ସ୍ୱାସ୍ଥ୍ୟ ହିଁ ସମ୍ପଦ(Health is Wealth), ଆମ ସ୍ୱାସ୍ଥ୍ୟ ଆମରି ହାତରେ, ସ୍ୱାସ୍ଥ୍ୟ ସଚେତନତାକୁ ଅନୁସରଣ କଲେ ହେଲା |

କଥାରେ ଅଛି ‘ସ୍ୱାସ୍ଥ୍ୟ ହିଁ ସମ୍ପଦ'(Health is wealth), ଶରୀର ସୁସ୍ଥ ଓ ମନ ଆନନ୍ଦ ରହିଲେ ବାକି ସବୁ କାର୍ଯ୍ୟ ଆପେଆପେ ଠିକ ହୋଇଥାଏ; କେମିତି ଆସନ୍ତୁ ଜାଣିବା |

କାର୍ଯ୍ୟ କହିଲେ ଖାଲି କୌଣସି ଉତ୍ପାଦନ ଭିତ୍ତିକ କାମ ବୋଲି ଭାବିବା ଠିକ ନୁହେଁ, ଆମେ ଦୈନଦିନ ଜୀବନରେ ଜାଣିଶୁଣି କିମ୍ୱା ଅଜାଣତରେ ଯେଉଁ ସବୁ କାମ କରିଥାନ୍ତି ତାକୁ ମଧ୍ୟ୍ୟ କାର୍ଯ୍ୟ ବୋଲି କୁହାଯାଇଥାଏ | ଯେମିତିକି ଉଠିବା, ବସିବା, ଚାଲିବା, ଗାଧେଇବା, ପିନ୍ଧିବା ଓ ଖାଇବା ଇତ୍ୟାଦି ଅନେକ ଅଛି | ଏହିପରି ସବୁ କାର୍ଯ୍ୟ କିମ୍ବା ଅନ୍ୟାନ୍ୟ ଯେକୌଣସି କାର୍ଯ୍ୟ କରିବାକୁ ହେଲେ ଆମେ ଆମର ଶରୀରର ସାହାର୍ଯ୍ୟରେ କରିପାରିଥାନ୍ତି | ଯଦି ତାରି ଭିତରେ ଆମର ଶରୀର ଅସୁସ୍ଥ ହୋଇଥାଏ, ତାହେଲେ ଆମେ କୌଣସି କାର୍ଯ୍ୟ କରିବାକୁ ଅକ୍ଷମ ବା ଇଛା ମଧ୍ୟ୍ୟ ହୋଇନଥାଏ | ତେଣୁ ‘ସ୍ୱାସ୍ଥ୍ୟ ହିଁ ସମ୍ପଦ’ ବୋଲି କୁହାଯାଇଥାଏ |

ଶରୀର ଅସୁସ୍ଥତା 

ସାଧାରଣତଃ ଭାବରେ ଶରୀର ଅସୁସ୍ଥତାକୁ ଆମେ ଜ୍ୱର, କାଶ, ଥଣ୍ଡା, ଝାଡ଼ାବାନ୍ତି, ମୁଣ୍ଡବ୍ୟଥା ଓ ଶରୀରର ଦୁର୍ବଳତା ଆଦିର ଲକ୍ଷଣକୁ ଦେଖି ଜାଣିପାରିଥାନ୍ତି | କିନ୍ତୁ  ତା ବ୍ୟତୀତ ଅନ୍ୟାନ୍ୟ ଯେକୌଣସି ପ୍ରକାରରେ ଶରୀରର କ୍ଷୟକ୍ଷତି ହେଲେ ମଧ୍ୟ୍ୟ ତାକୁ ଆମେ ଶରୀର ଅସୁସ୍ଥ ବୋଲି କହିଥାନ୍ତି, ତାହା ଏକ ଦୁର୍ଘଟଣା ଦ୍ୱାରା ମଧ୍ୟ୍ୟ ହୋଇପାରେ | 

ରୋଗ  

ଆଜିକାଲିକା ଯୁଗରେ ବିଭିନ୍ନ ପ୍ରକାରର ରୋଗ ସବୁ ଦେଖାଦେଲାଣି |ଏହା ମୁଖ୍ୟ ଚାରୋଟି ପ୍ରକାରର ହୋଇଥାଏ; ଯଥା ସଂକ୍ରାମକ ବା ଡିଆଁ ରୋଗ(Infectious Diseases), ଅଭାବଜନିକ ରୋଗ(Deficiency Diseases), ବଂଶଗତ ରୋଗ(Hereditary Diseases) ଏବଂ ଶରୀର ସମ୍ବନ୍ଧୀୟ ରୋଗ(Physiological Diseases) |  

ଲୋକମାନେ ଗୋଟିଏ ମହାମାରୀରୁ ମୁକୁଳିଲା ବେଳକୁ ଆଉ ଗୋଟିଏ ଆସି ହାଜର ହୋଇଯାଉଛି; ସେଗୁଡିକୁ ଆମେ ସ୍ୱାଇନ ଫ୍ଲୟୁ(Swine flu) ଏବଂ ବାର୍ଡ଼ ଫ୍ଲୟୁ(Bird flu) ଭଳି ମହାମାରୀ ପରେପରେ କରୋନା(Corona) ଆକ୍ରାନ୍ତରୁ ଜାଣିପାରିଛନ୍ତି | ଏହା ଛଡା ଆହୁରି ଅନେକ ରୋଗ ମଧ୍ୟ୍ୟ ରହିଅଛି | 

ସରକାର ଓ ବିଭିନ୍ନ ସଂସ୍ଥାମାନେ ମିଶି ରୋଗ ପାଇଁ ଔଷଧ ବା ମହାମାରୀ ପାଇଁ ଟୀକା ଓ ତାର ପ୍ରତିକାର କେମିତି କରିହେବ ତାର ଉପାୟ ବାହାର କରିଥାନ୍ତି; ଏବଂ ତା ସହିତ ଲୋକମାନଙ୍କୁ ଅବଗତ କରାଇଥାନ୍ତି | 

ବର୍ତ୍ତମାନ ଦୁନିଆଁରେ ଏମିତି କୌଣସି ରୋଗ ନାହିଁ ଯେଉଁଥିର ଚିକିତ୍ସା ନାହିଁ | କିନ୍ତୁ ବଦଳୁଥିବା ଯୁଗ ସହିତ ଲୋକଙ୍କର ଜୀବନଶୈଳୀ ବଦଳି ଗଲାଣି, ତା ସହିତ ଖାଦ୍ୟ ପ୍ରଣାଳୀ ମଧ୍ୟ୍ୟ | ‘ଖାଦ୍ୟ ହିଁ ଔଷଧ'(Food is Medicine) ବୋଲି କୁହାଯାଏ, କିନ୍ତୁ ଏବେ ଆଧୁନିକ କୃଷି ପ୍ରଣାଳୀରେ ବ୍ୟବହୃତ ସାର, ଔଷଧ ଏବଂ କୀଟନାଶକ ଯୋଗୁଁ ଆମ୍ଭମାନଙ୍କର ଶରୀରର ରୋଗ ପ୍ରତିରୋଧକ କ୍ଷମତା ଦିନକୁ ଦିନ ହ୍ରାସ ହେବାରେ ଲାଗିଛି | ତାରି ଯୋଗୁଁ ଲୋକମାନଙ୍କୁ ଟିକିଏ କୌଣସି କଥାରେ ରୋଗର ଅର୍ଥ କାଶ, ଥଣ୍ଡା, ଜ୍ୱର ଇତ୍ୟାଦି ହୋଇଯାଉଛି | ଗବେଷକଙ୍କ ତଥ୍ୟ ଅନୁସାରେ ବର୍ତ୍ତମାନ ସନ୍ତାନ ଜନ୍ମ କରିବାର ଅକ୍ଷମତା ଉଭୟ ପୁରୁଷ ଓ ସ୍ତ୍ରୀ ଦୁହିଁଙ୍କ ଭିତରେ ଦେଖାଯାଇଅଛି | 

ଆଜିକାଲି ମଧୁମେହ, ରକ୍ତଚାପ ଓ ହୃଦରୋଗ ମଧ୍ୟ୍ୟ ସାଧାରଣ ହୋଇଗଲାଣି | ଏସବୁର ମୁଖ୍ୟ କାରଣ ଖରାପ ଖାଦ୍ୟଓ ବର୍ତମାନର ଜୀବନଶୈଳୀ ସହିତ ମାନସିକ ଅସ୍ଥିରତା ଅଟେ, କାହିଁକି ନା ଲୋକମାନେ ବର୍ତମାନ ଅଧିକାଂଶ ଚିନ୍ତିତ ରହୁଛନ୍ତି; ତାହା ଯେକୌଣସି କାରଣରୁ ହୋଇଥାଇପାରେ |

ଚିକିତ୍ସା ଓ ପ୍ରତିକାର 

“Prevention is better than cure” ଅର୍ଥାତ ‘ଆରୋଗ୍ୟ ଲାଭ କରିବା ଅପେକ୍ଷା ପ୍ରଥମରୁ ରୋଗକୁ ପ୍ରତିରୋଧ କଲେ ଆହୁରି ଭଲ’ |

କ ସର୍ବ ପ୍ରଥମେ ଆମେ ସମସ୍ତେ ପ୍ରଶାସନ ଦ୍ୱାରା ‘ଜନସାଧାରଣଙ୍କ ସ୍ୱାସ୍ଥ୍ୟ ପ୍ରତି ଜାରି କରାଯାଉଥିବା ସୂଚନାଗୁଡିକୁ ଅନୁସରଣ କରିବା’ ଉଚିତ |
ଖ ମାନସିକ ରୋଗରୁ ମୁକ୍ତ ରହିବା ନିମନ୍ତେ ସବୁବେଳେ ଅଧିକ ଚିନ୍ତିତ ନରହିବା, ଏବଂ ଅଧିକାଂଶ ସମୟ ଆନନ୍ଦରେ ଜୀବନ ଜୀବନ ବ୍ୟତୀତ କରିବା ପାଇଁ ପ୍ରୟାସ କରିବା |
ଗ ଆବଶ୍ୟକ ହେଲେ ଠିକ, ନଚେତ ସାଧାରଣ ଜୀବନଶୈଳୀ ସବୁଠାରୁ ଭଲ | ଯେମିତିକି ଜୈବିକ ପଦ୍ଧତିରେ କୃଷିଜାତ ଦ୍ରବ୍ୟକୁ ଖାଦ୍ୟ ରୂପରେ ଗ୍ରହଣ କରିବା ଉଚିତ |
ଘ ଡାକ୍ତରଙ୍କ ପରାମର୍ଶ ନେଇ ନିଜ ଘରେ (First aid kit)ପ୍ରାଥମିକ ଉପଚାରର ସମସ୍ତ ଔଷଧ ରଖିବା ଉଚିତ | ଯେମିତିକି ହୃଦରୋଗର ଔଷଧ, ରକ୍ତଚାପ ଓ ମଧୁମେହ ସହିତ କାଶ, ଥଣ୍ଡା, ଜ୍ୱର, ଝାଡାବାନ୍ତି ଇତ୍ୟାଦି |
ଙ ପ୍ରତିଦିନ ଶାରୀରିକ ପରିଶ୍ରମ କରିବା ଅତ୍ୟନ୍ତ ଆବଶ୍ୟକ | ନିଜ ଶରୀର ଓ ଘର ସହିତ ପରିବେଶକୁ ମଧ୍ୟ୍ୟ ସଫାସୁତୁରା ଓ ସୁରକ୍ଷିତ ରଖିବା |କୌଣସି ରୋଗର ଲକ୍ଷଣ ଦେଖାଗଲେ ଡାକ୍ତରଙ୍କ ପରାମର୍ଶ ନେଇ ଚିକିତ୍ସା କରାଇବା | 

ଆମ ସ୍ୱାସ୍ଥ୍ୟ ଆମରି ହାତରେ, ଲୋକ କଥାଟିଏ ଅଛି ଯେ “ସକାଳେ ସଞ୍ଜରେ ଯେ ଯାଏ ଝାଡା, ତାକୁ ହୁଏନି ବଇଦ ଲୋଡ଼ା” | ଏହାର ଅର୍ଥ ଅଧିକାଂଶ ରୋଗର ମୁଖ୍ୟ କାରଣ ପେଟରୁ ଆରମ୍ଭ ହୋଇଥାଏ, ସେଥିପାଇଁ ଆମେ ମନ ଆନନ୍ଦରେ ବାକି କାମ ସହିତ ଶାରୀରିକ ପରିଶ୍ରମ କଲେ ଆମର ପାଚନ କ୍ରିୟା ସଠିକ ଭାବରେ କାମ କରିଥାଏ ଏବଂ ଭୋକ ମଧ୍ୟ୍ୟ ହୋଇଥାଏ; ତାସହିତ ଝାଡା ମଧ୍ୟ୍ୟ ଠିକ ଭାବରେ ହୋଇଥାଏ | ଏହାଦ୍ୱାରା ଆମର ନୀତିଦିନିଆଁ ଶାରୀରିକ କ୍ରିୟା ଠିକ ହିସାବରେ ହୋଇଥାଏ, ଏବଂ ଆମେ ସୁସ୍ଥ ଅନୁଭବ କରିଥାନ୍ତି ଓ ଆମକୁ ଡାକ୍ତରଙ୍କର ଦରକାର ପଡ଼ିନଥାଏ | 

ସୁସ୍ଥ ଲୋକଟିଏର ଦୃଢ ମାନସିକତା ଯୋଗୁଁ ତାର ପରିବାରର ସୁସ୍ଥ ରହିବା ସହିତ ପରିବେଶ ପରିସ୍କାର ପରିଚ୍ଛନ୍ନ ରହିଥାଏ | ଏବଂ ଏକ ଭଲ ସମାଜର ଗଠନ ହେବା ସଙ୍ଗେ ଦେଶ ଦୁନିଆଁର ପ୍ରଗତିରେ ମଧ୍ୟ୍ୟ ଭରପୁର ଯୋଗଦାନ ରହିଥାଏ | 

Leave a Comment