ଅନଲାଇନ ସପିଂ (online shopping) ଦ୍ୱାରା ଲାଭ ଓ କେମିତି ହୋଇଥାଏ ?

ଯୁଗ ବଦଳିବା ସହିତ ଲୋକଙ୍କର ଚିନ୍ତାଧାରା ବଦଳିଚାଲିଛି, ତା ସାଙ୍ଗରେ ବଞ୍ଚିବାର ଜୀବନଶୈଳୀ ମଧ୍ୟ୍ୟ ବଦଳିଗଲାଣି | ଲୋକମାନେ ପୂର୍ବକାଳରେ ଜିନିଷ ବଦଳରେ ଜିନିଷର ଅଦଳ ବଦଳ କରୁଥିଲେ, ତାପରେ ଜିନିଷର ମୂଲ୍ୟ ଅନୁସାରେ ମୁଦ୍ରାର ବ୍ୟବହାର କଲେ; ଏବେ ମଧ୍ୟ୍ୟ ମୁଦ୍ରା ଦ୍ୱାରା ଜିନିଷଗୁଡିକର କ୍ରୟ ବିକ୍ରୟ ଚାଲିଛି | ସବୁ ଜିନିଷ ଗୁଡିକର କିଣାବିକା ପାଇଁ ବଜ଼ାର ବା ମାର୍କେଟ(Market) ରହିଛି ଏବଂ ଜିନିଷର ପ୍ରକାର ଅନୁଶାରେ ସ୍ୱତନ୍ତ୍ର ଦୋକାନ ସବୁ ଅଛି | କିନ୍ତୁ ବର୍ତ୍ତମାନ ସମସ୍ତେ ଚାରିଆଡେ ପ୍ରାୟ ଅନଲାଇନ ସପିଂ(online shopping) କଲେଣି |

ଅନଲାଇନ ସପିଂ (online shopping)

ଆଜିକାଲିକା ଯୁଗ ହେଉଛି ଇଣ୍ଟରନେଟ(internet)ର ଯୁଗ, ପ୍ରାୟ ସମସ୍ତଙ୍କ ପାଖରେ ମୋବଇଲ ବା କମ୍ପ୍ୟୁଟର | ଏଇ ଅତ୍ୟାଧୁନିକ ଦୁନିଆଁ ର ପ୍ରଗତି କ୍ଷେତ୍ରରେ ଇଣ୍ଟରନେଟର ମୁଖ୍ୟ ଭୂମିକା ରହିଛି | ଲୋକଙ୍କୁ ବର୍ତ୍ତମାନ କୌଣସି ସୂଚନା ଦରକାର ହେଲେ, ଇଣ୍ଟରନେଟରେ ସର୍ଚ୍ଚ(search) ବା ଖୋଜୁଛନ୍ତି | ସେହିଭଳି କୌଣସି ଜିନିଷକୁ 

କିଣାକିଣି କରିବାର ଥିଲେ ମଧ୍ୟ୍ୟ ଇଣ୍ଟରନେଟର ସାହାର୍ଯ୍ୟ ନେଉଛନ୍ତି |

ଇଣ୍ଟରନେଟର ଦୁନିଆଁ ବହୁତ ବଡ ହୋଇଥାଏ, ତାରି ଭିତରେ ଅନେକଗୁଡ଼ିଏ ମାର୍କେଟିଂ ସୁବିଧାମାନ ରହିଅଛି | ସେଠାରେ କ୍ରେତା ହେଉ ବା ବିକ୍ରେତା ଦୁହେଁ ଜିନିଷଗୁଡ଼ିକର ମୂଲ୍ୟ ନିର୍ଦ୍ଧାରିତ କରି କିଣାବିକା କରିଥାନ୍ତି | ବିକ୍ରେତା ମାନେ ତାଙ୍କ ଜିନିଷଗୁଡିକର ସଠିକ ଫୋଟୋ ଓ ଭିଡ଼ିଓ ସହିତ ଉଚିତ ମୂଲ୍ୟର ବିଜ୍ଞାପନ କରିଥାନ୍ତି | ବିଜ୍ଞାପନଗୁଡିକ ଗ୍ରାହକମାନଙ୍କୁ ଖୁବ ଆକର୍ଷଣ କରିଥାଏ ଏବଂ ଗ୍ରାହକମାନେ ମଧ୍ୟ୍ୟ ଦରକାର ଅନୁଯାୟୀ ଜିନିଷଗୁଡିକୁ ଅଫଲାଇନ(offline) ମାର୍କେଟ ଅର୍ଥ ସାଧାରଣ ବଜ଼ାର ସହିତ ତୁଳନା କରିପାରନ୍ତି ଏବଂ ବଛାବଛି କରି କିଣିଥାନ୍ତି | ଆଜିକାଲି ଜିନିଷଗୁଡ଼ିକ ହୋମ ଡେଲିଭରି (Home delivery) ଅର୍ଥାତ ନିଜ ଘର ପର୍ଯ୍ୟନ୍ତ ଜିନିଷ ପହଞ୍ଚାଇବାର ସୁବିଧା ମଧ୍ୟ୍ୟ ହେଲାଣି | ଯେଉଁଥିରେ ଗ୍ରାହକର ପୋଷ୍ଟାଲ ପିନ ଦ୍ୱାରା ହେଉ କିମ୍ବା ଗ୍ରାହକ ବ୍ୟବହାର କରୁଥିବା ଡିଭାଇସ(Device) ଅର୍ଥାତ ଯନ୍ତ୍ର ଉପକରଣଟିର ସ୍ଥିତି କୁ ଇଣ୍ଟରନେଟ ମାଧ୍ୟ୍ୟମରେ ଚିହ୍ନଟ କରି ହୋମ ଡେଲିଭରିର ସୁବିଧା ଯୋଗାଇ ଦିଆଯାଉଅଛି | ବର୍ତ୍ତମାନ ଗାଁ ହେଉ କିମ୍ବା ସହର ପ୍ରାୟ ସବୁଆଡେ ଇଣ୍ଟରନେଟର ସୁବିଧା ରହିଥିବାରୁ ଲୋକମାନେ ଅନଲାଇନ ସପିଂର ଲାଭ ନେଇପାରୁଛନ୍ତି | 

ଅନଲାଇନରେ ବହୁତ ପ୍ରକାରର ଜିନିଷ ମିଳିଥାଏ, ଯେମିତିକି ଇଲେକ୍ଟ୍ରୋନିକ, ଜାମା ବା ପୋଷାକ ଏବଂ ସହରାଞ୍ଚଳ ଗୁଡିକରେ ରାସନ ସାମଗ୍ରୀ ଇତ୍ୟାଦି ମିଳିଥାଏ | ଆଜିକାଲି ଫୂଡ଼ ବା ଖାଦ୍ୟ ଡେଲିଭରୀ, ଔଷଧ ସହିତ ଡାକ୍ତରଙ୍କ ପରାମର୍ଶ ମଧ୍ୟ୍ୟ ଅନଲାଇନରେ ସମ୍ଭବ | ବହୁତ ପ୍ରକାରର ବୁକିଂ(Booking) ମଧ୍ୟ୍ୟ ଅନଲାଇନ ହୋଇଥାଏ, ଯେମିତିକି ସମସ୍ତ ପ୍ରକାରର ଟିକେଟ, ହୋଟେଲ, ଆପାର୍ଟମେଣ୍ଟ, ଗାଡିମଟର ଇତ୍ୟାଦି; ଏସବୁକୁ ଏକ ପ୍ରକାର ଅନଲାଇନ ସପିଂ କହିଲେ ମଧ୍ୟ୍ୟ କିଛି ଅଚ୍ୟୁକ୍ତି ହେବନାହିଁ | ଗ୍ରାମାଞ୍ଚଳ ଅପେକ୍ଷା ସହରାଞ୍ଚଳରେ ରହୁଥିବା ଲାକମାନଙ୍କର ସୁବିଧା ନିମନ୍ତେ ବିଭିନ୍ନ ପ୍ରକାରର ଅନଲାଇନ ସେବା ରହିଅଛି, ତାହା ମଧ୍ୟ୍ୟ ଏକପ୍ରକାର ଅନଲାଇନ ସପିଂ ଅଟେ |  

ଇଣ୍ଟରନେଟରେ ଅନେକ ପ୍ରକାରର ସପିଂ କମ୍ପାନୀ ସବୁ ଅଛି | ଆମେ ଯଦି କୋୖଣସି ଜିନିଷ ବିଷୟରେ ସର୍ଚ୍ଚ କରିବ ତାହେଲେ ତାହା ସେ ସବୁ କମ୍ପାନୀମାନଙ୍କ ୱେବ ସାଇଟ ରେ 

ସେହି ଜିନିଷର ବିଜ୍ଞାପନ ଦେଖାଇଥାଏ, ତାପରେ ଆମେ ପସନ୍ଦ ଅନୁସାରେ ସେଥିରେ କ୍ଲିକ କରି ନିର୍ଦେଶ ଅନୁସାରେ କିଣାକିଣି କରିଥାନ୍ତି | ସେସବୁ କମ୍ପାନୀଗୁଡିକ ମଧ୍ୟ୍ୟରେ ଆମାଜନ(amazon) ଏବଂ  ଫ୍ଲିପକାର୍ଟ (Flipkart) ମୁଖ୍ୟତଃ ଜଣାଶୁଣା | ଏହି ଦୁଇଟି କମ୍ପାନୀରେ ଜିନିଷ କିଣିବା ଅତି ସରଳ ଓ ଜିନିଷରେ କିଛି ତ୍ରୁଟି ଥିଲେ ଅତି ସହଜରେ ଫେରସ୍ତ ହୋଇଯାଇଥାଏ | ବର୍ତ୍ତମାନ ସାରା ବିଶ୍ୱରେ ସବୁଠାରୁ ଅଧିକ ଧନୀ ଲୋକମଙ୍କୁ ମଧ୍ୟ୍ୟରେ ଆମାଜନର ମାଲିକ ଶ୍ରୀ ଜେଫ ବେଜୋସ (Jeff Bezos) ପ୍ରଥମ ସ୍ଥାନରେ ଅଛନ୍ତି |    

ଅନଲାଇନ ସପିଂ ଯୋଗୁଁ ଆମେ ଜିନିଷ ଗୁଡିକର ଉଚିତ ମୂଲ୍ୟ ସହିତ ସାଇଜ ଅନୁସାରେ କପଡାଲତା ସହିତ ଅନ୍ୟାନ୍ୟ ଜିନିଷ କିଣିଥାଉ, ଏବଂ ହୋମ ଡେଲିଭରି ମଧ୍ୟ୍ୟ କରିପାରିଥାଉ | ଦୂର ଦୁରାନ୍ତରେ ମିଳୁଥିବା ଜିନିଷକୁ ମଧ୍ୟ୍ୟ ସହଜରେ ପାଇପାରିଥାଉ | ବଡ଼ବଡ଼ ବ୍ୟବସାୟୀ ମାନଙ୍କୁ ମଧ୍ୟ୍ୟ ତାଙ୍କର ଜିନିଷ ବିକ୍ରି କରିବା ପାଇଁ ସହଜରେ ଗ୍ରାହକ ମିଳିଯାଇଥାନ୍ତି | 

Leave a Comment