ଅଯୋଧ୍ୟାରେ ଭଗବାନ ଶ୍ରୀରାମ ମନ୍ଦିରର ଉଦ୍‌ଘାଟନୀ ଉତ୍ସବ(Inauguration ceremony of Ram mandir/temple) କେମିତି ହେବ, ତାର କାର୍ଯ୍ୟସୂଚୀ ସହିତ ସଂଘର୍ଷରୁ ସଫଳତାର ଆନନ୍ଦିତ କାହାଣୀ ।

“ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର”, ଅନେକ ଭାରତୀୟଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ଭାବପ୍ରବଣ ବିଷୟ | ଶ୍ରୀରାମ ଜନ୍ମଭୂମିରେ ମନ୍ଦିର ନିର୍ମାଣ ପ୍ରତି ଦିର୍ଘ ଦିନ ଧରି ତାର ଇତିହାସର ଛନ୍ଦାଛନ୍ଦି ଘଟଣା, ଧାର୍ମିକ ଏବଂ ରାଜନୈତିକ ଚର୍ଚା ହୋଇଆସୁଥିଲା |  

ସଂଘର୍ଷରୁ ସଫଳତା(Struggle to successful)

୫୦୦ ବର୍ଷର ଅପେକ୍ଷା ପରିଶେଷରେ, ତା-୨୨ ଜାନୁୟାରୀ ୨୦୨୪ ଅଯୋଧ୍ୟାରେ ଭଗବାନ ଶ୍ରୀରାମଙ୍କ ମନ୍ଦିରର ପ୍ରାଣ ପ୍ରତିଷ୍ଠା ହେବା; ଏହା ଏମିତି ଏକ କ୍ଷଣ ଯାହାର ଅପେକ୍ଷା ହିନ୍ଦୁ ଲୋକଙ୍କୁ ବହୁତ ସମୟରୁ ରହିଆସିଅଛି । ଏମିତି ଏକ ମୁହୁର୍ତ୍ତ ଯାହାକୁ ସତ୍ୟତା କରିବା ପାଇଁ ଶତାଧିକ ଭକ୍ତଙ୍କର ଜୀବନ ବଳିଦାନ ହୋଇଯାଇଛି । ଏକ ଏମିତି ସ୍ଵପ୍ନ ଯାହାକୁ ପୂରଣ କରିବା ପାଇଁ ଲକ୍ଷାଧିକ ଲୋକ ରାସ୍ତାକୁ ଆସି ଆନ୍ଦୋଳନ କରିଥିଲେ । ଏମିତି ଆଶା ଆକାଂକ୍ଷା ଯାହାକୁ ସତ୍ୟତାରେ ପାଇବା ପାଇଁ ଅଦାଲତରେ ଲଢେଇ ଲଢା ଯାଇଥିଲା ।

2019 ରେ ସୁପ୍ରିମକୋର୍ଟର ଏକ ଐତିହାସିକ ରାୟ ପରେ ମନ୍ଦିର ନିର୍ମାଣ ପାଇଁ ଅନୁମତି ଦିଆଯାଇଥିଲା, ଏବଂ 2020ରେ ରାମ ମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା |ଏହି ସମାରୋହରେ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ | ଏହା ଅନେକ ହିନ୍ଦୁଙ୍କ ପାଇଁ ଏକ ଦଶନ୍ଧିର ଆକାଂକ୍ଷା |

“ରାମ ମନ୍ଦିର” ଭଗବାନ ଶ୍ରୀରାମଙ୍କର ଜନ୍ମସ୍ଥାନ ବୋଲି ବିଶ୍ୱାସ କରୁଥିବା କୋଟି କୋଟି ଲୋକଙ୍କର ମନରେ ଧରିରଖିଥିବା ଗଭୀର ଧାର୍ମିକ ଓ ସାଂସ୍କୃତିକ ମହତ୍ବ; ଯାହା ହିନ୍ଦୁ ଧର୍ମଗ୍ରନ୍ଥ ରାମାୟଣର ଏକ ପ୍ରମୁଖ ବ୍ୟକ୍ତିତ୍ୱ | ରାମ ମନ୍ଦିରର ନିର୍ମାଣରେ ସେମାନଙ୍କ ପାଇଁ ଆନନ୍ଦ, ଗର୍ବ ଏବଂ ପୂର୍ଣ୍ଣତାର ଭାବନା ଯେଉଁମାନେ ବହୁତ ସମୟରୁ ଏହାର ବାସ୍ତବତାକୁ ଅପେକ୍ଷା କରିଆସିଛନ୍ତି |

ପ୍ରକଳ୍ପର ଅଗ୍ରଗତି ଯଥା; ମନ୍ଦିରର ନିର୍ମାଣ, ଏହାର ସ୍ଥାପତ୍ୟ ଏବଂ ଆନୁଷ୍ଠାନିକ ଦିଗଗୁଡିକ ସମ୍ବନ୍ଧରେ ଅତ୍ୟାଧୁନିକ ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ବିଶେଷ ଧ୍ୟାନ ଜାରି ରଖିଛି | ଏହା ଏକତା, ବିଶ୍ୱାସ ଏବଂ ଭାରତର ସାଂସ୍କୃତିକ ଦୃଶ୍ୟ ଗଠନରେ ଧର୍ମର ଭୂମିକାକୁ ନେଇ ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଛି |

ଅନେକଙ୍କ ଦ୍ୱାରା ପାଳନ କରାଯାଉଥିବାବେଳେ, ରାମ ମନ୍ଦିରର ନିର୍ମାଣ ମଧ୍ୟ ଧାର୍ମିକ ସମନ୍ୱୟ, ଧର୍ମନିରପେକ୍ଷତା ଏବଂ ଦେଶର ସାମାଜିକ-ରାଜନୈତିକ ପରଦା ଉପରେ ଏହାର ପ୍ରଭାବ ପ୍ରତି ଧ୍ୟାନ ଦେଇ ଆଲୋଚନା ହୋଇଥିଲା |

ନିର୍ମାଣ କାର୍ଯ୍ୟ ଆଗକୁ ବଢି ସମ୍ପୂର୍ଣ୍ଣ ହେବା ସହିତ ରାମ ମନ୍ଦିର କେବଳ ଧାର୍ମିକ ସମ୍ମାନ ନୁହେଁ ବରଂ ଭାରତର ସାଂସ୍କୃତିକ କଳଙ୍କ ମଧ୍ୟରେ ଥିବା ଜଟିଳତା ଏବଂ ବିବିଧତାର ପ୍ରତୀକ ହୋଇ ରହିଆସିଛି, ଯାହା ସାରା ବିଶ୍ୱରେ ବାର୍ତ୍ତାଳାପ ଏବଂ ପ୍ରତିଫଳନ ସୃଷ୍ଟି କରିଛି |

ରାମ ମନ୍ଦିରର ଉଦ୍‌ଘାଟନୀ ଉତ୍ସବ(Inauguration ceremony of Ram Mandir/Temple)

ଉଦ୍‌ଘାଟନ ପୂର୍ବରୁ ପୂରା ଅଯୋଧ୍ୟାକୁ ନୂଆଁ ବହୁ ପରି ସଜେଇ ଦିଆଯାଇଅଛି । ପୂରା ସହରର କାୟାକଳ୍ପ ହୋଇଯାଇଅଛି ଏବଂ ପ୍ରତ୍ୟେକ ଅଯୋଧ୍ୟା ବାସି ସାରା ଦୁନିଆକୁ ସ୍ଵାଗତ କରିବା ପାଇଁ ଦୁଇ ବାହୁକୁ ମେଲି ଦେଇଛନ୍ତି । ଅଯୋଧ୍ୟାର ସବୁ ଘରଗୁଡିକ ହୋଟେଲ ସାଜିଯାଇଛି ।

ଜଣାପଡୁ ଅଛି ଯେ ସାରା ଦେଶରୁ ୨୫ ଲକ୍ଷ୍ୟ ଲୋକ ଏହି ଉଦ୍‌ଘାଟନୀ ଉତ୍ସବର ସାକ୍ଷ ରହିବେ । ସାରା ଦେଶରେ ଅଯୋଧ୍ୟା ପାଇଁ  ୧୦୦୦ ରେଳଗାଡି ଚଲାହେବ ।  ଅଯୋଧ୍ୟାର ନୂଆଁ ବିମାନବନ୍ଦର ମହର୍ଷି ବାଲ୍ମୀକି ନାମରେ ନାମିତ ହୋଇ ତିଆରି ହୋଇସାରିଛି ।

ରାମ ମନ୍ଦିରର ଉଦ୍‌ଘାଟନୀ ଉତ୍ସବର କାର୍ଯ୍ୟସୂଚୀ  

୧୬ ଜାନୁୟାରୀ ୨୦୨୪ ଦଶବିଦ୍ଧ ସ୍ନାନ, ବିଷ୍ଣୁ ପୂଜନ, ପଞ୍ଚଗବ୍ୟ ପ୍ରାସନ୍ନ, ଗୋଦାନ
ମନ୍ଦିରର ଆନ୍ଦୋଳନରେ ଜଡିତ ଲୋକଙ୍କୁ ଶ୍ରଦ୍ଧାଞ୍ଜଳୀ ଦିଆଯିବ ।
୧୮ ଜାନୁୟାରୀ ୨୦୨୪ ମଣ୍ଡପ ପ୍ରବେଶ, ବାସ୍ତୁ, ଗଣେଷ ପୂଜନ, ଶ୍ରୀରାମଙ୍କର ଜଳାଧିବାସ
୨୦ ଜାନୁୟାରୀ ୨୦୨୪ଦେଶର ଅଲଗା ଅଲଗା ନଦୀରୁ ୮୧ କଳସରେ ଅଣାଯାଇଥିବା ଜଳରେ ଭଗବାନ ରାମଙ୍କର ଜଳାଭିଷେକ ହେବ ।
୨୧ ଜାନୁୟାରୀ ୨୦୨୪ ଭଗବାନ ଶ୍ରୀରାମଙ୍କର ୧୨୧ କଳସରେ ଦିବ୍ୟ ସ୍ନାନ ହେବ ।
୨୨ ଜାନୁୟାରୀ ୨୦୨୪ ସମୟ ୧୨:୩୦
ମୃଗଶିରା ନକ୍ଷତ୍ରରେ ଭଗବାନ ଶ୍ରୀରାମଙ୍କର ପ୍ରାଣପ୍ରତିଷ୍ଠା ପାଇଁ ମହାପୂଜା ହେବ ।

Leave a Comment