୍ୟ୍ୟ କାନ୍ଥଗୁଡ଼ିକ ମାଟିବାଲିରେ ତିଆରି ହେଉଥିଲା | ତାପରେ ଆସିଲା ଛାତଘର ବା କଂକ୍ରିଟରେ ତିଆରି ଘର, ଯେଉଁଥିରେ ଅଧିକ ସିମେଣ୍ଟ ଓ ଅନ୍ୟାନ୍ୟ ରସାୟନର ବ୍ୟବହାର ସହିତ ଲୁହାରଡ଼ ବା ଛଡ଼କୁ ମଧ୍ୟ୍ୟ ବ୍ୟବହାର କାରଗାଲା |  

ବର୍ତ୍ତମାନ କିନ୍ତୁ ସୁବିଧା ଓ ଆରାମ ନିମନ୍ତେ ବହୁତ ପ୍ରକାରର ଉପକରଣ ଗୃହ ନିର୍ମାଣ କାର୍ଯ୍ୟରେ ବ୍ୟବାହାର କରାହେଲାଣି | ଯେମିତିକି ଚଟାଣ(ଗୃହର ତଳଭାଗ) ପାଇଁ ମାର୍ବଲ, ଘରର ସୁନ୍ଦରତା ଏବଂ ନିରାପତ୍ତା ପାଇଁ ବିଭିନ୍ନ ପ୍ରକାରର ରଙ୍ଗ, ମଜଭୁତ ଏବଂ ସୌନ୍ଦର୍ଯ୍ୟ ପାଇଁ ଅନେକ ପ୍ରକାରର କବାଟ ଇତ୍ୟାଦି | ପୂର୍ବକାଳରେ ଅନ୍ଧାରକୁ ଦୂରେଇବା ନିମନ୍ତେ ଦୀପ କିମ୍ବା ବତୀର ବ୍ୟବହାର କରାଯାଉଥିଲା | ବର୍ତ୍ତମାନ କିନ୍ତୁ ବିଜୁଳୀ ବତୀର ବ୍ୟବହାର କରାଯାଉଅଛି, ଏବଂ ତାରି ସଂଯୋଗ ନିମନ୍ତେ ଗୃହ ନିର୍ମାଣ କଲା ସମୟରେ ଯୋଜନା କରି ତାରି ଉପରେ କାର୍ଯ୍ୟ ଆରମ୍ଭ କରାଯାଉଅଛି | କାରଣ ବର୍ତ୍ତମାନ ବିଜୁଳୀକୁ ଖାଲି ବତୀ ରୂପରେ ବ୍ୟବହାର କରାଯାଉନାହିଁ, ତାକୁ ଏକ ଶକ୍ତି ବା ପାୱାର ରୂପରେ ବ୍ୟବହାର କରି ଅନେକ ପ୍ରକାରର ଇଲେକ୍ଟ୍ରୋନିକ ଉପକରଣମାନ ଚାଳିତ ହେଉଛି | ଯେମିତିକି ପଙ୍ଖା, ଟେଲିଭିଜନ, କୁଲର, ଫ୍ରିଜ, ମୋଟର ଇତ୍ୟାଦି ଆହୁରି ଅନେକ | ଆଗରୁ ଲୋକେ ପିଇବା, ଗାଧେଇବା, ଲୁଗାସଫା କରିବା ନିମନ୍ତେ ପାଣିକୁ ନଦୀ, ଝରଣା, ବନ୍ଧ, କଟା ବା କୂପ ଗୁଡିକୁ ବ୍ୟବହାର କରୁଥିଲେ | ବର୍ତ୍ତମାନ କିନ୍ତୁ ନଳ(ପାଇପ) ଜରିଆରେ ଘରେ ଘରେ ପାଣି |ପାଣି ପାଇଁ ମଧ୍ୟ୍ୟ ଇଲେକ୍ଟ୍ରି ଭଳି ଗୃହ ନିର୍ମାଣ କଲାବେଳକୁ ତାର ନଳ ଖଞ୍ଜି ଦିଆଯାଉଅଛି |

ଘର ନିର୍ମାଣ କେମିତି ହେବାକଥା ?

ମଣିଷ ତାର ବିଳାସପୁର୍ଣ ଜୀବନଯାପନ ପାଇଁ ତାର ଘରଗୁଡିକୁ ରସାୟନ ଏବଂ କୁତ୍ରିମ ପଦ୍ଧତିରେ ତିଆରିକରିବାରେ ଲାଗିଛି | ଯେଉଁଥିପାଇଁ ପ୍ରାକୃତିକ ସମ୍ପଦ ସହିତ ପ୍ରକୃତିକୁ ବହୁତ କ୍ଷତି ପହଞ୍ଚୁଅଛି |ମାଟିରେ ତିଆରି ଘର ଗୁଡିକର ରକ୍ଷଣାବେକ୍ଷଣ ରେ ଟିକେ ଅଧିକ ପରିଶ୍ରମ ଲାଗିଥାଏ | କିନ୍ତୁ ସେଗୁଡିକ ଆମର ସ୍ୱାସ୍ଥ୍ୟକୁ କୌଣସି କୁପ୍ରଭାବ ପକାଇନଥାଏ, ତା ସହିତ ଶୀତ, ଖରା ଓ ବର୍ଷା ରେ ମଧ୍ୟ୍ୟ ଘର ଭିତରର ଉତ୍ତାପକୁ ସଠିକ ରଖିଥାଏ | ଏବଂ ତାକୁ ତିଆରିକରିବାରେ ଅଧିକ ଅର୍ଥ ଖର୍ଚ ମଧ୍ୟ୍ୟ କରିବାକୁ ପଡ଼ିନଥାଏ | ଏ ସବୁକୁ ଆଖିରେ ରଖି ବର୍ତ୍ତମାନ ବହୁତଗୁଡ଼ିଏ ସଂସ୍ଥା ମାଟିଘରକୁ ଆଧୁନିକ ପଦ୍ଧତିରେ ତିଆରି କଲେଣି | ଏବଂ ସେଥିରେ ଅଧିକ ଅର୍ଥବ୍ୟୟ ମଧ୍ୟ୍ୟ ହେଉନାହିଁ | ଆମ ଭାରତରେ ଅନେକଗୁଡ଼ିଏ ସ୍ଥାନରେ ଲୋକମାନେ ଏହିଭଳି ଘର ତିଆରି କଲେଣି, ଏସବୁ ଇଣ୍ଟରନେଟ ରେ ଖୋଜିଲେ ଆମେ ପାଇପାରିବା |   

ଜଣକୁ ଦେଖି ଅନ୍ୟଜଣେ ଘର ତିଆରି କରିଚାଲିଛନ୍ତି, ଯେମିତି କଥାରେ ଅଛି ଯେ ‘ଦେଖାଶିଖା ଦୁନିଆଁ’ | ଏହିଭଳି ପରିସ୍ଥିତିରେ ସାଧାରଣ ଲୋକଟିଏ ଅତିଆବଶ୍ୟକ ଅନୁଯାୟୀ, ସରକାରଙ୍କ ସାହାର୍ଯ୍ୟରେ ହେଉ କିମ୍ବା ନିଜେ ରୋଜଗାର କରି ଘର ତିଆରି କରିଥାଏ | ଏବଂ ସେଥିରେ ତାର ସୁଖ ଦୁଃଖର ସଂସାର ସହିତ ଜୀବନ ବ୍ୟତୀତ କରିଥାଏ | 

Leave a Comment